| ଲେଖା: ଦେଵ ତ୍ରିପାଠୀ “ମୁଁ ଚାହେଁ ଓଡ଼ିଆ ଜାତି ନ ହେଉ ନିଊନ ବୃଦ୍ଧି ହେଉ ପ୍ରାଚୀନ କୀରତି ଶତଗୁଣ“ ଓଡ଼ିଆ ଅସ୍ମିତାଠାରୁ ଆରମ୍ଭ କରି ମହାଭାରତୀୟ ଜାତିୟତା ପର୍ଯ୍ୟନ୍ତ ସବୁ ଥିଲା ତାଙ୍କ ପ୍ରାଣର ଧ୍ୟେୟ । ପଦ୍ୟାତ୍ମକ ‘ଭାରତ ଚରିତାମୃତ’ ଓ ଗଦ୍ୟାତ୍ମକ ‘ପ୍ରାଚୀନ ଉତ୍କଳ’ ତାହାର ପ୍ରମାଣ । ଭାଷା ପ୍ରାଞ୍ଜଳ ଓ ସରସ, ବିଶ୍ଲେଷଣ ଯଥାସମ୍ଭବ ତଥ୍ୟପୂର୍ଣ୍ଣ । ଉଦ୍ଧୃତିର ସୀମା ନାହିଁ । ଉଭୟ ଓଡ଼ିଆ ଜାତିର ଓ ଭାରତୀୟଙ୍କର କଳିଙ୍ଗମୋଚନ ଓ ଗୌରବ ପ୍ରତିଷ୍ଠା ପାଇଁ ସେ ଯାହା କରିଛନ୍ତି ତାହାର ପଟାନ୍ତର ନାହିଁ । ଇତିହାସର ରାଜପଥ ନିର୍ମାଣରେ ପଥୀକୃତ ନିଶ୍ଚୟ । ଇତିହାସ ବିମୁଖ ଓଡ଼ିଆଙ୍କ ରକ୍ତରେ ସେ ସ୍ଵଦେଶ ଓ ସ୍ବଜାତିର ଇତିହାସ ଚେତନା ପ୍ରବାହିତ କରିବାକୁ ଜୀବନର ବ୍ରତ ବୋଲି ଗ୍ରହଣ କରିଥିଲେ । ଆଜି ସେ ବିସ୍ମୃତ ପ୍ରାୟ ।୧୯୪୮ ମସିହା, ମେ ମାସ ସତର ତାରିଖ । ଉତ୍କଳ ହରେଇଛି ଏକାଧାରରେ ଜାତିପ୍ରାଣ, ଦେଶପ୍ରାଣ, ସ୍ଵକୀୟ ସଂସ୍କୃତି ଅନୁରକ୍ତ ଓ ଗର୍ବସ୍ଫୀତ, ଐତିହାସିକ ତଥା ଓଡିଆ ଜାତିର ଆତ୍ମଗୌରବ, ଆତ୍ମ ମର୍ଯ୍ୟାଦା ଓ ଆତ୍ମ ପ୍ରତିଷ୍ଠା ପାଇଁ ନିଜକୁ ସମର୍ପିତ କରିଥିବା ଏକ ଓଡ଼ିଆଙ୍କୁ ‘ଜଗବନ୍ଧୁ ସିଂହ’। ~ ବିଚକ୍ଷଣ ବ୍ୟବସ୍ଥାପକ ଜଗବନ୍ଧୁ ~ ସଂଗଠକ ଭାବରେ କଟକଠାରୁ ପୁରୀ ପର୍ଯ୍ୟନ୍ତ ବହୁ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର ଜଗବନ୍ଧୁ ସିଂହ ଥିଲେ ପ୍ରତିଷ୍ଠାତା, କଟକରେ ଭକ୍ତକବି ମଧୁସୂଦନ ରାଓଙ୍କ ଦ୍ଵାରା ଉତ୍କଳ ସାହିତ୍ୟ ସମାଜର ପ୍ରତିଷ୍ଠା ପାଇଁ ମଧ୍ୟ ତାଙ୍କର ଥିଲା ପ୍ରଚ୍ଛନ୍ନ ସହଯୋଗ, ପୁରୀରେ ମଠମନ୍ଦିରଗୁଡିକର ପୁନଃ ସ୍ଥାପନା ଏବଂ ପୁନରୁଦ୍ଧାର କ୍ଷେତ୍ରରେ ସେ ନିର୍ବାହ କରିଥିଲେ ଅହେତୁକ ଭୂମିକା । ~ ଅନବଦ୍ୟ ସାହିତ୍ୟିକ ~ ସଂସ୍କୃତି ଅନୁରାଗୀ ଭାବରେ ବହୁ ନାଟକ ରଚନା କରି ନିଜ ଯାତ୍ରାଦଳରେ ଅଭିନୀତ କରାଉଥିଲେ ରାଜ୍ୟ ତଥା ବାହାର ରାଜ୍ୟରେ । ଐତିହାସିକ ନ ହୋଇ ମଧ୍ୟ ଜଗବନ୍ଧୁ ସିଂହ ରଚିଥିଲେ ଓଡ଼ିଶାର ଅନନ୍ୟ ଇତିହାସ ‘ପ୍ରାଚୀନ ଉତ୍କଳ’, ଗଜପତିମାନଙ୍କର ସ୍ବତନ୍ତ୍ର ଇତିହାସ ରଚିବାରେ ସେ ଥିଲେ ପ୍ରଥମ । ଗବେଷକ ନ ହୋଇ ମଧ୍ୟ ସେ ଲେଖିଥିଲେ ଅସଂଖ୍ୟ ନିବନ୍ଧ ଆମ ରାଜ୍ୟର ମନ୍ଦିର, ଭିତ୍ତିଚିତ୍ର, ଗୁମ୍ଫା, ତାମ୍ରଶାସନ, ପୋଥି ଇତ୍ୟାଦିକୁ ନେଇ । ~ ଆଉ ଜଣେ ଗୋପବନ୍ଧୁ ~ ଦୁର୍ଭାଗ୍ୟ, ପୁରୀ କିମ୍ବା ଅନ୍ୟ ଅଞ୍ଚଳର ଓଡ଼ିଶାବାସୀଙ୍କ ପାଇଁ ତାଙ୍କର ତ୍ୟାଗର କାହାଣୀ ଆଜି ଅଲୋଡା ! ! ! ଏହି ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ଅନ୍ତରଙ୍ଗ କଳିଙ୍ଗ, ସମସ୍ତ ଓଡ଼ିଆଙ୍କ ତରଫରୁ । | |
~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…
ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…
ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…
~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…
~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…
ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…