ଲେଖା: ଦେଵ ତ୍ରିପାଠୀ
“ଜ୍ଞାନର ପେଡା ସଭିଙ୍କି ଲୋଡ଼ା,
ସଭିଏଁ ଖାଇବେ ଥୋଡା ଥୋଡା ।”
ପାଠକମାନଙ୍କ ପାଇଁ ଜ୍ଞାନର ପେଡ଼ି ମେଲି ଦେଇଥିବାରୁ ଯାହା ପ୍ରତି କବିବର ରାଧାନାଥ ରଚିଥିଲେ ଏପରି ପ୍ରଶସ୍ତିଗାନ, ସେ ଥିଲା ଓଡ଼ିଆ ଭାଷାର ପ୍ରଥମ ସାହିତ୍ୟପତ୍ରିକା ‘ଉତ୍କଳ ମଧୁପ’।
୧୮୭୮ ମସିହା ଏପ୍ରିଲ ମାସରେ କଟକର କତିପୟ ଉତ୍ସାହୀ ଯୁବକଙ୍କ ଉଦ୍ୟମରେ ‘ଉତ୍କଳ ସଭା’ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଶ୍ରୀଯୁକ୍ତ କୃଷ୍ଣମୋହନ ପଟ୍ଟନାୟକଙ୍କ ସମ୍ପାଦନାରେ ଆତ୍ମପ୍ରକାଶ କରିଥିଲା ଏହି ପତ୍ରିକା ।
ଯଦିଓ ଏହା ପୂର୍ବରୁ ‘ଉତ୍କଳଦର୍ପଣ‘ ସାହିତ୍ୟପତ୍ରିକା ଭାବେ ଆତ୍ମପ୍ରକାଶ କରି ଓଡ଼ିଆ ସାହିତ୍ୟରେ ନବଚେତନାର ବାହକ ଭାବେ ବହୁ ପାଠକ ଓ ଲେଖକ ସୃଷ୍ଟି କରିଥିଲା ଏବଂ ପ୍ରଚୁର ପାଠକୀୟ ଆଦୃତି ଓ ସ୍ବୀକୃତି ଲାଭ କରିପାରିଥିଲା, ତଥାପି ପରବର୍ତ୍ତୀ ସମୟରେ ସାହିତ୍ୟକୁ ଗୌଣ କରି ଶିକ୍ଷା, ଜ୍ଞାନବିଜ୍ଞାନ, ଦର୍ଶନ, ସଙ୍ଗୀତ, ମନସ୍ତତ୍ତ୍ୱ, ରାଜନୀତି ଇତ୍ୟାଦି ବିଷୟରେ ଲେଖା ମାନ ପ୍ରକାଶ କରିବା କାରଣରୁ ଐତିହାସିକ ଓ ଗବେଷକଗଣ ଏହାକୁ ସାହିତ୍ୟ ପତ୍ରିକା ଭାବେ ବିବେଚନା କରନ୍ତି ନାହିଁ । ଅପରପକ୍ଷରେ, ଏକ ସ୍ବୟଂସମ୍ପୂର୍ଣ୍ଣ ସାହିତ୍ୟପତ୍ରିକା ଭାବେ ଉତ୍କଳ ମଧୁପ ଓଡ଼ିଆ ସାହିତ୍ୟରେ ନୂତନତାର ବାର୍ତ୍ତାବହ ଥିଲା ।
ଯେଉଁ ସମୟରେ ଉପନ୍ୟାସର ନାମ ସୁଦ୍ଧା ଓଡ଼ିଶାରେ ଶୁଣା ନ ଥିଲା, ସେତେବେଳେ, କଟକର ଉତ୍କଳ ପ୍ରିଣ୍ଟିଂ କମ୍ପାନୀରୁ ମୁଦ୍ରିତ ହେଉଥିବା ଏହି ପତ୍ରିକାଟି ପାଠକଙ୍କୁ ସମର୍ପି ଦେଇଥିଲା ଓଡ଼ିଆ ଭାଷାର ପ୍ରଥମ ଉପନ୍ୟାସର, ରାମଶଙ୍କର ରାୟଙ୍କ ‘ସୈାଦାମିନୀ’କୁ ଧାରାବାହିକ ଭାବରେ । କିଛି ଗବେଷକ ଏ ବାବଦରେ ଭିନ୍ନମତ ପୋଷଣ କରୁଥିଲେ ମଧ୍ୟ ବହି ଆକାରରେ ପ୍ରକାଶ ନ ପାଇ ମଧ୍ୟ ପତ୍ରିକାର ବୃହତ୍ତର ପାଠକଙ୍କ ଶ୍ରଦ୍ଧାଭାଜନ ହୋଇଥିବା କାରଣରୁ ସୈାଦାମିନୀ’କୁ ହିଁ ପ୍ରଥମ ଉପନ୍ୟାସର ମାନ୍ୟତା ଦିଅନ୍ତି ଅଧିକାଂଶ ନିରପେକ୍ଷ ଗବେଷକ ।
ଏହି ପତ୍ରିକାଟି ଭକ୍ତକବି ମଧୁସୂଦନ ରାଓ, କବିବର ରାଧାନାଥଙ୍କ ପରି ପ୍ରଚଣ୍ଡ କବିଙ୍କର ସୃଷ୍ଟି ସମୂହର ପ୍ରକାଶ ସହିତ ବହୁ ରଚନାର ସମାଲୋଚନା ମାନ ଉପସ୍ଥାପନା କରି ଓଡ଼ିଆ ସାହିତ୍ୟକୁ ନୂତନ ଆଶାର ଆବହନୀ ଶୁଣାଇଥିଲା । ଓଡ଼ିଆ ସାହିତ୍ୟର ସମସ୍ତ ବିଭାଗରେ ନୂତନତ୍ବର ଝଲକ ପ୍ରଦାନ କରିବା ସତ୍ତ୍ୱେ, ଭଞ୍ଜ ସାହିତ୍ୟ ପ୍ରତି ନକରାତ୍ମକ ସମାଲୋଚନା, ପ୍ରାଚୀନ ସାହିତ୍ୟ ପ୍ରତି ବିମୁଖତା ତଥା ସେ ବାବଦରେ କର୍ମବୀର ଗୌରୀଶଙ୍କରଙ୍କ ଉତ୍କଳଦୀପିକାର ତୀବ୍ର ବିରୋଧର ସାମନା କରି ଦୀର୍ଘକାଳ ତିଷ୍ଠି ପାରି ନ ଥିଲା ।
ଏ ଉତ୍କଳ ମଧୁପ ପତ୍ରିକାଟି ପ୍ରାୟ ୧୪୦ ବର୍ଷ ହେବ ବନ୍ଦ ହେଲାଣି, ତେବେ ଏ ପତ୍ରିକାର ମଧୁ ଯେ ଥରେ ପାନ କରିଛି, ସେ କଦାପି ଭୁଲିପାରିବନି ଏହାର ନୂତନ ରୁଚିବୋଧକୁ, ଏହାର ସାବଲୀଳ ଭାଷାକୁ, ଏହାର ଅବଦାନକୁ, ଏହାର ସ୍ୱାଦକୁ ।
ଉନବିଂଶ ଶତାବ୍ଦୀର ଅନ୍ୟତମ ସାହିତ୍ୟ ପତ୍ରିକାର କୀର୍ତ୍ତି ଏବେସୁଦ୍ଧା ସଞ୍ଜୀବିତ ।
ତଥ୍ୟ: “ଓଡ଼ିଆ ସାହିତ୍ୟର ଇତିହାସ”, ଲେଖକ ପ୍ରଫେସର ବାଉରୀବନ୍ଧୁ କର, ଫ୍ରେଣ୍ଡସ ପବ୍ଲିଶର୍ସ, କଟକ
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago