ଜଣା ଅଜଣା

ଦାରିଙ୍ଗିବାଡିର ନାମକରଣ

ଲେଖା: ଡାକ୍ତର କୁମାର ଅରୋଜ୍ୟୋତି
ଆମ “ଦାରିଙ୍ଗିବାଡି”କୁ ଏହାର ସ୍ବର୍ଗୀୟ ପରିବେଶ ତଥା ସୌନ୍ଦର୍ଯ୍ୟ ପାଇଁ “ଓଡ଼ିଶାର କାଶ୍ମୀର” ବୋଲି କୁହାଯାଏ । ଏଠାକାର ତାପମାତ୍ରା ଶୀତ ଦିନରେ ଶୁନ ଡିଗ୍ରୀ ତଳକୁ ମଧ୍ୟ ଖସିଆସେ ଓ ସେତେବେଳେ ଏଠାରେ ତୁଷାରପାତ ମଧ୍ୟ ହୁଏ । ତେବେ ଏପରି ଦାରିଙ୍ଗିବାଡିର ନାମକରଣ କାହିଁକି ହେଲା ତାହା ଅନେକଙ୍କୁ ହୁଏତ ଜଣା ନ ଥିବ । ଆସନ୍ତୁ ସେ ସମ୍ୱନ୍ଧରେ ଜାଣିବା ।
ଏହା ବ୍ରିଟିଶ ଶାସନ ସମୟର କଥା । ସେତେବେଳେ ଏହି ସ୍ଥାନର ଦାୟିତ୍ୱରେ “ଦାରିଙ୍ଗ ସାହେବ” ନାମରେ ଜଣାଶୁଣା ଜନୈକ ବ୍ରିଟିଶ ଅଫିସର ଥିଲେ । ତାଙ୍କରି ନାମ ଅନୁସାରେ କାଳକ୍ରମେ ଦାରିଙ୍ଗିବାଡିର ନାମକରଣ ହୋଇଛି । ଏଠାରେ “ବାଡି” ଶବ୍ଦ ରହିବା ସ୍ଥାନକୁ ବୁଝାଉଛି । ତେବେ କାରଣ ଯାହାହେଉ ନା କାହିଁକି “ଦାରିଙ୍ଗିବାଡି” ଏକ ଦର୍ଶନୀୟ ସ୍ଥାନ ଏବଂ ଏହା ଓଡ଼ିଶାର ଏକ ମନୋରମ ଶୈଳନିବାସ । ଓଡ଼ିଶାର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ଭାରତର ଅନ୍ୟାନ୍ୟ ଦର୍ଶନୀୟ ଶୈଳନିବାସ ଗୁଡିକୁ ପରିଭ୍ରମଣ କରିବା ବଦଳରେ “ଦାରିଙ୍ଗିବାଡି”କୁ ପରିଭ୍ରମଣ କଲେ ଆମ ପର୍ଯ୍ୟଟନର ବିକାଶ ହୋଇପାରିବ ତଥା ଆମେ ଏହି ସ୍ଥାନର ଅପରୂପ ସୌନ୍ଦର୍ଯ୍ୟକୁ ମଧ୍ୟ ଉପଭୋଗ କରିପାରିବା । ଧନ୍ୟବାଦ । ଜୟ ଓଡ଼ିଶା !
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago