All Rights ReservedView Non-AMP Version
  • Homepage
  • ଓଡ଼ିଶାର ବରପୁତ୍ର
  • ମହାମନିଷୀଗଣ
ମହାମନିଷୀଗଣ

ଶ୍ରୀପତି ମିଶ୍ର

ଲେଖା: ଦେଵ ତ୍ରିପାଠୀ

ଆମ ରାଜ୍ୟ ଓଡ଼ିଶାର ସ୍ବତନ୍ତ୍ରତା କିମ୍ବା ଆମ ଦେଶର ସ୍ବାଧୀନତା ପାଇଁ ଅତୀତରେ କେତେ କେତେ ଆନ୍ଦୋଳନ ନ ହୋଇଛି, ମାତ୍ର କାଳକ୍ରମେ ସେ ସଂଗ୍ରାମୀ ମାନେ ଆଜି ଵିସ୍ମୃତ ! ସେମାନଙ୍କ ତ୍ୟାଗ, ତିତୀକ୍ଷା ତଥା କଷ୍ଟସାଧ୍ୟ ଆନ୍ଦୋଳନ ସମ୍ବନ୍ଧରେ ଆଜିର ଯୁଵପିଢି ଅଜ୍ଞ ! କାରଣ ସେସବୁ ସଂଗ୍ରାମ ବିଶେଷ ଗବେଷଣାର ପରିସରଭୁକ୍ତ ହୋଇପାରିନି !

୧୮୯୫ ମସିହାରେ ଆମ ସମ୍ବଲପୁର ମାଟି ଏବଂ ଆଖପାଖ ଗଡ଼ଜାତ ଅଞ୍ଚଳରୁ ଓଡ଼ିଆ ଭାଷାକୁ ଲୋପକରି ବଦଳରେ ହିନ୍ଦୀ ଭାଷାକୁ ସରକାରୀ ଭାଷାରୂପେ ପ୍ରଚଳନ କରିବାର ଯେଉଁ ହୀନ ଚକ୍ରାନ୍ତ ମଧ୍ୟପ୍ରଦେଶୀ ଓ ଇଂରେଜମାନଙ୍କ ଦ୍ଵାରା ରଚାଯାଇଥିଲା, ତାକୁ ପ୍ରତିହତ କରିବା ପାଇଁ ସଦମ୍ଭେ ଆଗେଇ ଆସିଥିଲେ ମହନ୍ତ ବିହାରୀ ଦାସ, ମଦନମୋହନ ମିଶ୍ର, ଵ୍ରଜମୋହନ ପଟ୍ଟନାୟକ, ବଳଭଦ୍ର ସୂପକାର ଓଗେର ସ୍ବାଧୀନଚେତା ମାତୃଭାଷା ପ୍ରେମୀ ମହାମନିଷୀ ଗଣ । ତେବେ ଏଇ ନେତୃଵୃନ୍ଦ ଓଡ଼ିଆ ଭାଷା ସୁରକ୍ଷା ପାଇଁ ଜନତାକୁ ସଚେତନ କରାଇବା ସହିତ ଓଡ଼ିଆ ଅସ୍ମିତା ଜାଗରଣରେ ସଫଳ ହୋଇଥିଲେ ମଧ୍ୟ ଵ୍ରିଟିଶ କର୍ମକର୍ତ୍ତାଙ୍କୁ ଓଡ଼ିଆ ଭାଷାର ଆବଶ୍ୟକତା ତଥା ମହନୀୟତା ସମ୍ପର୍କରେ ଅବଗତ କରାଇବାକୁ ସକ୍ଷମ ହୋଇପାରି ନ ଥିଲେ ।

ଏପରି ସମୟରେ ଉଭା ହୋଇଥିଲେ ଜଣେ ମହାମନିଷୀ ଯିଏ ଆନ୍ଦୋଳନର ସମୟୋପଯୋଗୀ ଯୋଜନା, ଆବଶ୍ୟକୀୟ ଅର୍ଥ ଯୋଗାଣ ସହିତ ସଂଗ୍ରାମୀମାନଙ୍କୁ ପ୍ରୋତ୍ସାହନ ପୂର୍ବକ ଆନ୍ଦୋଳନକୁ ତୀବ୍ର କରାଇବା ସହିତ ବ୍ରିଟିଶ କର୍ମକର୍ତ୍ତାଙ୍କୁ ତଥ୍ୟ ମୂଳକ ଉପସ୍ଥାପନା ମାଧ୍ୟମରେ ଓଡ଼ିଆ ଭାଷା ପ୍ରଚଳନ ନିମନ୍ତେ ପ୍ରଵର୍ତ୍ତାଇ ପାରିଥିଲେ ।

ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ପାଣ୍ଡିତ୍ୟ ଅର୍ଜନ କରିଥିବା ସେଇ ମହାସଂଗ୍ରାମୀ ଜଣକ ଉକ୍ତ ଅଞ୍ଚଳରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ କେତେ କଷ୍ଟ ନ ସହିଛନ୍ତି ସତେ ! ନିଜର ପାର୍ଥିବ ସମ୍ପତ୍ତିକୁ ଭାଷା ସଂଗ୍ରାମ ନିମନ୍ତେ ବିନିଯୋଗ କରି ନିଜ ଜୀବନକୁ ସଂଗ୍ରାମରେ ଉତ୍ସର୍ଗ କରି ସେ ଅବା କ’ଣ ପାଇଥିଲେ ଜୀବନରେ ! ଶତ୍ରୁ ମାନଙ୍କଠାରୁ ମାଡ଼ଗାଳି, ମରଣାନ୍ତକ ଆକ୍ରମଣ, ଗୁଳିମାଡ଼, ଵନ୍ଦୀଜୀବନ, ପରିବାର ବିଚ୍ଛେଦ ! ମାତ୍ର ହାରି ନ ଥିଲେ ସେ ଯୋଗଜନ୍ମା ! ବରଂ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଅସିମୀତ ତ୍ୟାଗ ଓ ଉଦ୍ୟମ ଯୋଗୁଁ ହୋଇଗଲେ ଚିରସ୍ମରଣୀୟ !

ସେଇ ପ୍ରାତଃ ସ୍ମରଣୀୟ ଭାଷାସଂଗ୍ରାମୀ ଥିଲେ ଶ୍ରୀପତି ମିଶ୍ର ।

କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ସମ୍ବଲପୁରରେ ଉତ୍କଳ ଦର୍ପଣ ପ୍ରେସ ସ୍ଥାପନା କରାଇ ଜନସାଧାରଣଙ୍କ ନିକଟରେ ଶ୍ରୀପତି ମିଶ୍ର ମହାଶୟ ପହଞ୍ଚାଇପାରିଥିଲେ ଅସଂଖ୍ୟ ଛପାପୁସ୍ତକ, ମାତୃଭାଷାରେ ! ତାଙ୍କ ଅକୁଣ୍ଠିତ ସାହାଯ୍ୟ, ପ୍ରୋତ୍ସାହନ ଓ ଦିଗଦର୍ଶନ ରେ ସୃଷ୍ଟି ହୋଇଥିଲେ କେତେ କେତେ କବି ସାହିତ୍ୟିକ, ରଚିଥିଲେ ଅସୁମାରୀ ସାହିତ୍ୟ ସମ୍ଭାର !

ସଂସ୍କାରକ ଭାବେ ଭାଷାସଂଗ୍ରାମୀ ଶ୍ରୀପତି ମିଶ୍ର ପଶ୍ଚିମାଞ୍ଚଳର କେତେକ ପ୍ରାଚୀନ ମନ୍ଦିର ସମେତ ଦେଶର ଅସଂଖ୍ୟ ପ୍ରସିଦ୍ଧ ମନ୍ଦିର ନିମନ୍ତେ ଆଣିଥିଲେ ପ୍ରଶାସନିକ ସଂସ୍କାର ।

୧୯୩୦ ମସିହା ଜଗଦ୍ଧାତ୍ରୀ ପୂଜା ଦିବସରେ ମହାପ୍ରୟାଣ ଲଭିଥିଲେ ଏଇ ଅନନ୍ୟ ପ୍ରାତଃ ସ୍ମରଣୀୟ ଭାଷାପ୍ରେମୀ ସଂଗ୍ରାମୀ ଶ୍ରୀପତି ମିଶ୍ର ମହୋଦୟ ।

Spread the love
admin

Next ଜଗବନ୍ଧୁ ସିଂହ »
Previous « ବଗା ପୂଜାରୀ
Share
Published by
admin
Tags: ଶ୍ରୀପତି ମିଶ୍ର
5 years ago

    Related Post

  • ହାତଖଣ୍ଡି ଗୌରାଙ୍ଗ ଦାସ
  • ଭକ୍ତକବି ମଧୁସୂଦନ ରାଓ
  • ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

Recent Posts

  • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

23 hours ago
  • ଆମ ଖାଦ୍ୟ

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 weeks ago
  • ଅନ୍ୟାନ୍ୟ

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 weeks ago
  • ମହାମନିଷୀଗଣ

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

1 month ago
  • ମହାମନିଷୀଗଣ

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago
  • ମହାମନିଷୀଗଣ

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago
All Rights ReservedView Non-AMP Version
  • L