ଲେଖା: ଦେଵ ତ୍ରିପାଠୀ

କଳାର ଚିରନ୍ତନ ପୂଜାରୀ ସାଧୁ ମେହେର ।

ସ୍କୁଲରେ ପଢିବାବେଳେ ସେ ଅଭିନୟ କ’ଣ ଜାଣି ନ ଥିଲେ, ମାତ୍ର ମନ ଭିତରେ ଥିଲା ପ୍ରଚଣ୍ଡ ଆଗ୍ରହ । ତେବେ ସେ ରାସ୍ତାରେ ଆଗକୁ ଯିବା ପାଇଁ ନା ଥିଲା ପିତାମାତାଙ୍କର କ୍ଷମତା ନା ତାଙ୍କର କେହି ଥିଲେ ଗୁରୁ ଅବା ଗଡ଼ଫାଦର, କିନ୍ତୁ ଥିଲା ଜନ୍ମଗତ ଆଗ୍ରହ ଓ ପ୍ରଚଣ୍ଡ ଆତ୍ମବଳ । ଜୀବନ ତାଙ୍କର ଥିଲା କୃଛ୍ର ସାଧନା ଓ ଅବିଶ୍ରାନ୍ତ ସଂଘର୍ଷର ପାଠଶାଳା । ସଚ୍ଚା କଳାକାର ବନିବାର ଅଫୁରନ୍ତ ଲକ୍ଷ୍ୟ ସାଧନ କରି ସେ ବନିଯାଇଥିଲେ ଓଡ଼ିଆ ମାଟିର ସୁନାମସ୍ବାଭିମାନ । ସେ ହେଲେ ଖ୍ୟାତନାମା ଅଭିନେତା କଳାର ଚିରନ୍ତନ ପୂଜାରୀ ପଦ୍ମଶ୍ରୀ ସମ୍ମାନିତ ସାଧୁ ମେହେର (Sadhu Meher) – ଓଡ଼ିଆ, ହିନ୍ଦୀ ଓ ବଙ୍ଗଳା ଚଳଚ୍ଚିତ୍ର ଜଗତର ସଂଘର୍ଷ, ସାଧନା, ସଫଳତା ଓ ଆଦର୍ଶର ଏକ ଅଫୁରନ୍ତ ସ୍ଫୁରଣ


ନିଛକ ସାମାଜିକ ସତ୍ୟତା ଓ ଗୁରୁତ୍ୱକୁ କଳାତ୍ମକ ଚଳଚ୍ଚିତ୍ରରେ ଫୁଟେଇବାର ବ୍ୟାପକ ସୁଯୋଗ ମିଳୁଥିବାର ଅନୁଭବ କରିଥିବା ସାଧୁ ମେହେରଙ୍କୁ ମିଳିଥିଲା ଶ୍ୟାମ ବେନେଗାଲଙ୍କ “ଅଙ୍କୁର” ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିବାର ମହାର୍ଘ ସୁଯୋଗ, ଏବଂ ଶ୍ରେଷ୍ଠ ଅଭିନେତା ଓ ରଜତକମଳ ପୁରସ୍କାର । ତା’ ପରଠାରୁ ପଛକୁ ଫେରି ଚାହିଁ ନ ଥିବା ସାଧୁ ମେହେର ଆନ୍ତର୍ଜାତିକ ସ୍ତରର ଖ୍ୟାତନାମା ନିର୍ଦ୍ଦେଶକ ସତ୍ୟଜିତ ରାୟ, ବିମଳ ଦତ୍ତ, ମୃଣାଳ ଚାଟାର୍ଜୀ, ତପନ ସିହ୍ନା, ଉତ୍ପଳେନ୍ଦୁ ଚକ୍ରବର୍ତ୍ତୀ ଇତ୍ୟାଦିଙ୍କ ସହ ସଂଶ୍ଳିଷ୍ଟ ଭାବରେ ଅଭିନୟ କରିଛନ୍ତି ୪୦ରୁ ଉର୍ଦ୍ଧ୍ବ କ୍ଲାସିକ ଚଳଚ୍ଚିତ୍ରରେ ।

ଜୀବନରେ ଚ୍ୟାଲେଞ୍ଜ ଓ ନୂଆ କିଛି କରିବାର ଝୁଙ୍କରେ ସାଧୁ ମେହେର ମଧ୍ୟ ବନିଯାଇଛନ୍ତି ସଫଳ ନିର୍ଦ୍ଦେଶକ । ଅସଂଖ୍ୟ ବିଜ୍ଞାପନ ଓ ବୃତ୍ତଚିତ୍ର ସହିତ ନିର୍ଦ୍ଦେଶନା ଜଗତରେ ସେ ସୃଷ୍ଟି କରିଛନ୍ତି “ବାବୁଲା”, “ଅଭିମାନ”, “ଅଭିଳାଷ” ପରି କ୍ଲାସିକ ଓଡ଼ିଆ କଥାଚିତ୍ର ମାନ । ସମ୍ବଲପୁରୀ ଚଳଚ୍ଚିତ୍ର “ଭୁଖା”ରେ ଅଭିନୟ କରି ସେ ସାଉଁଟିଛନ୍ତି ଅସଂଖ୍ୟ ପୁରସ୍କାର ଓ ସମ୍ମାନ ।

କଳାର ଚିରନ୍ତନ ପୂଜାରୀ ସାଧୁ ମେହେର । କଳା ପ୍ରତି ତାଙ୍କର ଦୁର୍ବାର ଆକର୍ଷଣ, ନିଷ୍ଠାପରତା ଏବଂ ଦୂରଦର୍ଶିତା, ନିଖୁଣ ଓ ହୃଦୟସ୍ପର୍ଶୀ ଅଭିନୟ ପାଇଁ ସେ ‘ପଦ୍ମଶ୍ରୀ ସମ୍ମାନ‘, ‘ଜୟଦେବ ପୁରସ୍କାର‘ ତଥା ଭାରତୀୟ ପାନୋରମା ତଥା ଜାତୀୟ ପୁରସ୍କାର ଚୟନ ସମିତିରେ ଅନେକ ଥର ଜୁରୀ ଭାବରେ କାର୍ଯ୍ୟ କରିବାର ସୁଯୋଗ ଇତ୍ୟାଦିରେ ସମ୍ମାନିତ ହୋଇ ଓଡ଼ିଶାର କଳାପ୍ରେମୀମାନଙ୍କୁ କରିଛନ୍ତି ଗୌରବାନ୍ଵିତ ।

ବୌଦ୍ଧ ଜିଲ୍ଲାଗୁଡଭେଲିପଦର ଗ୍ରାମରେ ୧୯୪୦ ମସିହା ଜାନୁଆରୀ ୧ ତାରିଖରେ ଜନ୍ମିତ ଏହି ପ୍ରଚଣ୍ଡ ପ୍ରତିଭାଧର ତଥା ଅଶୀଦଶକର ମଧ୍ୟଭାଗରେ ଭାରତୀୟ ସମାନ୍ତରାଳ ସିନେମାକୁ ସୁସମୃଦ୍ଧ କରିବାରେ ଅବିସମ୍ବାଦିତ ଅବଦାନ ଥିବା ସାଧୁ ମେହେର ମହୋଦୟଙ୍କୁ ଅନ୍ତରଙ୍ଗ କଳିଙ୍ଗର ଶତ ଶତ ଦଣ୍ଡବତ ।

 

#ପୂଜ୍ୟପ୍ରଣାମ

Spread the love
admin

Recent Posts

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

1 day ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

2 days ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

2 days ago

ଶ୍ରୀଚୈତନ୍ୟଙ୍କ ଦେହାବସାନ

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…

3 days ago

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

1 week ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

2 weeks ago