ଲେଖା: ଦେଵ ତ୍ରିପାଠୀ

ଓଡ଼ିଆ ଚଳଚ୍ଚିତ୍ରରେ ସୁବର୍ଣ୍ଣଯୁଗର ଅବଧାରକ ନିତାଇ ପାଲିତ ।

ସେ ଥିଲେ ଓଡ଼ିଆ କଥାଚିତ୍ର ଜଗତର ଜଣେ ପ୍ରଥିତଯଶା ନାୟକ, ପ୍ରଯୋଜକ, ନିର୍ଦ୍ଦେଶକ ତଥା କାହାଣୀକାର । ସେ ହିଁ ନେଇ ପାରିଥିଲେ ଓଡ଼ିଆ ଚଳଚ୍ଚିତ୍ରକୁ ଜାତୀୟସ୍ତରକୁ, ଗୋଟିଏ ପରେ ଗୋଟିଏ କ୍ଲାସିକ ସ୍ତରର ଚଳଚ୍ଚିତ୍ରମାନ ନିର୍ମାଣ କରି ସେ ଓଡ଼ିଶା ପାଇଁ ଆଣିଦେଇଥିଲେ ଅମାପ ଗୌରବ, ପ୍ରଥମଥର ପାଇଁ ସେ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବରେ ରାଷ୍ଟ୍ରପତି ପୁରସ୍କାର, ଓ ରୌପ୍ୟକମଳ ପୁରସ୍କାର ପାଇଥିଲେ I ସେଇ ମହାନ ପ୍ରତିଭାବାନ ଚଳଚ୍ଚିତ୍ର ବ୍ୟକ୍ତିତ୍ବ ନିତାଇ ପାଲିତ ହିଁ ଆଣି ଦେଇଥିଲେ ଓଡ଼ିଆ ଚଳଚ୍ଚିତ୍ର ପାଇଁ ସୁବର୍ଣ୍ଣଯୁଗ I

କଟକରେ ରେଭେନ୍ସା କଲିଜିଏଟ ସ୍କୁଲରେ ଅଧ୍ୟୟନ କାଳରେ ସେ ଆକୃଷ୍ଟ ହୋଇଥିଲେ ନାଟକ ଓ ସଙ୍ଗୀତ ପ୍ରତି । ରଙ୍ଗମଞ୍ଚରେ ନିଜ ପ୍ରତିଭାର ପରାକାଷ୍ଠା ଦେଖାଇ ପରବର୍ତ୍ତୀ ସମୟରେ ସେ ନାଟ୍ୟକାର ମନୋରଞ୍ଜନ ଦାସଙ୍କ ସହ ମିଶି ନିର୍ମାଣ କଲେ କେଦାରଗୋୖରୀ କଥାଚିତ୍ର । ପରେ ପରେ ସ୍ୱତନ୍ତ୍ର ଭାବେ ନିର୍ମାଣ କଲେ ଭାଇଭାଇ ଚିତ୍ର । ଏହି କଥାଚିତ୍ରର ଅଦ୍ଭୁତ ସଫଳତା ପରେ ସେ ଆଉ ପଛକୁ ଫେରି ନଥିଲେ, ବରଂ ରଙ୍ଗମଞ୍ଚ ଛାଡି ସମ୍ପୂର୍ଣ୍ଣ ଭାବରେ କଥାଚିତ୍ର ନିର୍ମାଣରେ ଧ୍ୟାନ ଦେଇ, “କ୍ରୀଏଟିଵ ମୁଭିଜ୍ ପ୍ରଡକ୍ସନସ୍” ସଂସ୍ଥା ମାଧ୍ୟମରେ ସେ ପ୍ରସ୍ତୁତ କରିଥିଲେ ରଘୁଅରକ୍ଷିତ, କିଏ ଜିତେ କିଏ ହାରେ, ଅନୁରାଗ, ବନ୍ଧୁମହାନ୍ତି, କୃଷ୍ଣସୁଦାମା, ମନ ଆକାଶ, ଧରିତ୍ରୀ, ବନ୍ଧନ, କିଏକାହାର, ମଲାଜହ୍ନ, ମା ଇତ୍ୟାଦି କ୍ଲାସିକ ଛବିମାନ ।

ଓଡ଼ିଆ କଥାଚିତ୍ର ଜଗତରେ ଏଇ ଯୋଗଜନ୍ମା ପ୍ରତିଭାଙ୍କୁ ଦେଶ ସମ୍ମାନିତ କରିଛି ରାଷ୍ଟ୍ରପତି ପୁରସ୍କାର, ରୌପ୍ୟକମଳ ପୁରସ୍କାର, ଏକାଧିକ ବାର ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ତଥା ଜୟଦେବ ସମ୍ମାନରେ ।

୧୯୨୩ ମସିହା ମାର୍ଚ୍ଚ ୮ ତାରିଖରେ କଟକ ମାଟିରେ ଜନ୍ମି ରାଜ୍ୟର ମର୍ଯ୍ୟାଦାବୃଦ୍ଧି କରାଇପାରିଥିବା ମାନନୀୟ ସ୍ୱର୍ଗୀୟ ନିତ୍ୟାନନ୍ଦ ପାଲିତ (ଲୋକମୁଖରେ ନିତାଇ ପାଲିତ)ଙ୍କ ସ୍ମୃତିରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଆ ଚଳଚ୍ଚିତ୍ରରେ ନିତାଇ ପାଲିତ ସମ୍ମାନର ପ୍ରଚଳନ କରାଯାଇଛି I

ଓଡ଼ିଆ ଚଳଚ୍ଚିତ୍ରରେ ସୁବର୍ଣ୍ଣଯୁଗର ସେଇ ଅବଧାରକ ନିତାଇ ପାଲିତ ୧୯୯୦ ମସିହା ଜୁଲାଇ ୨୬ ତାରିଖରେ ଇହଲୀଳା ସମ୍ବରଣ କରିଥିଲେ ।

 

#ପୂଜ୍ୟପୂଜା

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago