ଲେଖା: ଶିଶିର ସାହୁ ମନୋଜ
ଯୁଦ୍ଧକ୍ଷେତ୍ରରେ ସ୍ୱଇଚ୍ଛା ଆତ୍ମତ୍ଯାଗୀଙ୍କୁ ଶହୀଦ କୁହାଯାଏ । ୟୁରୋପ ଓ ମଧ୍ଯପ୍ରାଚ୍ଯ ମଧ୍ଯରେ ଧର୍ମଯୁଦ୍ଧ କାଳରେ ଏ ଶବ୍ଦଟି ଲୋକପ୍ରିୟ ହୋଇଯାଇଥିଲା। ସେତେବେଳେ ଆରବରେ ଇସ୍ଲାମ ପାଇଁ ପ୍ରାଣ ତ୍ଯାଗୁଥିବା ଲୋକେ ଶହୀଦ ବୋଲାଉଥିଲେ । ୟୁରୋପରେ ମଧ୍ଯ ଧର୍ମଯୁଦ୍ଧରେ ପ୍ରାଣ ହରାଉଥିବା ଲୋକଙ୍କୁ Martyr କୁହାଯାଉଥିଲା । ପରେ martyr ୟୁରୋପୀୟ ଭାଷାରେ ସୀମିତ ରହିଯାଇଥିଲା କିନ୍ତୁ ଇସ୍ଲାମୀୟ ଧର୍ମର ପ୍ରଚାର ପ୍ରସାର ବଢ଼ିଲାରୁ ଶହୀଦ ଶବ୍ଦଟି ଆରବୀରୁ ଯାଇ ଆର୍ମେନୀୟ, ଅଜରବୈଜାନୀ, କାଜାକ, ରୁଷୀ, କୁର୍ଦ୍ଦିଶ୍, ତାତର, ପାର୍ସୀ, ପୋସ୍ତୋ, ହିନ୍ଦୀ, ବଙ୍ଗାଳୀ, ମାଳୟ ଓ କୋରିଅନ୍ ଆଦି ଭାଷାରେ ଚଳିବାକୁ ଲାଗିଲା। ଇତିମଧ୍ଯରେ ଶହୀଦ ଶବ୍ଦ ଇଂରାଜୀ ଭାଷାରେ ମଧ୍ଯ ସ୍ଥାନଲାଭ କରିସାରିଲାଣି।
ବହୁତ ଲୋକ ପଚାରନ୍ତି ଏହାର କୌଣସି ଭାରତୀୟ ପ୍ରତିଶବ୍ଦ ଅଛି କି ? ଦୁଇଟି ଶବ୍ଦ ଆଜିକାଲି ଏ ଶବ୍ଦର ପ୍ରତିଶବ୍ଦ ଭାବରେ ଅଭିଧାନ ମାନଙ୍କରେ ସ୍ଥାନିତ ହୋଇଛି, ଯେପରି କି
୧. ବଳିଦାନୀ ଓ ୨. ହୁତାତ୍ମା।
ଶହାଦତ୍’ର ଦେଶଜ ପ୍ରତିଶବ୍ଦ ବଳିଦାନ ଅଟେ ତେଣୁ ଯେ ବଳିଦାନ ଦେଲା ସେ ବଳିଦାନୀ ବୋଲାଇଲା । ସେହିଭଳି ହୁତାତ୍ମା ଶବ୍ଦଟି ଦୁଇଟି ଶାସ୍ତ୍ରୀୟ ଶବ୍ଦ ହୁତ ଓ ଆତ୍ମାରୁ ସୃଷ୍ଟ ହୋଇଛି। ଏ ହୁତର ଅର୍ଥ ଯଥା:
କ. ମନ୍ତ୍ରୋଚ୍ଚାରଣ ପୂର୍ବକ ଦେବତାଙ୍କ ଉଦ୍ଦେଶ୍ଯରେ ହୋମାଗ୍ନିରେ ଘୃତାଦି ପ୍ରକ୍ଷିପ୍ତ
ଖ. ହୋମାଗ୍ନି
ଗ. ହୋମ
ଘ. ଶିବ ଇତ୍ଯାଦି !
ଅର୍ଥାତ୍ ଯେଉଁ ଅମର ଆତ୍ମା ରାଷ୍ଟ୍ରରକ୍ଷା ରୂପକ ହୋମାଗ୍ନିରେ ଝାସ ଦିଏ, ଯେଉଁ ଅମର ଆତ୍ମା ଶତ୍ରୁ ପାଇଁ ମାତୃଭୂମି ରକ୍ଷା ସଂକଳ୍ପ ରୂପ ହବନକୁଣ୍ଡରୁ ଅଗ୍ନି ଭଳି ଜାତ ହୋଇ ସେମାନଙ୍କର ବିନାଶ ସାଧନ କରେ, ଯେଉଁ ଅମର ଆତ୍ମା ଠିକ୍ ଶିବଙ୍କ ଭଳି ମାତୃଭୂମି ରକ୍ଷା ହେତୁ ମୃତ୍ଯୁ ରୂପକ ହଳାହଳ ପାନ କରିପାରେ ସେହି ଅମର ଆତ୍ମା କେବଳ ‘ହୁତାତ୍ମା’ ଓ ‘ବଳିଦାନୀ‘ ଅଟେ।
© ଶିଶିର ସାହୁ ମନୋଜ
~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…
ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…
ଲୋକସେବକ ନବକୃଷ୍ଣ ଚୌଧୁରୀ ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…
ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…
Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…