ଲେଖା: ଅଶୋକା ନାୟକ

ପୁରୀର ସାହିଯାତ। ସାହିଯାତ ଶୁଣିଦେଲେ ହିଁ ଲୋମ ଟାଙ୍କୁରି ଯାଏ। ଏହା ପୁରୀର ଅନନ୍ୟ ଏବଂ ଅଦ୍ୱିତୀୟ ପରମ୍ପରା। ସାହିଯାତ ହେଉଛି ସବୁଠାରୁ ପୁରାତନ, ବ୍ୟାପକ ଆଉ ଭବ୍ୟ ମୁକ୍ତାକାଶ ଯାତ୍ରା।

ଏହା ପୁରୀର ସାତ ସାହି ବୟାଳିଶ କନ୍ଦିର ଯାତ୍ରା। ଶ୍ରୀମନ୍ଦିର ଓ ସାତ ସାହିର ଯାଗାଘର ଏଥିରେ ପ୍ରତ୍ୟକ୍ଷ ଭୂମିକା ଗ୍ରହଣ କରୁଥିବା ବେଳେ, ଛୋଟ ଛୁଆଙ୍କ ଠାରୁ ବୟସ୍କ ସମସ୍ତେ ଏହି ଯାତ୍ରାରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଅଂଶଗ୍ରହଣ କରନ୍ତି।


ଏହା କେବଳ ଆମୋଦଦାୟକ ଯାତ୍ରା ନୁହେଁ, ଏହି ଯାତ୍ରା ସହ ଶ୍ରୀମନ୍ଦିରର ନୀତି ମଧ୍ୟ ଜଡ଼ିତ। ତେଣୁ ଏହା ଆଧ୍ୟାତ୍ମିକତା ସହ ସଂସ୍କୃତି, ପରମ୍ପରା ଆଉ ରଣକୌଶଳର ସମ୍ମିଶ୍ରଣ ।

ଏଥିପାଇଁ ବହୁ ଆଗରୁ ପ୍ରସ୍ତୁତି ଆରମ୍ଭ ହୁଏ। ଯାଗା ଘରର ଯୁଆନ୍ ମାନେ ବୟସ୍କଙ୍କ ତତ୍ତ୍ଵାବଧାନରେ ପରିଶ୍ରମ କରନ୍ତି। ଉତ୍ତମ ଖାଦ୍ୟ, କଠୋର ପରିଶ୍ରମ, ସଂଳାପ ଅଭ୍ୟାସ, ଏକାଗ୍ରତା, ନୃତ୍ୟଶୈଳୀ ହେଉଛି ସାହିଯାତ ର ଅବିଚ୍ଛେଦ୍ୟ ଅଙ୍ଗ।

(Image Courtesy: Dr. Kumar Aurojyoti, Puri)

ରାବଣ, ପର୍ଶୁରାମ, ମହୀରାବଣ, ତ୍ରୀଶୀରା, ପଞ୍ଚଶୀରା, ସପ୍ତଶୀରା, ମେଢ଼ ନାଗାର ଓଜନିଆ ତାଟି ସକାଳୁ ବାନ୍ଧି ନିଜ ସାହିରେ ନୃତ୍ୟ ପରିବେଷଣ ସହ ପରିକ୍ରମା କରି, ପୁଣି ରାତିସାରା ଉଜାଗର ରହି ବାଦୀ ସାହିକୁ ଚାଲି ଚାଲି ଯାଇ ନୃତ୍ୟ ପରିବେଷଣ କରିବା ପାଇଁ ନିଷ୍ଠା, ଅଭ୍ୟାସ ଓ ଅନୁଶାସନର ଆବଶ୍ୟକତା ପଡ଼ିଥାଏ। ଏଥିପାଇଁ ଯେଉଁମାନେ ଏ ସବୁ ଚରିତ୍ର ପାଇଁ ବଛା ହୋଇଥାନ୍ତି, ସେମାନେ ହବିଷରେ ରୁହନ୍ତି।

ଏ ଯାତ୍ରାର ମୁଖ୍ୟ ଚରିତ୍ର ରାବଣକୁ ଦେଖିଲେ ଏବେ ବି ମନରେ ଭୟ ଜାତ ହୁଏ। ନାଗାର ଠାଣି ଆଉ ଚାହାଣି ସହ ବିଭିନ୍ନ ଦେବୀ ମେଢ଼ଙ୍କୁ ନାଚିବାର ଦେଖିବାର ଉନ୍ମାଦନାକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟ।

୧୦ ଦିନ ବ୍ୟାପୀ ହେଉଥିବା ସାହିଯାତ, ଶ୍ରୀରାମଙ୍କର ଜନ୍ମ ସହ ଆରମ୍ଭ ହୋଇ ଶେଷରେ ଶ୍ରୀରାମଙ୍କ ଅଭିଷେକରେ ସରିଥାଏ। 

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago