ଲେଖା: ବନ୍ଧନ ଦଳାଇ

ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଦ୍ଧଶୀ ତିଥିରେ ଶ୍ରୀ ଶ୍ରୀ ଅନନ୍ତ ଦେବଙ୍କ ବ୍ରତ ପାଳନ କରାଯାଏ। ଏହି ପବିତ୍ର ଦିନଟି ଭଗବାନ ବିଷ୍ଣୁଙ୍କୁ ସମର୍ପିତ। ବିଷ୍ଣୁଙ୍କ ସମେତ ଗଣେଶଙ୍କ ସମ୍ମୁଖରେ ମଧ୍ୟ ଏହି ପୂଜା କରିବାର ବିଧି ପ୍ରଚଳିତ। କୁହାଯାଏ ଗଜାନନ ନିଜେ ଅନନ୍ତ ବ୍ରତ କରିଥାନ୍ତି।

ମହାଭାରତ ଅନୁସାରେ ରାଜ୍ୟ ଫେରିପାଇବା ଲାଗି କ୍ରମାଗତ ଚଉଦ ବର୍ଷ ଏହି ବ୍ରତ ପାଳନ କରିବାକୁ ଶ୍ରୀକୃଷ୍ଣ, ଯୁଧିଷ୍ଠିରଙ୍କୁ ପରାମର୍ଶ ଦେଇଥିଲେ। ଅନନ୍ତ ଦେବଙ୍କ ପୂଜା କାର୍ଯ୍ୟରେ ପାଣିକଳସ ଯମୁନା, ଦୂବଘାସ ଶେଷନାଗ ଏବଂ ଚଉଦଟି ଗଣ୍ଠି ଥିବା ସୂତ୍ର ବା ବ୍ରତ ଅନନ୍ତଙ୍କ ପ୍ରତୀକ।

ଏହି ଦିବସ ପାଇଁ ଚଉଦ ସଂଖ୍ୟାର ମହତ୍ତ୍ୱ ଅଧିକ। ଭକ୍ତ ଓ ଶ୍ରଦ୍ଧାଳୁ  ଚଉଦ ପ୍ରକାରର ଫୁଲ, ଫଳ ଓ ପତ୍ର ବ୍ୟବହାର କରନ୍ତି । ପୂଜା ପାଇଁ ଚଉଦ ପ୍ରକାରର ପନିପରିବା ଚଉଦ ପ୍ରକାର ଚଣାମିଶ୍ରିତ ପାକଦ୍ରବ୍ୟ ପ୍ରସ୍ତୁତ କରାଯାଏ।

ଭଗବାନ ବିଷ୍ଣୁଙ୍କ ଅନନ୍ତଶୟନ ମୁଦ୍ରା ପୂଜା ପାଆନ୍ତି। ପୂଜା ପରେ ପୁରୁଷମାନେ ଡାହାଣ ଓ ମହିଳାମାନେ ବାମ ମଣିବନ୍ଧରେ ପବିତ୍ର ବ୍ରତ ବାନ୍ଧନ୍ତି।

ଆମ ଦେଶର କେତେକ ସ୍ଥାନରେ ବାଉଁଶ ଟୋକେଇରେ ଦୂବ ତିଆରି ଶେଷନାଗଙ୍କୁ ପୂଜା କରାଯାଏ । ମନୁଷ୍ୟ ମନରେ ଭକ୍ତିଭାବ ଜାତ କରାଇବା ତଥା ପାପ ଠାରୁ ଦୁରେଇ ରହିବା ନିମନ୍ତେ ଏହି ଅନନ୍ତ ବ୍ରତ ମାଧ୍ୟମରେ ଦର୍ଶାଯାଇଛି ।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago