ଲେଖା: ଅରବିନ୍ଦ ମହାନ୍ତି

ସମୟ ଥିଲା ଯେତେବେଳେ ଏ ଦେଉଳ ଓଡ଼ିଶାର ବଡ଼ ଦେଉଳର ପରିଚୟ ପାଇଥିଲା। ଏହା ଥିଲା ଏକାଦଶ ଶତାବ୍ଦୀର କଥା । କିନ୍ତୁ ପରବର୍ତ୍ତୀ ସମୟରେ ଦ୍ୱାଦଶ ଓ ତ୍ରୟୋଦଶ ଶତାବ୍ଦୀରେ ଆଉ ଦୁଇ ଗୋଟି ବଡ଼ ଦେବାଳୟ ଗଠିତ ହେଲା। ଗୋଟିଏ ହେଲା ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ଦେଉଳ ଏବଂ କୋଣାର୍କରେ ସୂର୍ଯ୍ୟ ନାରାୟଣଙ୍କ ଦେଉଳ। ଏହାପରେ ଧୀରେ ଧୀରେ ଏହାର ଗାରିମା ହଜିଯିବାକୁ ଲାଗିଲା। ପରବର୍ତୀ ସମୟରେ ଅଞ୍ଚଳ ଭିତ୍ତିରେ ବହୁ ଶୈବପୀଠ ମାନ ଗଢିଉଠିଲା ତେଣୁ ଏହାପରେ ଏହାର ପରିଚୟ ଆହୁରି ହଜିଗଲା। ଉତ୍କଳ ଭୁଲିଗଲା ତାର ଅତୀତକୁ। ତାର ସ୍ୱର୍ଣ୍ଣିମ ଇତିହାସକୁ। ଓଡ଼ିଶାର ବଡ଼ ଦେଉଳର କେବଳ ଗୋଟିଏ ପରିଚୟ ରହିଗଲା ଲିଙ୍ଗରାଜ ମନ୍ଦିର ରୂପରେ। ଏକ ସାଧାରଣ ଶୈବମନ୍ଦିର ପରି।

କେହି ତାର ପୌରାଣିକ ଗାଥା ଜାଣନ୍ତି ନାହିଁ କି ଇତିହାସ ମଧ୍ୟ ଜାଣନ୍ତି ନାହିଁ। କେତେ ଶ୍ରେଷ୍ଠ ଏ ସ୍ଥାନ ତା ବି ଲୋକଙ୍କୁ ଅଜଣା। ସତେ ଯେମିତି ଏହା ଗୁପ୍ତ ରହି ଯାଇଛି। ବର୍ତ୍ତମାନ ଲୋକମତରେ ଏହା ଅନ୍ୟସଧାରଣ ଶୈବମନ୍ଦିର ପରି ଗୋଟିଏ।

କିଛି ପରିଚୟ ରୂପରେ ଏହି ଦେଉଳର ନାମ ତ୍ରିଭୁବନେଶ୍ୱର ଦେଉଳ। କ୍ଷେତ୍ରର ନାମ ଏକାମ୍ରକ୍ଷେତ୍ର। ସ୍ଥାନର ନାମ ସ୍ୱର୍ଣ୍ଣଗିରି ବା ସ୍ୱର୍ଣ୍ଣକୂଟ ପର୍ବତ। କ୍ଷେତ୍ରାଧିପତି ହେଲେ ଶ୍ରୀ ତ୍ରିଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁ। ଯିଏ କି ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳର ଅଧିପତି। କ୍ଷେତ୍ରେଶ୍ବରୀ ହେଲେ ଶ୍ରୀ ତ୍ରିଭୁବନେଶ୍ଵରୀ ଦେବୀ ଗୋପାଳୁଣୀ। ଲିଙ୍ଗରାଜ ମଧ୍ୟ କୋଟି ଲିଙ୍ଗର ଅଧିପତି ହେତୁ ତାଙ୍କୁ କୋଟିଲିଙ୍ଗେଶ୍ବର ନାମରେ ମଧ୍ୟ ଜଣାଯାଏ। ଲିଙ୍ଗ ମଧ୍ୟରେ ଶ୍ରେଷ୍ଠ ହେତୁ ନାମ ତାଙ୍କର ଲିଙ୍ଗରାଜ। ଏକାଦଶ ଜ୍ୟୋତି ଲିଙ୍ଗରୁ ଶ୍ରେଷ୍ଠ ହେତୁ ସେ ପରମବ୍ରହ୍ମ ଜ୍ୟୋତି ଲିଙ୍ଗ।

ପରିଚୟ ଖୋଜି ବସିଲେ ଦିନ ବିତିଯିବ ହେଲେ ପରିଚୟ ସରିବ ନାହିଁ। ଆମ୍ଭେ ଛାର ମଣିଷ କି ଯଶ ଗାଇବ ତାଙ୍କର। ଏତିକି ଆଶା ଏ ଉତ୍କଳ ତାଙ୍କୁ ଚିହ୍ନୁ ତାଙ୍କ ଯଶ, ଗାରିମାଙ୍କୁ ଜାଣୁ। ଲୋକ ମାନସରେ ଏ କ୍ଷେତ୍ରର ପରିଚୟ ପୁଣି ଶ୍ରେଷ୍ଠ ହୋଇ ଉଠୁ। ଏତିକି କାମନା।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

6 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 week ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago