ଲେଖା: ଅରବିନ୍ଦ ମହାନ୍ତି
ଶ୍ରୀକ୍ଷେତ୍ରାଧିଶ୍ଵରୀ ଦେବୀ ବିମଳା ଓ କ୍ଷେତ୍ରାଧିଶ୍ବର ଜଗନ୍ନାଥ ହେଉଛନ୍ତି ଶଙ୍ଖକ୍ଷେତ୍ରର ପ୍ରାଣକେନ୍ଦ୍ର। ଦେବୀ ବିମଳା ଶ୍ରୀମନ୍ଦିର ପରିସରରେ ସିଦ୍ଧତମା ବେଶରେ ଦଣ୍ଡାୟମାନ ଭଙ୍ଗୀରେ ପୂଜିତା। ଏହି ପୀଠରେ ସତୀଙ୍କ ପାଦ ପତନ ହେଇଥିବାରୁ ଏହା ପ୍ରାଚୀନ ଶକ୍ତିପୀଠ ମଧ୍ୟରୁ ଅନ୍ୟତମ ଅଟେ ଏବଂ ଏହି ପାଦପୀଠ ପରମ ଗୋପନୀୟ ଓ ସିଦ୍ଧ ତନ୍ତ୍ରପୀଠ ମଧ୍ୟ।
ଏ କ୍ଷେତ୍ରରେ ବିମଳାଙ୍କୁ ଏକାକ୍ଷରୀ ଭୁବନେଶ୍ଵରୀ ମନ୍ତ୍ରରେ ପୂଜା କରାଯାଏ। ଦେବୀଙ୍କୁ ମହାକାଳୀ-ମହାଲକ୍ଷ୍ମୀ-ମହାସରସ୍ୱତୀ ବୋଲି ତ୍ରିବିଧ ରୂପରେ ଧାରଣା କରାଯାଏ। ମହାକାଳୀ ଭାବେ ଦେବୀଙ୍କ ହସ୍ତରେ କାଳଫାଶ (ନାଗଫାଶ), ମହାଲକ୍ଷ୍ମୀ ଭାବେ ହାତରେ କଳସ ଏବଂ ମହାସରସ୍ୱତୀ ରୂପେ ହାତରେ ଅକ୍ଷମାଳା ଧାରଣ କରି ଅଛନ୍ତି। ତେଣୁ ମା’ବିମଳା ଚଣ୍ଡୀଙ୍କ ତ୍ରିମୂର୍ତ୍ତି। ସେ ମହାକାଳକୁ କବଳିତ କରି ସର୍ବ ସମ୍ପଦ ଜ୍ଞାନ ଦାନ କରିଥାନ୍ତି।
~ ବିମଳାଙ୍କ ମନ୍ଦିର ~
ବିମଳାଙ୍କ ଦେଉଳର ମୁଖ୍ୟ ବିମାନ ଓ ମୁଖଶାଳା ଅନନ୍ତ ବର୍ମ ଚୋଡ଼ଗଙ୍ଗଙ୍କ ଦ୍ୱାରା ନିର୍ମିତ ଓ ଜଗନ୍ନାଥ ଓ ମହାଲକ୍ଷ୍ମୀଙ୍କ ଦେଉଳର ସମୟ ସାମୟିକ ଅଟେ। ମନ୍ଦିର ପ୍ରବେଶ ଦ୍ବାରରେ ବିଶାଳ ଗଜ ସିଂହ ମୂର୍ତ୍ତି ବିଦ୍ୟମାନ। ମହା କେଶରୀ ଅଜ୍ଞତା ରୂପକ ଗଜକୁ ମାଡିବସି ଜ୍ଞାନମୟୀ ଦେବୀଙ୍କୁ ନିତ୍ୟ ଦର୍ଶନ କରୁଛନ୍ତି। ପ୍ରବେଶ ଦ୍ଵାରର ଦୁଇ ପାର୍ଶ୍ୱରେ ଦୁଧଖାଇ ସରଖାଇ ନାମରେ ଜୟା ଓ ଭଦ୍ରା ଦେବୀ ବିଦ୍ୟମାନ। ନାଟ ମଣ୍ଡପର ପ୍ରବେଶ ଦ୍ବାରରେ ବିଘ୍ନେଶ୍ବର ଗଣପତି ଓ କୁମାର କାର୍ତ୍ତିକେୟଙ୍କର ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ ଦୁଇ ଅତି କମନୀୟ ବିଗ୍ରହ ବିଦ୍ୟମାନ । ମନ୍ଦିର ଜଗମୋହନରେ ସପ୍ତମାତୃକା ଓ ଯୋଗିନୀଗଣଙ୍କ ସହିତେ ୪୪ଟି ଚିତ୍ର ରହିଅଛି।
ଗର୍ଭ ଗୃହରେ ପରମେଶ୍ୱରୀ ଦେବୀ ମହାମୟୀଙ୍କ ଭକ୍ତଙ୍କ ପାଈଁ ଅଭୟ ଦେଉଥିବା ଓ ଦୁଷ୍ଟଙ୍କ ପାଈଁ ଭୀତି ସୃଷ୍ଟି କରୁଥିବା ରୂପ ବିଦ୍ୟମାନ। ଦେବୀ ଚତୁଃଭୂଜା ଓ ଦଣ୍ଡାୟମାନ ସିଦ୍ଧତମା ବେଶେ ଦର୍ଶନ ଦେଉଛନ୍ତି। ହସ୍ତରେ ନାଗକନ୍ୟା, ଦେବକନ୍ୟା, ଅମୃତଭାଣ୍ଡ ଓ ଅକ୍ଷମାଳା ଧାରଣ କରି ଅଛନ୍ତି। ଦେବୀଙ୍କ ଦୁଇ ପାର୍ଶ୍ଵେ ସହଚରୀ ରୂପେ ଛାୟା ମାୟା ଦେବୀ ବିଦ୍ୟମାନ।
~ ଦେବୀପୂଜା ~
ଦେବୀଙ୍କ ଆଶ୍ୱିନ ମାସେ ଷୋଡ଼ଶ ଦିନାତ୍ମକ ପୂଜା ବିଧିପୂର୍ବକ ଅନୁଷ୍ଠିତ ହୋଇଥାଏ। ପୂଜା ସମୟରେ ନାରୀ ମାନେ ୧୬ ଦିନ ପର୍ଯ୍ୟନ୍ତ ଭିତରକୁ ଯିବା ନିଷେଧ କରାଯାଇଅଛି। ସହସ୍ର କୁମ୍ଭାଭିଷେକ ଓ ଷୋଡ଼ଶ ପୂଜାର ଆରମ୍ଭ ୧୬ ଗଣତି ରେ ଆଶ୍ୱିନ କୃଷ୍ଣ ପକ୍ଷ ସପ୍ତମୀ ବା ଅଷ୍ଟମୀ ଦିନଠାରୁ ପୂଜା ଆରମ୍ଭ ହୁଏ। ମହାପ୍ରଭୁଙ୍କ ମାଜଣା ମଣ୍ଡପରେ ଦେବୀଙ୍କ ସହସ୍ର କୁମ୍ଭାଭିଷେକ ହୁଏ। ଏହା ପରେ ଆରମ୍ଭ ହୁଏ ଦୁର୍ଗାମାଧବ ଉପାସନା। ଦୁର୍ଗା ସୋମନାଥ ମଣ୍ଡପରୁ ଆସିଲେ ମାଧବ ସହିତେ ଏକତ୍ର ରୁଦ୍ଧା ହୁଅନ୍ତି। ଦୁର୍ଗା ମାଧବ ପ୍ରଥମ ଆଠ ଦିନ ପର୍ଯ୍ୟନ୍ତ ବିମଳାଙ୍କ ମନ୍ଦିରକୁ ବିଜେ ହୁଅନ୍ତି ଓ ନବମ ଦିନ ଠାରୁ ରଥରେ ବସି ଦୋଳ ମଣ୍ଡପ ସାହି ସ୍ଥିତ ନାରାୟଣୀଙ୍କ ମନ୍ଦିରକୁ ବିଜେ ହୁଅନ୍ତି। ଏହି ନୀତି ଦଶହରା ପର୍ଯ୍ୟନ୍ତ ହୁଏ। ଏହାକୁ ଆଶ୍ୱିନ ଗୁଣ୍ଡିଚା, ଦେବୀ ଗୁଣ୍ଡିଚା ଓ ଶାକ୍ତ ଗୁଣ୍ଡିଚା ମଧ୍ୟ କୁହାଯାଏ।
ସହାୟକ ପୁସ୍ତକ: ଓଡିଶାର ଦେବୀପୀଠ
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

4 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

4 weeks ago