ଉପସ୍ଥାପନା: ଶିଶିର ସାହୁ ମନୋଜ

କଟକ ନଗରକୁ ନେଇ ଆମ ଓଡ଼ିଆ ଚଳଣିରେ ପ୍ରଚଳିତ କିଛି ନାଁଦିଆ ଵା ପ୍ରହେଳିକା । ପ୍ରହେଳିକା ଗୁଡ଼ିକର ଉତ୍ତର ବନ୍ଧନୀ ମଧ୍ୟରେ ଦର୍ଶାଯାଇଛି ।

୧. କଟକରୁ ଅଇଲା ଟୋକାଟାଏ
ତା ମୁଣ୍ଡରେ ଟୋପାଟାଏ ।। (ତାଳ)

୨. କଟକରୁ ଅଇଲା ବାବୁ
ତା ମୁଣ୍ଡରେ ଗୋଟାଏ ଆବୁ ।। (ତାଳ)

୩. କଟକରୁ ଅଇଲା ଡେଙ୍ଗା ମହାନ୍ତି
ତା ଅଇଁଠା ସମସ୍ତେ ଖାଆନ୍ତି ।। (ଡଙ୍କି)

୪. କଟକରୁ ଅଇଲା ଧାଇଁ 
ତା ବେକ ସଳଖୁ ନାହିଁ ।।(ଗଞ୍ଜି)

୫. କଟକରୁ ଅଇଲା ବ୍ରାହ୍ମଣ ଜଣେ
ତା ଦେହଯାକ ଯାଦୁ ଭରଣେ ।। (କଲରା/ପଣସ)

୬. କଟକରୁ ଅଇଲା ବ୍ରାହ୍ମଣ ଜଣେ
ଦେହଯାକ ଛନ୍ଦା ପଇତା ପଣେ ।। (ହେଁସ/ମୁନ୍ଦୁରା)

୭. କଟକରୁ ଅଇଲା ମାନସିଂହ
ତା ମୁଣ୍ଡରେ ତିନି ସିଙ୍ଘ ।। (ଚୁଲି)

୮. କଟକରୁ ଅଇଲା କଟେଇତି,
ହଳଦୀ ଖଣ୍ଡେ ବଟେଇତି । 
ଖାଏ ନାହିଁ ସେ ପିଏ ତ,
ହସେ ନାହିଁ ସେ ଶୁଏ ତ ।। (ଛୋଟପିଲା)

୯. କଟକରୁ ଆଇଲା ଧୋବଲୀ ଘୋଡୀ଼
ଏକା ଵିୟାଣକେ ହୋଇଲା ବୁଢ଼ୀ ।। (କଦଳୀ ଗଛ)

୧୦. କଟକରେ ଲାଗିଲା ନିଆଁ
ନଡି଼ଆ ଗଦାରେ ଉଠିଲା ଧୂଆଁ ।। (ହୁକା)

Image: Deba Prasad Swain
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago