ଲେଖା: ଶିଶିର ସାହୁ ମନୋଜ

ଆଜିକାଲିରେ କିଛି ସରକାରୀ ଚାକିରିଆ, ଗଣମାଧ୍ଯମ ଓ ଧନିଘରର ଛୁଆ କୌଣସି ଵ୍ଯକ୍ତିର ବାହାର ରାଜ୍ଯରେ ଯାଇ କୌଣସି ବେସରକାରୀ ସଂସ୍ଥାରେ କାର୍ଯ୍ଯକରିବାକୁ ଦାଦନ ଖଟଣି କହିଦିଅନ୍ତି ! କିନ୍ତୁ ସତକଥା ହେଲା ଜଣେ ଓଡ଼ିଆ ଯଦି ଓଡ଼ିଶା ବାହାରେ କୌଣସି ଲିମିଟେଡ୍ ସଂସ୍ଥାରେ କାର୍ଯ୍ଯ କରେ ସେ ଆଦୌ ଦାଦନ ଖଟେ ନାହିଁ ! କାହିଁକି ନା ଦାଦନ ଶବ୍ଦର ଅର୍ଥ ଦୃଷ୍ଟିରୁ ଏମନ୍ତ କହିଵା ସର୍ଵଦା ଅନୁଚିତ ହେଵ ।

ଦାଦନ ଶବ୍ଦର ନିମ୍ନଲିଖିତ ଅର୍ଥ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି:
୧. କୌଣସି ପଦାର୍ଥ ପାଇବା ଆଶାରେ ଵା କାର୍ଯ୍ୟ ପାଇଵା ଆଶାରେ ଧନ ଆଗତୁରା ଦେଵା; ଅଗ୍ରିମ ଦାନ । ଏହାକୁ ଆଗେ ଲାଗଣ କୁହାଯାଉଥିଲା ।
୨. ଧନାଦି ଅଗ୍ରିମ ଦେଵାର ରୀତି
୩. ଧନ ଵା ଶସ୍ଯାଦି ସୁଧରେ ଖଟାଇଵା ଯାହାକୁ ଧାନ ଦେଢ଼ି ଲଗାଇଵା ମଧ୍ୟ କୁହାଯାଏ ।
୪. ଲାଭ ସହିତ ଧାନ ଵା ଶସ୍ଯାଦି ପାଇବା ଆଶାରେ ଆଗତୁରା ଟଙ୍କା କାଢ଼ିଆ ଲଗାଇଵା
୫. ମୂଲିଆମାନେ ଭବିଷ୍ଯତରେ କାମ କରିବେ ବୋଲି ତାଙ୍କୁ ଆଗତୁରା ଟଙ୍କା ଦେଵା

ଦାଦନ ଶବ୍ଦଟି ମୂଳତଃ ଏକ ପାର୍ସୀ ଶବ୍ଦ ଏଵଂ ଏହା ସଂସ୍କୃତ ଦାନ, ଦଦାତି ତଥା ଓଡ଼ିଆ ଦେଵା ସହିତ ସମଦ୍ଧୃତ ବୋଲି ଭାଷାଵିତ ମତ ଦିଅନ୍ତି ।

ଦାଦନ ଶବ୍ଦର ଅର୍ଥ ସ୍ପଷ୍ଟ କରେ ଯେ, ଯଦି ଶ୍ରମିକକୁ ଆଗତୁରା ‘କାଟ’ ଟଙ୍କା ଦେଇ କାର୍ଯ୍ଯ କରାଯାଏ ତେଵେ କେଵଳ ତାହା ହିଁ ଦାଦନ ପଦଵାଚ୍ଯ ହେଵ ! ତେବେ ବାହାର ରାଜ୍ୟର ଅନେକ ସଂସ୍ଥା ରହିଛି ଯେଉଁଠି କାର୍ଯ୍ୟ କରିଵାର ମାସେରୁ ଦେଢ଼ ମାସ ପରେ ଯାଇ ଶ୍ରମିକଙ୍କୁ ବେତନ ମିଳେ । ସେମାନେ ସ୍ଵହସ୍ତରୁ ଅର୍ଥ ଵ୍ଯୟ କରି ବାହାରରାଜ୍ଯକୁ ଯାଆନ୍ତି । ସେଠାରେ ଏକମାସ କାଳ ଖଟିଲାପରେ ଯାଇ ତାଙ୍କୁ ଅର୍ଥ ମିଳେ । ସୁରତରେ ଶହ ଶହ ଓଡ଼ିଆ ରୁହନ୍ତି ସେମାନଙ୍କୁ କିଛି ଅଵିଵେକି ଦାଦନ କହିଦିଅନ୍ତି ।
ହେଲେ ଏଠାକାର ଲୁମ୍ସ, ଏମ୍ରୋଡରୀ, ହୀରା ଓ ଡାଇଂଗ୍ ପ୍ରିଟିଂଗ୍ ଆଦି ସମସ୍ତ ସଂସ୍ଥାରେ ଆଗତୁରା ଟଙ୍କା ଦେଇ କାର୍ଯ୍ଯ କରାଯାଏ ନାହିଁ ! ଓଲଟା ସୁରତରେ କର୍ମଚାରୀ କାଳେ ଟଙ୍କା ମିଳିଲେ ଘରକୁ ନକହି ଚାଲି ନ ଯାଉ ଏ ଭୟରେ ୧୦, ୧୫ କି ୨୫ ତାରିଖରେ ପାରିଶ୍ରିମକ ଦିଆଯାଏ ! ଅର୍ଥାତ ଡିସେମ୍ବର ଦଶ ତାରିଖରେ ନଭେମ୍ବର ମାସର ପାରିଶ୍ରମିକ ମିଳେ ଓ ଚାଲୁ ମାସର ଟଙ୍କା ରଖାଯାଏ !

ତେଣୁ ସମସ୍ତ ଧନୀକ ଓ ଚାକିରିଆ ଓଡ଼ିଆଙ୍କୁ ଅନୁରୋଧ ନିଜ ଦରିଦ୍ର ଭାଇକୁ ଧନ କି ଚାକିରି ନଦେଲେ ନ ଦିଅନ୍ତୁ ପଛେ ତା’ର ଶ୍ରମଜୀବନକୁ ଉପହାସ କରନ୍ତୁ ନାହିଁ !

© ଶବ୍ଦଭେଦ

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago