ଲେଖା: ଶିଶିର ସାହୁ ମନୋଜ
ଲାଲ ଠେଙ୍ଗା ପଛର ରୋଚକ କାହାଣୀ !
ତାଳଚେର ରାଜା ପିତାମ୍ବର ହରିଚନ୍ଦନଙ୍କ ସୁପୁତ୍ର ଲାଲ ସିଂ ହରିଚନ୍ଦନ ସେତେବେଳେ ତାଳଚେରର ଶାସକ ଥାନ୍ତି । ଏହି ଲାଲ ସିଂଙ୍କ ସମୟରେ ମରହଟ୍ଟା ବର୍ଗୀମାନେ ତାଳଚେର ଉପରେ ବାର୍ଷିକ ୨୦୦୦ ଟଙ୍କା ପେସକସ୍ ଧାର୍ଯ୍ୟ କରିଥିଲେ । କିନ୍ତୁ ତାଳଚେର ରାଜକୋଷରୁ ତାଙ୍କୁ କେବେବି ଫଟା ପାହୁଲାଟାଏ ବି ମିଳି ନଥିଲା ।
ରାଜା ଲାଲ ସିଂ ପେସକସ୍ ନ ଦେବାରୁ ବର୍ଗୀମାନେ ତାଳଚେର ଆକ୍ରମଣ କଲେ କିନ୍ତୁ ଲାଲ ସିଂ ସେମାନଙ୍କୁ ପରାଜିତ କରି ତାଳଚେର ସୀମାରେ ଗୋଟିଏ ଠେଙ୍ଗା ପୋତି ଦେଇଥିଲେ । ସେ ସ୍ଥାନ ପରବର୍ତ୍ତୀ କାଳରେ “ଲାଲ ଠେଙ୍ଗା” ନାମରେ ଅଭିହିତ ହେଲା ।
କୁହନ୍ତି ମରାଠୀ ମାନେ ଲାଲ ସିଂଙ୍କୁ ଡରି କି ତାଙ୍କ ରାଜତ୍ୱ କାଳରେ କେବେବି ଆଉ ତାଳଚେର ଆକ୍ରମଣ କରିବାକୁ ସାହସ କରି ପାରି ନଥିଲେ । ୧୭୫୭ରେ ଲାଲ ସିଂ ଶେଷ ନିଶ୍ବାସ ତ୍ୟାଗ କଲେ । ଏହାର କିଛି ବର୍ଷ ପରେ ୧୭୭୪ ରେ ମରାଠୀମାନେ ତାଳଚେର ଆକ୍ରମଣ କରି ରାଜ୍ୟକୁ ଶ୍ରୀହୀନ କରିଦେଇ ଯାହା ମିଳିଲା ସବୁ ଲୁଟି ନେଇଥିଲେ ।
୧୭୭୪ରେ ମରାଠୀ ବର୍ଗୀ ଆକ୍ରମଣ ଯୋଗୁଁ ତାଳଚେର ରାଜ୍ୟରେ କେବେ ହୋଇନଥିବା ଦୂର୍ଭିକ୍ଷ ଦେଖାଦେଲା ! ହଜାର ହଜାର ଲୋକ ଅନ୍ନ ଅଭାବରୁ ମୃତ୍ୟୁ ମୁଖରେ ପଡ଼ିଲେ ।
ଅବସ୍ଥା ସୁଧୁରିବାକୁ ଆହୁରି ପାଞ୍ଚ ଦଶ ବର୍ଷ ଲାଗିଯାଇଥିଲା । ରାଜଗାଦୀକୁ ନେଇ କେତେ ଦିନ ବିବାଦ ଲାଗିଲା ପରେ ଶେଷରେ ଭାଗିରଥୀ ହରିଚନ୍ଦନ ୧୭୭୮ ରୁ ୧୮୪୬ ଯାଏଁ ତାଳଚେରର ରାଜା ହୋଇଥିଲେ । ଭାଗିରଥୀ ହରିଚନ୍ଦନଙ୍କ ସମୟରେ ତାଳଚେର ପୁଣି ସମୃଦ୍ଧ ହୋଇଥିଲା ।
ମାତ୍ର ପ୍ରାକୃତିକ ସମ୍ପଦରେ ସମୃଦ୍ଧ ତାଳଚେର ଆଜି ଶ୍ରୀହୀନ ! ଲାଲ ଠେଙ୍ଗା ପରି ବହୁ ଅଜଣା ସ୍ମାରକୀ ସବୁ ପ୍ରଶାସନିକ ଉଦାସୀନତାର କବଳରେ ମୃତପ୍ରାୟ !
ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…
ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…
ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…
କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…
ମାଣବସା ଗୁରୁବାର ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…