ଜଣା ଅଜଣା

ଓଡ଼ିଶାର ପ୍ରଥମ ବିଦ୍ୟାଳୟ

ଉପସ୍ଥାପନା: ଦେଵ ତ୍ରିପାଠୀ

ଓଡ଼ିଶାର ପ୍ରଥମ ବିଦ୍ୟାଳୟ ।

ଓଡ଼ିଶାକୁ ଇଷ୍ଟଇଣ୍ଡିଆ କମ୍ପାନୀ ୧୮୦୩ରେ ମରହଟ୍ଟାମାନଙ୍କ କବଳରୁ ଦଖଲ କଲା ମାତ୍ର ୩/୪ ଘଣ୍ଟାର ଲଢ଼େଇ ପରେ । ଇଂରେଜମାନଙ୍କ ନିକଟରୁ ପରାସ୍ତ ହୋଇ ମରହଟ୍ଟାମାନେ ଓଡ଼ିଶାର ରାଜଧାନୀ କଟକର ବାରବାଟୀ ଦୁର୍ଗରୁ ପଳାୟନ କରିଥିଲେ । ମାତ୍ର ଇଂରେଜମାନଙ୍କୁ କ୍ରମାଗତ ଭାବେ ଓଡ଼ିଶାର ସ୍ଥାନୀୟ ରାଜା, ଜମିଦାରମାନଙ୍କ ବିଦ୍ରୋହର ମୁକାବିଲା କରିବାକୁ ପଡ଼ିଥିଲା ।

ପ୍ରଥମେ ଜୟୀ ରାଜଗୁରୁ, ପରେ ବକ୍ସି ଜଗବନ୍ଧୁଙ୍କ ନେତ୍ରୁତ୍ୱରେ ଖୋର୍ଦ୍ଧାର ପାଇକ, ଘୁମୁସରର କନ୍ଧମେଳି, କନିକାକୁଜଙ୍ଗ ରାଜାଙ୍କ ବିଦ୍ରୋହ, ପରେ ପରେ କନ୍ଧମାଳର ଦୋରାଚକରା ବିଷୋୟୀଙ୍କ ବିଦ୍ରୋହ ତଥା ଅନୁଗୁଳ ରାଜାଙ୍କ ବିଦ୍ରୋହ ଇଂରେଜମାନଙ୍କୁ ବ୍ୟତିବ୍ୟସ୍ତ କରି ଦେଇଥିଲା । ତା ପରେ ଇଂରେଜ ମିଶନାରୀ (ଖ୍ରୀଷ୍ଟଧର୍ମ ପ୍ରଚାରକ) ମାନଙ୍କ ପ୍ରଚେଷ୍ଟାରେ ୟୁରୋପୀୟ ଢାଞ୍ଚାରେ ଓଡ଼ିଶାରେ ଶିକ୍ଷାର ପ୍ରଚାରପ୍ରସାର ଲାଗି ଇଂରାଜୀ-ଓଡ଼ିଆ ଭର୍ଣାକୁଲାର ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । କଟକଠାରେ ସର୍ବପ୍ରଥମେ ଇଂରାଜୀ-ଓଡ଼ିଆ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା ୧୮୩୭ରେ । ତାହା ଥିଲା ଓଡ଼ିଶାର ପ୍ରଥମ ବିଦ୍ୟାଳୟ ।


ଆଜିବି ସେ ବିଦ୍ୟାଳୟ କଟକର ମଧୁସୂଦନ ମାର୍ଗରେ ଅଛି । ତାକୁ ଏବେ ଓଡ଼ିଶାର ଖ୍ରୀଷ୍ଟୀୟ ମିଶନାରୀମାନେ ସଫଳତାର ସହ ପରିଚାଳନା କରୁଛନ୍ତି । ଏବେ ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି ।

ଶତପ୍ରଣାମ ସେହି ୧୮୨ ବର୍ଷ ପ୍ରାଚୀନ ବିଦ୍ୟାଳୟକୁ, ଯେଉଁଠାରୁ ଓଡ଼ିଶାରେ ଆଧୁନିକ ଶିକ୍ଷାବିସ୍ତାରର ଭିତ୍ତି ସ୍ଥାପିତ ହୋଇଥିଲା ।

ବଦେ ଉତ୍କଳ ଜନନୀ II ବନ୍ଦେ କଟକ II

ମୂଳ ଲେଖା ଓ ତଥ୍ୟ: Sri Hussain Rabi Gandhi, Cuttack

 

#ଜଣାଅଜଣା

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago