ଲେଖା: ଅରବିନ୍ଦ ମହାନ୍ତି

ବିଗତ କିଛି ଦୁଇ ତିନି ଦଶନ୍ଧି ଧରି ଓଡ଼ିଶାରେ ପ୍ରସିଦ୍ଧି ଲାଭ କରିଥିବା ପର୍ବ ହେଉଛି ଶ୍ରାବଣ ସୋମବାର। ଉତ୍କଳ ପରମ୍ପରା କି ଦେବ ନୀତିରେ ସ୍ଥାନ ନ ପାଇ ମଧ୍ୟ ଏହା ଯେପରି ଶ୍ରାବଣ ମାସର ପର୍ବ ସହ ଅଭିନ୍ନ ଭାବେ ଯୋଡ଼ି ହୋଇଯାଇଅଛି। ଭାବ ଭକ୍ତିରେ ଏହି ଶ୍ରାବଣ ସୋମବାର କାର୍ତ୍ତିକ ସୋମବାର ଭଳି ଭକ୍ତଙ୍କ ପ୍ରିୟପାତ୍ର ହୋଇ ପାରିଛି। ବିଶ୍ୱାସ ରହିଛି ଯେ ଏହି କଷ୍ଟକର ଓ ନିଷ୍ଠା ସହ ପୂଜା ଦ୍ୱାରା ମହାଦେବ ନିଶ୍ଚୟ ପ୍ରସନ୍ନ ହେବେ।

କୌଣସି ନିର୍ଦ୍ଧିଷ୍ଟ ଶୈବ ପୀଠ କିମ୍ବା ପବିତ୍ର ଜଳାଶୟରୁ ଜଳ ଆନୟନ କରି ଖାଲି ପାଦରେ ଦୀର୍ଘ ପଥ ଅତିକ୍ରମଣ କରି ସମ୍ପୁର୍ଣ୍ଣ ନିଷ୍ଠାର ସହ ନିଜ ଇଷ୍ଟ ଶୈବାଳୟରେ ଜଳାଭିଷେକ କରିବାକୁ ହୋଇଥାଏ। ଏହା ପୁର୍ବରୁ ସଂପୂର୍ଣ୍ଣ ମାସ ଯାକ ଆମିଷ ଭକ୍ଷଣ ତ୍ୟାଗ କରି ମହାଦେବଙ୍କ ଶରଣାପନ୍ନ ହେବାକୁ ହୁଏ। ତା ପରେ ଶ୍ରାବଣର ଯେ କୌଣସି ସୋମବାର ପୁର୍ବରୁ ଶୈବ ତୀର୍ଥକୁ ଯାତ୍ରା କରି ଶିବାଭିଷେକ କରିବାକୁ ହୋଇଥାଏ। ଏହି ସମୟରେ ପ୍ରତେକ ଶିବାଳୟ ଭକ୍ତମୟ ହୋଇ ଉଠେ। ଏକାମ୍ର ହେଉ ପୁରୀ, ଗୁପ୍ତେଶ୍ବର ହେଉ ଅବା କପିଳାସ, ପଞ୍ଚଲିଙ୍ଗେଶ୍ବର ହେଉ ଅବା ଧବଳେଶ୍ବର ସହିତେ ସବୁ ଶୈବପୀଠ ମାନଙ୍କରେ ଗୈରିକବସନ ପରିହିତ ଭକ୍ତଙ୍କ ଉପସ୍ଥିତିରେ ଦିବ୍ୟ ଶୋଭା ଧାରଣ କରେ।


~ ଅପପ୍ରଚାର ~
ବହୁ ଧର୍ମ ପ୍ରଚାରକ ପ୍ରଚାର କରନ୍ତି ଯେ ବିଷ୍ଣୁ ଆଷାଢ ମାସରୁ ଚର୍ତୁମାସ ଶୟନ କରନ୍ତି ଆଉ ଶିବ ଏହା ପରେ ପାଳନ ଦାୟିତ୍ଵରେ ରୁହନ୍ତି। ସେମାନେ ଭୁଲି ଯାଆନ୍ତି ଯେ ଶିବଶୟନ ଉତ୍ସବ ମଧ୍ୟ ରହିଅଛି ଯାହା ଆଷାଢ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ପାଳିତ ହୋଇଥାଏ। ମହାଦେବ ମଧ୍ୟ ଚର୍ତୁମାସ ଶୟନ କରି କାର୍ତ୍ତିକ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଯାହା ବଡ଼ ଚତୁର୍ଦ୍ଦଶୀ ଓ ବଡ଼ଓଷା ନାମେ ପରିଚିତ ସେ ଦିନ ଉତ୍ଥିତ ହୋଇଥା’ନ୍ତି। କହିବାକୁ ଗଲେ ପରମବ୍ରହ୍ମ ଜଗନ୍ନାଥ ଓ ପରମେଶ୍ୱର ମହେଶ୍ୱରଙ୍କ ଶୟନ ଉତ୍ଥାପନ ନଥାଏ। ସେ ଶୟନ କଲେ ଏ ସୃଷ୍ଟିର ଅସ୍ତିତ୍ବ ରହିବ ନାହିଁ।  କେବଳ ତାଙ୍କ ପ୍ରତିନିଧି ମାନେ ଏହି ଚର୍ତୁମାସ ଶୟନ କରିଥା’ନ୍ତି। ଚର୍ତୁମୂର୍ତ୍ତି ପୁରୁଷୋତ୍ତମଙ୍କ ପ୍ରତିନିଧି ରୂପେ ବାସୁଦେବ, ଭୁବନେଶ୍ଵରୀ ଓ ନାରାୟଣ ଶୟନ କରନ୍ତି ଏବଂ ପରମେଶ୍ୱରଙ୍କ ପ୍ରତିନିଧି ରୂପେ ହରପାର୍ବତୀ ଶୟନ କରିଥା’ନ୍ତି। ତେଣୁ ଏହି ଅପ ପ୍ରଚାରରୁ ନିରୁକ୍ତ ହେବା ହିଁ ଉତ୍ତମ।

ବହୁ ସ୍ଥାନରେ ଭକ୍ତି ସହ ପୂଜା ଥିଲେ ମଧ୍ୟ କିଛି ଲୋକଙ୍କ ପାଈଁ ଏହା ଆମୋଦ ପ୍ରମୋଦର ମାଧ୍ୟମ ପାଲଟି ଯାଇଛି। ପୂଜାର ମାହାତ୍ମ୍ୟ ନ ଜାଣି ମେଣ୍ଢାମୁଣ୍ଡିଆ ଭକ୍ତିରୂପେ “ସେ କରୁଛି ବୋଲି ମୁଁ କରିବି” ଏହି ନ୍ୟାୟରେ କରିଥାନ୍ତି। ପୁଣି କିଛି ନାମକୁ ମାତ୍ର ଯାଆନ୍ତି କେବଳ ଶିବାଭିଷେକ ପାଈଁ କିନ୍ତୁ ନିଜକୁ ନିଶା ଓ ମାଦକ ଦ୍ରବ୍ୟରେ ବୁଡାଇ ରଖି’ଥାନ୍ତି। ନାରୀ ଯାତ୍ରୀଙ୍କୁ ଅଶ୍ଳୀଳ ବ୍ୟବହାର କରିବା ଅନ୍ୟ ଏକ ଖରାପ ଅଭ୍ୟାସ ରହିଥାଏ।

ଶେଷରେ କହିବାକୁ ଗଲେ ଅନ୍ୟ ରାଜ୍ୟର ପରମ୍ପରା ଗ୍ରହଣ କରୁଛେ ଠିକ୍ ଅଛି କିନ୍ତୁ ଏହା ଯେପରି ଭକ୍ତି ବଦଳରେ ଆଡମ୍ବର ନହେଇ ଯାଉ ତା ହିଁ କାମନା।

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago