ଇତିହାସ

ଲାଙ୍ଗୁଳା ନରସିଂହଦେବ

~ ଲାଙ୍ଗୁଳା ନରସିଂହଦେବ ~

ଲେଖା: ରୁଦ୍ର ନାରାୟଣ ସାହୁ

ବୀରଶ୍ରୀ ଗଜପତି ତ୍ରିକଳିଙ୍ଗାଧିପତି ଯବନ-ସଂହାରକାରୀ ବଜ୍ରବାହୁ ବୀରାଧିବୀରବର ଗୌଡବାଡ ଆଗଙ୍ଗାଗୋଦାବରୀ ଅଧିଶ୍ବର ପ୍ରବଳ ପ୍ରତାପୀ ଶ୍ରୀ ଶ୍ରୀ ଶ୍ରୀ ଲାଙ୍ଗୁଳା ନରସିଂହଦେବ ୧୨୩୮ ଖ୍ରୀଷ୍ଟାବ୍ଦରେ ମାତ୍ର ଅଠର ବର୍ଷ ବୟସରେ ଉତ୍କଳ ସିଂହାସନ ଆରୋହଣ କରିଥିଲେ ।
ତତ୍କାଳୀନ ସମୟରେ ଭାରତର ବିଭିନ୍ନ ପ୍ରାନ୍ତରେ ଯବନ ଆକ୍ରମଣର ପ୍ରାଦୁର୍ଭାବ ବଢ଼ି ଚାଲିଥିଲା । ଉତ୍କଳ ଭୂଖଣ୍ଡ ପ୍ରତି ଉତ୍ତର ଭାରତରୁ ତଥା ବଙ୍ଗଦେଶରୁ ଭୀଷଣ ଯବନ ଆକ୍ରମଣର ସମ୍ଭାବନା ଥିଲା। ୧୨୪୪ ଖ୍ରୀଷ୍ଟାବ୍ଦରେ ଗଜପତି ନରସିଂହଦେବ ସଶସ୍ତ୍ର ଉତ୍କଳୀୟ ସୈନ୍ୟବାହିନୀ ନେଇ ବଙ୍ଗଦେଶ ଉପରେ ଆକ୍ରମଣ କରିଥିଲେ ।
ବଙ୍ଗଦେଶରେ ରାଢବରେନ୍ଦ୍ର ନାମକ ଦୁଇଟି ସ୍ଥାନରେ ଓଡ଼ିଆ ସୈନ୍ୟବାହିନୀ ଓ ଦୁର୍ଦ୍ଧଷ ଯବନସେନାଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ସଂଗଠିତ ହୋଇଥିଲା, ଯେଉଁଥିରେ ବହୁସଂଖ୍ୟକ ଯବନ ନିହତ ହୋଇଥିଲେ । ନରସିଂହ ଦେବଙ୍କ ତାମ୍ରଶାସନରେ ତାଙ୍କର ଏହି କୃତିତ୍ବ ସମ୍ପର୍କରେ ବର୍ଣ୍ଣନା ଅଛି । ଯୁଦ୍ଧ ପରିଶେଷରେ ଓଡ଼ିଆ ସୈନ୍ୟବାହିନୀଙ୍କ ବିଜୟ ହୋଇଥିଲା ।
ଲାଙ୍ଗୁଳା ନରସିଂହଦେବ ଓ ତାଙ୍କର ଓଡ଼ିଆ ସୈନ୍ୟବାହିନୀଙ୍କ ରଣକୌଶଳ ତଥା ବୀରତ୍ବ ବିଦେଶୀ ଯବନମାନଙ୍କ ମଧ୍ୟରେ ଭୟ ସଞ୍ଚାର କରିଥିଲା । ଏହି ଭୟଙ୍କର ଯୁଦ୍ଧ ପରେ ବହୁ ବର୍ଷ ପର୍ଯ୍ୟନ୍ତ ବଙ୍ଗଦେଶରୁ ଆରମ୍ଭ କରି ଆଫଗାନିସ୍ଥାନ ଯାଏଁ କୌଣସି ଯବନସେନା ଉତ୍କଳ ଉପରେ ଆକ୍ରମଣ କରିବାର ଦୁଃସାହସ କରିନଥିଲେ । ଯିଏ ବି ଆକ୍ରମଣ କରିଥିଲେ ସେମାନେ ଓଡ଼ିଆ ସୈନ୍ୟବାହିନୀ ଠାରୁ ଅତି ଶୋଚନୀୟ ଭାବେ ପରାସ୍ତ ହୋଇଥିଲେ। ଏହି ଶାସନ କାଳରେ ଉତ୍କଳ ଭୂଖଣ୍ଡ ତୁର୍କ ତଥା ଆଫଗାନ ଆକ୍ରାନ୍ତାମାନଙ୍କ ଠାରୁ ସୁରକ୍ଷିତ ଥିଲା ।
ଲାଙ୍ଗୁଳା ନରସିଂହଦେବ ବଙ୍ଗ ବା ଗୌଡ ବିଜୟର କୃତିତ୍ବ ପରେ ଏହାର ସ୍ମାରକୀ ଭାବେ ଚନ୍ଦ୍ରଭାଗା ନଦୀ କୂଳରେ ୪୭ ଲକ୍ଷ ୮୮ ହଜାର ମାଢ ସୁନା ବ୍ୟୟରେ ବିଶାଳ ପଦ୍ମକେଶର ଦେଉଳର ନିର୍ମାଣ କରିଥିଲେ। ଯାହାକି ପରବର୍ତ୍ତୀ କାଳରେ ଅର୍କକ୍ଷେତ୍ର କୋଣାର୍କ ନାମରେ ଖ୍ୟାତ ହେଲା ।

©Rudra Narayan Sahu

Langula Narasingha Deba

Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

1 month ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

2 months ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

2 months ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 months ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 months ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 months ago