ଲେଖା: ଶିଶିର ସାହୁ ମନୋଜ

ଲାଲ ଠେଙ୍ଗା ପଛର ରୋଚକ କାହାଣୀ !

ତାଳଚେର ରାଜା ପିତାମ୍ବର ହରିଚନ୍ଦନଙ୍କ ସୁପୁତ୍ର ଲାଲ ସିଂ ହରିଚନ୍ଦନ ସେତେବେଳେ ତାଳଚେରର ଶାସକ ଥାନ୍ତି । ଏହି ଲାଲ ସିଂଙ୍କ ସମୟରେ ମରହଟ୍ଟା ବର୍ଗୀମାନେ ତାଳଚେର ଉପରେ ବାର୍ଷିକ ୨୦୦୦ ଟଙ୍କା ପେସକସ୍ ଧାର୍ଯ୍ୟ କରିଥିଲେ । କିନ୍ତୁ ତାଳଚେର ରାଜକୋଷରୁ ତାଙ୍କୁ କେବେବି ଫଟା ପାହୁଲାଟାଏ ବି ମିଳି ନଥିଲା ।

ରାଜା ଲାଲ ସିଂ ପେସକସ୍ ନ ଦେବାରୁ ବର୍ଗୀମାନେ ତାଳଚେର ଆକ୍ରମଣ କଲେ କିନ୍ତୁ ଲାଲ ସିଂ ସେମାନଙ୍କୁ ପରାଜିତ କରି ତାଳଚେର ସୀମାରେ ଗୋଟିଏ ଠେଙ୍ଗା ପୋତି ଦେଇଥିଲେ । ସେ ସ୍ଥାନ ପରବର୍ତ୍ତୀ କାଳରେ “ଲାଲ ଠେଙ୍ଗା” ନାମରେ ଅଭିହିତ ହେଲା ।

କୁହନ୍ତି ମରାଠୀ ମାନେ ଲାଲ ସିଂଙ୍କୁ ଡରି କି ତାଙ୍କ ରାଜତ୍ୱ କାଳରେ କେବେବି ଆଉ ତାଳଚେର ଆକ୍ରମଣ କରିବାକୁ ସାହସ କରି ପାରି ନଥିଲେ । ୧୭୫୭ରେ ଲାଲ ସିଂ ଶେଷ ନିଶ୍ବାସ ତ୍ୟାଗ କଲେ । ଏହାର କିଛି ବର୍ଷ ପରେ ୧୭୭୪ ରେ ମରାଠୀମାନେ ତାଳଚେର ଆକ୍ରମଣ କରି ରାଜ୍ୟକୁ ଶ୍ରୀହୀନ କରିଦେଇ ଯାହା ମିଳିଲା ସବୁ ଲୁଟି ନେଇଥିଲେ ।

୧୭୭୪ରେ ମରାଠୀ ବର୍ଗୀ ଆକ୍ରମଣ ଯୋଗୁଁ ତାଳଚେର ରାଜ୍ୟରେ କେବେ ହୋଇନଥିବା ଦୂର୍ଭିକ୍ଷ ଦେଖାଦେଲା ! ହଜାର ହଜାର ଲୋକ ଅନ୍ନ ଅଭାବରୁ ମୃତ୍ୟୁ ମୁଖରେ ପଡ଼ିଲେ ।

ଅବସ୍ଥା ସୁଧୁରିବାକୁ ଆହୁରି ପାଞ୍ଚ ଦଶ ବର୍ଷ ଲାଗିଯାଇଥିଲା । ରାଜଗାଦୀକୁ ନେଇ କେତେ ଦିନ ବିବାଦ ଲାଗିଲା ପରେ ଶେଷରେ ଭାଗିରଥୀ ହରିଚନ୍ଦନ ୧୭୭୮ ରୁ ୧୮୪୬ ଯାଏଁ ତାଳଚେରର ରାଜା ହୋଇଥିଲେ । ଭାଗିରଥୀ ହରିଚନ୍ଦନଙ୍କ ସମୟରେ ତାଳଚେର ପୁଣି ସମୃଦ୍ଧ ହୋଇଥିଲା ।

ମାତ୍ର ପ୍ରାକୃତିକ ସମ୍ପଦରେ ସମୃଦ୍ଧ ତାଳଚେର ଆଜି ଶ୍ରୀହୀନ ! ଲାଲ ଠେଙ୍ଗା ପରି ବହୁ ଅଜଣା ସ୍ମାରକୀ ସବୁ ପ୍ରଶାସନିକ ଉଦାସୀନତାର କବଳରେ ମୃତପ୍ରାୟ !

Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago