ଲେଖା: ଅରବିନ୍ଦ ମହାନ୍ତି

ଅଯୋଧ୍ୟା ଏବେ ଉତ୍ସବ ମୁଖର। ଆଜି ତାର ପ୍ରିୟ ରାମ ଫେରୁଛନ୍ତି। ରାମ ତ ବର୍ତ୍ତମାନ କେବଳ ଅଯୋଧ୍ୟାର ନୁହେଁ ସେ ଏବେ ପୂରା ଭାରତବର୍ଷର। ସମଗ୍ର ଗ୍ରାମ, ଦେଶ ରାଜ୍ୟ ସମସ୍ତଙ୍କର ଅପେକ୍ଷା କେତେବେଳେ ତାଙ୍କ ପ୍ରିୟ ଶ୍ରୀରାମ ଫେରିବେ।

ଆଜି ସେ ସମୟ ଉପଗତ। ପତ୍ନୀ ସୀତା ଓ ଭାଇ ଲକ୍ଷ୍ମଣ ସହିତେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରୁଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ। ଦୀର୍ଘ ଚଉଦ ବର୍ଷ ପରେ ଅଯୋଧ୍ୟା ତାର ଆତ୍ମାକୁ ଫେରି ପାଇବ। ରାମଙ୍କୁ ହରାଇ ଶ୍ରୀହୀନ ହୋଇଯାଇଥିଲା ଅଯୋଧ୍ୟା। କୈକେୟୀଙ୍କ ଛୋଟିଆ ଭୁଲ ପାଈଁ ଏତେ ବଡ଼ କଷ୍ଟ ସ୍ୱୀକାର କରିବାକୁ ପଡ଼ିଥିଲା ରାମ, ଲକ୍ଷ୍ମଣ ଓ ସୀତା ତିନିଜଣଙ୍କୁ ତା ସହିତ ନଷ୍ଟ ହୋଇ ଯାଇଥିଲା ଦଶରଥ ପରିବାରର ସମସ୍ତ ସୁଖ ଶାନ୍ତି। ଆଜି ସେ ଦୁଃଖ ସମୟ ଚାଲି ଯାଇଛି। ବର୍ତ୍ତମାନ ସମୟ ତାଙ୍କୁ ସ୍ୱାଗତ କରିବାର। ମାତା କୈକେୟୀ ନିଜ ଭୁଲ ପାଈଁ ଅନୁତପ୍ତା। ଅପେକ୍ଷା କରିଛନ୍ତି ପ୍ରିୟ ପୁତ୍ର ରାମ କେତେବେଳେ ଫେରିବେ।

ସମସ୍ତ ଅଯୋଧ୍ୟା ଏବେ ଦୀପମାଳାରେ ସଜେଇ ହେଉଛି ତା’ ପ୍ରିୟ ପୁତ୍ର ଶ୍ରୀରାମଙ୍କ ପାଈଁ। ଆଖିରେ କାର ଆଜି କ୍ଳାନ୍ତି କି ନିଦ୍ରା ନାହିଁ। ଏହି ସମୟେ ଆକାଶରୁ ଅବତରଣ କଲା ଏକ ବିରାଟ ବିମାନ। ସମସ୍ତ ସାମନ୍ତ ଗଣ ସହିତେ ପୁଷ୍ପକ ବିମାନରୁ ଅବତରଣ କଲେ ଶ୍ରୀ ଶ୍ରୀ ଶ୍ରୀ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ସହିତେ ମାତା ଜାନକୀ ଓ ଭ୍ରାତା ଲକ୍ଷ୍ମଣ। ସମସ୍ତ ଅଯୋଧ୍ୟା ବାସୀଙ୍କୁ ବର୍ତ୍ତମାନ ଏବେ କୋଟିନିଧି ମିଳିଗଲା। ମାତା କୌଶଲ୍ୟା, ମାତା କୈକେୟୀ ଓ ମାତା ସୁମିତ୍ରା ଆଖିରେ ଆଉ ପଲକ ପଡୁନି। ଆଖିରୁ ଆନନ୍ଦାଶ୍ରୁ ଝରି ପଡୁଛି। ଜୟ ଶ୍ରୀରାମ, ଜୟ ଶ୍ରୀରାମ ଧ୍ୱନିରେ ଆକାଶ ପାତାଳ ପ୍ରକମ୍ପିତ ହେଉଅଛି।

ସେହି ଦିନ ହେଉଛି ଆଧୁନିକ ସମୟର ଏଇ ଦୀପାବଳି ଯେବେ ଶ୍ରୀରାମ ଚଉଦ ବରଷ ପରେ ବନବାସରୁ ଫେରିଥିଲେ ଏବଂ ଅଧର୍ମ ଉପରେ ଧର୍ମର ବିଜୟ ବାନା ଉଡିଥିଲା। ସେଇ ସ୍ମୃତିରେ ପ୍ରତିବର୍ଷ ଭାରତର ପ୍ରତି କୋଣାନୁକୋଣରେ ଦୀପାବଳି ପାଳନ କରାଯାଉଅଛି।

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

3 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago