ଲେଖା: ଅଶୋକା ନାୟକ
ପୁରୀର ସାହିଯାତ। ସାହିଯାତ ଶୁଣିଦେଲେ ହିଁ ଲୋମ ଟାଙ୍କୁରି ଯାଏ। ଏହା ପୁରୀର ଅନନ୍ୟ ଏବଂ ଅଦ୍ୱିତୀୟ ପରମ୍ପରା। ସାହିଯାତ ହେଉଛି ସବୁଠାରୁ ପୁରାତନ, ବ୍ୟାପକ ଆଉ ଭବ୍ୟ ମୁକ୍ତାକାଶ ଯାତ୍ରା।
ଏହା ପୁରୀର ସାତ ସାହି ବୟାଳିଶ କନ୍ଦିର ଯାତ୍ରା। ଶ୍ରୀମନ୍ଦିର ଓ ସାତ ସାହିର ଯାଗାଘର ଏଥିରେ ପ୍ରତ୍ୟକ୍ଷ ଭୂମିକା ଗ୍ରହଣ କରୁଥିବା ବେଳେ, ଛୋଟ ଛୁଆଙ୍କ ଠାରୁ ବୟସ୍କ ସମସ୍ତେ ଏହି ଯାତ୍ରାରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଅଂଶଗ୍ରହଣ କରନ୍ତି।
ଏହା କେବଳ ଆମୋଦଦାୟକ ଯାତ୍ରା ନୁହେଁ, ଏହି ଯାତ୍ରା ସହ ଶ୍ରୀମନ୍ଦିରର ନୀତି ମଧ୍ୟ ଜଡ଼ିତ। ତେଣୁ ଏହା ଆଧ୍ୟାତ୍ମିକତା ସହ ସଂସ୍କୃତି, ପରମ୍ପରା ଆଉ ରଣକୌଶଳର ସମ୍ମିଶ୍ରଣ ।
ଏଥିପାଇଁ ବହୁ ଆଗରୁ ପ୍ରସ୍ତୁତି ଆରମ୍ଭ ହୁଏ। ଯାଗା ଘରର ଯୁଆନ୍ ମାନେ ବୟସ୍କଙ୍କ ତତ୍ତ୍ଵାବଧାନରେ ପରିଶ୍ରମ କରନ୍ତି। ଉତ୍ତମ ଖାଦ୍ୟ, କଠୋର ପରିଶ୍ରମ, ସଂଳାପ ଅଭ୍ୟାସ, ଏକାଗ୍ରତା, ନୃତ୍ୟଶୈଳୀ ହେଉଛି ସାହିଯାତ ର ଅବିଚ୍ଛେଦ୍ୟ ଅଙ୍ଗ।
(Image Courtesy: Dr. Kumar Aurojyoti, Puri)
ରାବଣ, ପର୍ଶୁରାମ, ମହୀରାବଣ, ତ୍ରୀଶୀରା, ପଞ୍ଚଶୀରା, ସପ୍ତଶୀରା, ମେଢ଼ ଓ ନାଗାର ଓଜନିଆ ତାଟି ସକାଳୁ ବାନ୍ଧି ନିଜ ସାହିରେ ନୃତ୍ୟ ପରିବେଷଣ ସହ ପରିକ୍ରମା କରି, ପୁଣି ରାତିସାରା ଉଜାଗର ରହି ବାଦୀ ସାହିକୁ ଚାଲି ଚାଲି ଯାଇ ନୃତ୍ୟ ପରିବେଷଣ କରିବା ପାଇଁ ନିଷ୍ଠା, ଅଭ୍ୟାସ ଓ ଅନୁଶାସନର ଆବଶ୍ୟକତା ପଡ଼ିଥାଏ। ଏଥିପାଇଁ ଯେଉଁମାନେ ଏ ସବୁ ଚରିତ୍ର ପାଇଁ ବଛା ହୋଇଥାନ୍ତି, ସେମାନେ ହବିଷରେ ରୁହନ୍ତି।
ଏ ଯାତ୍ରାର ମୁଖ୍ୟ ଚରିତ୍ର ରାବଣକୁ ଦେଖିଲେ ଏବେ ବି ମନରେ ଭୟ ଜାତ ହୁଏ। ନାଗାର ଠାଣି ଆଉ ଚାହାଣି ସହ ବିଭିନ୍ନ ଦେବୀ ମେଢ଼ଙ୍କୁ ନାଚିବାର ଦେଖିବାର ଉନ୍ମାଦନାକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟ।
୧୦ ଦିନ ବ୍ୟାପୀ ହେଉଥିବା ସାହିଯାତ, ଶ୍ରୀରାମଙ୍କର ଜନ୍ମ ସହ ଆରମ୍ଭ ହୋଇ ଶେଷରେ ଶ୍ରୀରାମଙ୍କ ଅଭିଷେକରେ ସରିଥାଏ।
ଗବେଷଣା ଓ ଉପସ୍ଥାପନା: ଡ. ବାୟାମନୁ ଚର୍ଚି ଘୁଡ଼ୁକି ଏକ ବାଦ୍ୟ । ପତର ସଉରା ଓ କେଳା ସମ୍ପ୍ରଦାୟର…
ଲେଖା: ନିରଞ୍ଜନ ସାହୁ ~ବାସୁଦେବ ସୁଢ଼ଳଦେବ ~ ଅନେକ ନୃପତି ଅଛନ୍ତି । କିଏ ଉତ୍ତରାଧିକାର ସୂତ୍ରରେ, କିଏ ବାହୁବଳରେ,…
ଲେଖା: ନିରଞ୍ଜନ ସାହୁ ~ ମହିମା ମେଳା ~ ଯାହା ମନେପଡ଼େ ଏମିତିରେ ପ୍ରାୟ ଅନେକ କିଛି ବର୍ଷ ତଳର…
ଲେଖା: ଡ. ଜୟଶ୍ରୀ ନନ୍ଦ ~ ମଣ୍ଡାପିଠା ~ ମଣ୍ଡା ପିଠା ଗୋଲ୍ ଗୋଲ୍, ଚାଲ ଯିବା ଚଣ୍ଡିଖୋଲ। ଲୋକଗୀତଟି…