ଲେଖା: ଶିଶିର ସାହୁ ମନୋଜ
ସୁକାନ୍ତି ମହର୍ଷିଙ୍କର ସଂସାର କଲ୍ୟାଣାର୍ଥେ କରାଯାଇଥିବା ତପସ୍ୟା ହେତୁରୁ ଚିତ୍ରୋତ୍ପଳା ମହାନଦୀର ଜନ୍ମ ହୋଇଥିଲା । ଏ ନଦୀ ଆପଣା ସୃଷ୍ଟି ସ୍ଥାନରୁ ବାହାରି ସାରା ସଂସାର ବୁଲି ଦେଖିବା ଲାଳସାରେ ପଶ୍ଚିମରୁ ପୂର୍ବକୁ ବହିବାକୁ ଲାଗିଲା ।
ଏ ନଦୀ ଉତ୍ସାହ ସହକାରେ ବହି ଯାଉଥିବା ବେଳେ ଗୋଟିଏ ଇର୍ଷାପରାଯଣ ଦୁଷ୍ଟ ପର୍ବତ ତା’ର ବାଟ ଓଗାଳିଲା । ସେ ପର୍ଵତ ସପ୍ତକ୍ରୋଶ ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା ଏବଂ ଚିତ୍ରୋତ୍ପଳା ବହୁ ଯତ୍ନ କରି ସୁଦ୍ଧା ତାକୁ ଭେଦି ଆଗକୁ ବଢିପାରିବାରେ ଅକ୍ଷମ ହେଲା । ଶେଷକୁ ଚିତ୍ରୋତ୍ପଳା ଅନ୍ୟନ୍ୟୋପାୟ ହୋଇ ଆପଣା ପିତାଙ୍କୁ ସ୍ମରଣ କରିବାକୁ ଲାଗିଲା । ସୁକାନ୍ତି ଋଷି ସେଇଠୁ ଇନ୍ଦ୍ରଙ୍କୁ ପ୍ରସନ୍ନ କରିବା ପାଇଁ ଘୋର ତପସ୍ୟା କରିବାକୁ ଲାଗିଲେ ।
ବହୁଦିନ ଯାଏଁ ତପ କରିବା ଉତ୍ତାରୁ ଦେବରାଜ ଇନ୍ଦ୍ର ଋଷି ସୁକାନ୍ତିଙ୍କ ନିକଟରେ ଉପସ୍ଥିତ ହୋଇ ତାଙ୍କ ମନୋବାଞ୍ଝା ଜିଜ୍ଞାସା କରନ୍ତେ ଋଷି ପୂର୍ବ ସମସ୍ୟାମାନ କହି ଶୁଣାଇଲେ ।
ଇନ୍ଦ୍ର ତହୁଁ ଆପଣା ବଜ୍ରର ଶକ୍ତି ବଳରେ ପାହାଡ଼କୁ ଚୁନାକରି ଚିତ୍ରୋତ୍ପଳା ଲାଗି ଗୋଟିଏ ବାଟ କରିଦେଲେ । ଏବେ ସେହି ବାଟକୁ ଲୋକେ ସାତକୋଶିଆ ଗଣ୍ଡ ନାଆଁରେ ହିଁ ଜାଣୁଛନ୍ତି ।
ସେଇ ସାତକୋଶିଆ ଗଣ୍ଡ ଓଡ଼ିଶାର ୧୯ଟି ପ୍ରମୁଖ ଅଭୟାରଣ୍ୟ ମଧ୍ୟରେ ଅନ୍ୟତମ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago