ଇତିହାସ

ଲାଙ୍ଗୁଳା ନରସିଂହଦେବ

~ ଲାଙ୍ଗୁଳା ନରସିଂହଦେବ ~

ଲେଖା: ରୁଦ୍ର ନାରାୟଣ ସାହୁ

ବୀରଶ୍ରୀ ଗଜପତି ତ୍ରିକଳିଙ୍ଗାଧିପତି ଯବନ-ସଂହାରକାରୀ ବଜ୍ରବାହୁ ବୀରାଧିବୀରବର ଗୌଡବାଡ ଆଗଙ୍ଗାଗୋଦାବରୀ ଅଧିଶ୍ବର ପ୍ରବଳ ପ୍ରତାପୀ ଶ୍ରୀ ଶ୍ରୀ ଶ୍ରୀ ଲାଙ୍ଗୁଳା ନରସିଂହଦେବ ୧୨୩୮ ଖ୍ରୀଷ୍ଟାବ୍ଦରେ ମାତ୍ର ଅଠର ବର୍ଷ ବୟସରେ ଉତ୍କଳ ସିଂହାସନ ଆରୋହଣ କରିଥିଲେ ।
ତତ୍କାଳୀନ ସମୟରେ ଭାରତର ବିଭିନ୍ନ ପ୍ରାନ୍ତରେ ଯବନ ଆକ୍ରମଣର ପ୍ରାଦୁର୍ଭାବ ବଢ଼ି ଚାଲିଥିଲା । ଉତ୍କଳ ଭୂଖଣ୍ଡ ପ୍ରତି ଉତ୍ତର ଭାରତରୁ ତଥା ବଙ୍ଗଦେଶରୁ ଭୀଷଣ ଯବନ ଆକ୍ରମଣର ସମ୍ଭାବନା ଥିଲା। ୧୨୪୪ ଖ୍ରୀଷ୍ଟାବ୍ଦରେ ଗଜପତି ନରସିଂହଦେବ ସଶସ୍ତ୍ର ଉତ୍କଳୀୟ ସୈନ୍ୟବାହିନୀ ନେଇ ବଙ୍ଗଦେଶ ଉପରେ ଆକ୍ରମଣ କରିଥିଲେ ।
ବଙ୍ଗଦେଶରେ ରାଢବରେନ୍ଦ୍ର ନାମକ ଦୁଇଟି ସ୍ଥାନରେ ଓଡ଼ିଆ ସୈନ୍ୟବାହିନୀ ଓ ଦୁର୍ଦ୍ଧଷ ଯବନସେନାଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ସଂଗଠିତ ହୋଇଥିଲା, ଯେଉଁଥିରେ ବହୁସଂଖ୍ୟକ ଯବନ ନିହତ ହୋଇଥିଲେ । ନରସିଂହ ଦେବଙ୍କ ତାମ୍ରଶାସନରେ ତାଙ୍କର ଏହି କୃତିତ୍ବ ସମ୍ପର୍କରେ ବର୍ଣ୍ଣନା ଅଛି । ଯୁଦ୍ଧ ପରିଶେଷରେ ଓଡ଼ିଆ ସୈନ୍ୟବାହିନୀଙ୍କ ବିଜୟ ହୋଇଥିଲା ।
ଲାଙ୍ଗୁଳା ନରସିଂହଦେବ ଓ ତାଙ୍କର ଓଡ଼ିଆ ସୈନ୍ୟବାହିନୀଙ୍କ ରଣକୌଶଳ ତଥା ବୀରତ୍ବ ବିଦେଶୀ ଯବନମାନଙ୍କ ମଧ୍ୟରେ ଭୟ ସଞ୍ଚାର କରିଥିଲା । ଏହି ଭୟଙ୍କର ଯୁଦ୍ଧ ପରେ ବହୁ ବର୍ଷ ପର୍ଯ୍ୟନ୍ତ ବଙ୍ଗଦେଶରୁ ଆରମ୍ଭ କରି ଆଫଗାନିସ୍ଥାନ ଯାଏଁ କୌଣସି ଯବନସେନା ଉତ୍କଳ ଉପରେ ଆକ୍ରମଣ କରିବାର ଦୁଃସାହସ କରିନଥିଲେ । ଯିଏ ବି ଆକ୍ରମଣ କରିଥିଲେ ସେମାନେ ଓଡ଼ିଆ ସୈନ୍ୟବାହିନୀ ଠାରୁ ଅତି ଶୋଚନୀୟ ଭାବେ ପରାସ୍ତ ହୋଇଥିଲେ। ଏହି ଶାସନ କାଳରେ ଉତ୍କଳ ଭୂଖଣ୍ଡ ତୁର୍କ ତଥା ଆଫଗାନ ଆକ୍ରାନ୍ତାମାନଙ୍କ ଠାରୁ ସୁରକ୍ଷିତ ଥିଲା ।
ଲାଙ୍ଗୁଳା ନରସିଂହଦେବ ବଙ୍ଗ ବା ଗୌଡ ବିଜୟର କୃତିତ୍ବ ପରେ ଏହାର ସ୍ମାରକୀ ଭାବେ ଚନ୍ଦ୍ରଭାଗା ନଦୀ କୂଳରେ ୪୭ ଲକ୍ଷ ୮୮ ହଜାର ମାଢ ସୁନା ବ୍ୟୟରେ ବିଶାଳ ପଦ୍ମକେଶର ଦେଉଳର ନିର୍ମାଣ କରିଥିଲେ। ଯାହାକି ପରବର୍ତ୍ତୀ କାଳରେ ଅର୍କକ୍ଷେତ୍ର କୋଣାର୍କ ନାମରେ ଖ୍ୟାତ ହେଲା ।

©Rudra Narayan Sahu

Langula Narasingha Deba

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago