ଲେଖା: ଅରବିନ୍ଦ ମହାନ୍ତି

ସମୟ ଥିଲା ଯେତେବେଳେ ଏ ଦେଉଳ ଓଡ଼ିଶାର ବଡ଼ ଦେଉଳର ପରିଚୟ ପାଇଥିଲା। ଏହା ଥିଲା ଏକାଦଶ ଶତାବ୍ଦୀର କଥା । କିନ୍ତୁ ପରବର୍ତ୍ତୀ ସମୟରେ ଦ୍ୱାଦଶ ଓ ତ୍ରୟୋଦଶ ଶତାବ୍ଦୀରେ ଆଉ ଦୁଇ ଗୋଟି ବଡ଼ ଦେବାଳୟ ଗଠିତ ହେଲା। ଗୋଟିଏ ହେଲା ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ଦେଉଳ ଏବଂ କୋଣାର୍କରେ ସୂର୍ଯ୍ୟ ନାରାୟଣଙ୍କ ଦେଉଳ। ଏହାପରେ ଧୀରେ ଧୀରେ ଏହାର ଗାରିମା ହଜିଯିବାକୁ ଲାଗିଲା। ପରବର୍ତୀ ସମୟରେ ଅଞ୍ଚଳ ଭିତ୍ତିରେ ବହୁ ଶୈବପୀଠ ମାନ ଗଢିଉଠିଲା ତେଣୁ ଏହାପରେ ଏହାର ପରିଚୟ ଆହୁରି ହଜିଗଲା। ଉତ୍କଳ ଭୁଲିଗଲା ତାର ଅତୀତକୁ। ତାର ସ୍ୱର୍ଣ୍ଣିମ ଇତିହାସକୁ। ଓଡ଼ିଶାର ବଡ଼ ଦେଉଳର କେବଳ ଗୋଟିଏ ପରିଚୟ ରହିଗଲା ଲିଙ୍ଗରାଜ ମନ୍ଦିର ରୂପରେ। ଏକ ସାଧାରଣ ଶୈବମନ୍ଦିର ପରି।

କେହି ତାର ପୌରାଣିକ ଗାଥା ଜାଣନ୍ତି ନାହିଁ କି ଇତିହାସ ମଧ୍ୟ ଜାଣନ୍ତି ନାହିଁ। କେତେ ଶ୍ରେଷ୍ଠ ଏ ସ୍ଥାନ ତା ବି ଲୋକଙ୍କୁ ଅଜଣା। ସତେ ଯେମିତି ଏହା ଗୁପ୍ତ ରହି ଯାଇଛି। ବର୍ତ୍ତମାନ ଲୋକମତରେ ଏହା ଅନ୍ୟସଧାରଣ ଶୈବମନ୍ଦିର ପରି ଗୋଟିଏ।

କିଛି ପରିଚୟ ରୂପରେ ଏହି ଦେଉଳର ନାମ ତ୍ରିଭୁବନେଶ୍ୱର ଦେଉଳ। କ୍ଷେତ୍ରର ନାମ ଏକାମ୍ରକ୍ଷେତ୍ର। ସ୍ଥାନର ନାମ ସ୍ୱର୍ଣ୍ଣଗିରି ବା ସ୍ୱର୍ଣ୍ଣକୂଟ ପର୍ବତ। କ୍ଷେତ୍ରାଧିପତି ହେଲେ ଶ୍ରୀ ତ୍ରିଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁ। ଯିଏ କି ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳର ଅଧିପତି। କ୍ଷେତ୍ରେଶ୍ବରୀ ହେଲେ ଶ୍ରୀ ତ୍ରିଭୁବନେଶ୍ଵରୀ ଦେବୀ ଗୋପାଳୁଣୀ। ଲିଙ୍ଗରାଜ ମଧ୍ୟ କୋଟି ଲିଙ୍ଗର ଅଧିପତି ହେତୁ ତାଙ୍କୁ କୋଟିଲିଙ୍ଗେଶ୍ବର ନାମରେ ମଧ୍ୟ ଜଣାଯାଏ। ଲିଙ୍ଗ ମଧ୍ୟରେ ଶ୍ରେଷ୍ଠ ହେତୁ ନାମ ତାଙ୍କର ଲିଙ୍ଗରାଜ। ଏକାଦଶ ଜ୍ୟୋତି ଲିଙ୍ଗରୁ ଶ୍ରେଷ୍ଠ ହେତୁ ସେ ପରମବ୍ରହ୍ମ ଜ୍ୟୋତି ଲିଙ୍ଗ।

ପରିଚୟ ଖୋଜି ବସିଲେ ଦିନ ବିତିଯିବ ହେଲେ ପରିଚୟ ସରିବ ନାହିଁ। ଆମ୍ଭେ ଛାର ମଣିଷ କି ଯଶ ଗାଇବ ତାଙ୍କର। ଏତିକି ଆଶା ଏ ଉତ୍କଳ ତାଙ୍କୁ ଚିହ୍ନୁ ତାଙ୍କ ଯଶ, ଗାରିମାଙ୍କୁ ଜାଣୁ। ଲୋକ ମାନସରେ ଏ କ୍ଷେତ୍ରର ପରିଚୟ ପୁଣି ଶ୍ରେଷ୍ଠ ହୋଇ ଉଠୁ। ଏତିକି କାମନା।

Spread the love
admin

Recent Posts

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

22 hours ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

24 hours ago

ଶ୍ରୀଚୈତନ୍ୟଙ୍କ ଦେହାବସାନ

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…

1 day ago

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

1 week ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 week ago