ଲେଖା: ଅରବିନ୍ଦ ମହାନ୍ତି
ଅଯୋଧ୍ୟା ଏବେ ଉତ୍ସବ ମୁଖର। ଆଜି ତାର ପ୍ରିୟ ରାମ ଫେରୁଛନ୍ତି। ରାମ ତ ବର୍ତ୍ତମାନ କେବଳ ଅଯୋଧ୍ୟାର ନୁହେଁ ସେ ଏବେ ପୂରା ଭାରତବର୍ଷର। ସମଗ୍ର ଗ୍ରାମ, ଦେଶ ରାଜ୍ୟ ସମସ୍ତଙ୍କର ଅପେକ୍ଷା କେତେବେଳେ ତାଙ୍କ ପ୍ରିୟ ଶ୍ରୀରାମ ଫେରିବେ।
ଆଜି ସେ ସମୟ ଉପଗତ। ପତ୍ନୀ ସୀତା ଓ ଭାଇ ଲକ୍ଷ୍ମଣ ସହିତେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରୁଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ। ଦୀର୍ଘ ଚଉଦ ବର୍ଷ ପରେ ଅଯୋଧ୍ୟା ତାର ଆତ୍ମାକୁ ଫେରି ପାଇବ। ରାମଙ୍କୁ ହରାଇ ଶ୍ରୀହୀନ ହୋଇଯାଇଥିଲା ଅଯୋଧ୍ୟା। କୈକେୟୀଙ୍କ ଛୋଟିଆ ଭୁଲ ପାଈଁ ଏତେ ବଡ଼ କଷ୍ଟ ସ୍ୱୀକାର କରିବାକୁ ପଡ଼ିଥିଲା ରାମ, ଲକ୍ଷ୍ମଣ ଓ ସୀତା ତିନିଜଣଙ୍କୁ ତା ସହିତ ନଷ୍ଟ ହୋଇ ଯାଇଥିଲା ଦଶରଥ ପରିବାରର ସମସ୍ତ ସୁଖ ଶାନ୍ତି। ଆଜି ସେ ଦୁଃଖ ସମୟ ଚାଲି ଯାଇଛି। ବର୍ତ୍ତମାନ ସମୟ ତାଙ୍କୁ ସ୍ୱାଗତ କରିବାର। ମାତା କୈକେୟୀ ନିଜ ଭୁଲ ପାଈଁ ଅନୁତପ୍ତା। ଅପେକ୍ଷା କରିଛନ୍ତି ପ୍ରିୟ ପୁତ୍ର ରାମ କେତେବେଳେ ଫେରିବେ।
ସମସ୍ତ ଅଯୋଧ୍ୟା ଏବେ ଦୀପମାଳାରେ ସଜେଇ ହେଉଛି ତା’ ପ୍ରିୟ ପୁତ୍ର ଶ୍ରୀରାମଙ୍କ ପାଈଁ। ଆଖିରେ କାର ଆଜି କ୍ଳାନ୍ତି କି ନିଦ୍ରା ନାହିଁ। ଏହି ସମୟେ ଆକାଶରୁ ଅବତରଣ କଲା ଏକ ବିରାଟ ବିମାନ। ସମସ୍ତ ସାମନ୍ତ ଗଣ ସହିତେ ପୁଷ୍ପକ ବିମାନରୁ ଅବତରଣ କଲେ ଶ୍ରୀ ଶ୍ରୀ ଶ୍ରୀ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ସହିତେ ମାତା ଜାନକୀ ଓ ଭ୍ରାତା ଲକ୍ଷ୍ମଣ। ସମସ୍ତ ଅଯୋଧ୍ୟା ବାସୀଙ୍କୁ ବର୍ତ୍ତମାନ ଏବେ କୋଟିନିଧି ମିଳିଗଲା। ମାତା କୌଶଲ୍ୟା, ମାତା କୈକେୟୀ ଓ ମାତା ସୁମିତ୍ରା ଆଖିରେ ଆଉ ପଲକ ପଡୁନି। ଆଖିରୁ ଆନନ୍ଦାଶ୍ରୁ ଝରି ପଡୁଛି। ଜୟ ଶ୍ରୀରାମ, ଜୟ ଶ୍ରୀରାମ ଧ୍ୱନିରେ ଆକାଶ ପାତାଳ ପ୍ରକମ୍ପିତ ହେଉଅଛି।
ସେହି ଦିନ ହେଉଛି ଆଧୁନିକ ସମୟର ଏଇ ଦୀପାବଳି ଯେବେ ଶ୍ରୀରାମ ଚଉଦ ବରଷ ପରେ ବନବାସରୁ ଫେରିଥିଲେ ଏବଂ ଅଧର୍ମ ଉପରେ ଧର୍ମର ବିଜୟ ବାନା ଉଡିଥିଲା। ସେଇ ସ୍ମୃତିରେ ପ୍ରତିବର୍ଷ ଭାରତର ପ୍ରତି କୋଣାନୁକୋଣରେ ଦୀପାବଳି ପାଳନ କରାଯାଉଅଛି।
~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…
~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…
~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…
~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…
~ ବଳଦେବ ଉପାସନା ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଉତ୍କଳ ଭୂମିରେ ବଳଦେବ ଉପାସନାର ପରମ୍ପରା ପ୍ରାଚୀନ l ଶ୍ରୀମନ୍ଦିରରେ…
~ ତୁମେ ତ ଲୋକରେ ସାର ~ ସୌରଭିତ ସୃଷ୍ଟି: ଅନନ୍ତ ପଟ୍ଟନାୟକ କମ୍ପି ଉଠୁଛି କଟକ ନଗର ଶୁଭୁଅଛି…