ଇତିହାସ

ଗଜପତି କପିଳେନ୍ଦ୍ର ଦେବ

~ ଗଜପତି କପିଳେନ୍ଦ୍ର ଦେବ ~

ଲେଖା: ଅମୃତେଶ ଖଟୁଆ

ବହୁକାଳ ବିଗତ ଇତିହାସର ସୁବର୍ଣ୍ଣ ପ୍ରହର ଦଣ୍ଡାୟମାନ ।
ସେପଟେ ଦାକ୍ଷିଣାତ୍ୟରେ ତୁମୁଳ କନ୍ଦଳର ସୂତ୍ରପାତରେ ବିଷଣ୍ଣ ଓଡ଼ିଆ ରାଜ୍ୟର ସୀମା । ସମସ୍ତ ଉନ୍ନତି ଲାଗି ପ୍ରଥମେ ପ୍ରାଚୀନ ସୀମା ରକ୍ଷିତ ହେବା ନିତାନ୍ତ ଆବଶ୍ୟକ ତାଙ୍କ ନିମନ୍ତେ । ଏଥିରେ ସମଗ୍ର ଓଡ଼ିଆ ଭାଷୀଙ୍କ ପ୍ରଦେଶକୁ ଏକଛତ୍ର ସାମ୍ରାଜ୍ୟର ମୁକ୍ତ ଛାୟାଟିଏ ଥିଲା ଲୋଡ଼ା ।
ସେ ଛାୟା ଗୋଟିଏ ହେବ ବନସ୍ପତିର ଅଭୟ ଆଶ୍ରୟ । କାରଣ ସେହି ଛାୟା ତଳେ ଏକାଠି ହେବେ ସମସ୍ତ #ଓଡ଼ିଆମାନେ । ଗୋଟିଏ ଜାତିର ସମୁଚ୍ଚ ପରିଚୟ ଘେନି ମସ୍ତକ ଉତ୍ତୋଳିତ କରି ନିଜ ବୀରତ୍ଵର ନିବିଡ଼ କୀର୍ତ୍ତିଗୀତି ଗାନ କରିବେ । ସେଥିପାଇଁ ତ ପୂର୍ବସୂରୀଗଣ ଆମର ନିରନ୍ତର କହିଛନ୍ତି, ଜାତୀୟ ଭାବ ଜାଗ୍ରତ ନ ହେବା ପର୍ଯ୍ୟନ୍ତ ଜାତୀୟ ଉନ୍ନତି ସୁଦୂର ପରାହତ ।
ଉତ୍କଳର ଅତୁଳନୀୟ ବିଭବକୁ ପ୍ରତିବେଶୀଙ୍କ କ୍ରୂର ଆକ୍ରମଣ ଅନାୟାସରେ ଉଚ୍ଛନ୍ନ କରିଦେବ । ଜନ୍ମଭୂମିର ସ୍ବାଧୀନ ତୀର୍ଥ ଏକାବେଳକେ ଭଣ୍ଡୁର ହେବ । ଝରିଯିବ ଶ୍ୟାମଳ କେଦାରର ପକ୍ଵଶସ୍ୟ, ରହିଯିବ କି କେବଳ ନୀବାରର ନୟନାଭିରାମ ଶ୍ୟାମଳିମା ?
ସେଦିନ ମାଳବ ସୁଲତାନ୍ ଦିଲ୍ଲୀ ସୁଲତାନଙ୍କ ସଙ୍ଗେ ସମ୍ବନ୍ଧ ଅନୁବନ୍ଧିତ । ତାଙ୍କର ଲୋଲୁପ ଦୃଷ୍ଟି ପୁଣ୍ୟଭୂମି ଉତ୍କଳର ବିପୁଳ ରାଜ୍ୟ ଓ ଐଶ୍ୱର୍ଯ୍ୟ ଉପରେ । ଅସମଧର୍ମା ଶତ୍ରୁ ସଙ୍ଗେ ଅକାରଣେ ସେଦିନ ଶତ୍ରୁତା ବରଣ କରିବା ପାଇଁ ଆଗେଇଥିଲେ ଗଜପତି କପିଳେନ୍ଦ୍ର ଦେବ । ତାଙ୍କ କଣ୍ଠରେ ଥିଲା ଗୋଟିଏ ଶପଥ: “ସ୍ବଦେଶର ଧୂଳିକଣା ଶତ୍ରୁ ପାଦସ୍ପର୍ଶରେ କଳୁଷିତ ହେଲେ, ଲକ୍ଷ ବକ୍ଷର ଶୋଣିତ-ତର୍ପଣରେ ତା’ର ପ୍ରାୟଶ୍ଚିତ୍ତ ହେବ ନାହିଁ । ଶତ୍ରୁର ଶରଣ ପଶି ସ୍ବାଧୀନତା ବଞ୍ଚାଇ ରଖିବାଠାରୁ ରଣାଙ୍ଗନରେ ମରଣ କୋଟିଗୁଣେ ଶ୍ରେୟସ୍କର !” ତା ପରଠୁ ତାଙ୍କ ଶପଥ ଓ ଅନୁସୃତ ଅଭିଯାନରେ ତିଳେ ପଛଘୁଞ୍ଚା ନଥିଲା । ଉନ୍ମୁକ୍ତ ଅସିର ଧାରରେ ଯେପରି ତାଙ୍କର ଥିଲା #କୋଣ୍ଡାପଲ୍ଲୀ#କଳବର୍ଗ, ସେହି ଅସିର ଇଙ୍ଗିତକୁ ଯାହାର ବିଜୟଲକ୍ଷ୍ମୀ ଏକାଗ୍ର ହୋଇ ଚାହିଁ ରହିଥିଲେ, ଯେପରି ଏହି ସେ ବୀରମୌଳି !
ପୁଷ୍ପର ସୁରଭିତ ପ୍ରେରଣାରେ ଅନ୍ତର୍ଗତ ଯାହାଙ୍କ କଳ୍ପିତ ପରାକ୍ରମର ମାର୍ଗକୁ ଉତ୍ସବମୟୀ କରି ଆଜି ବିଜୟବିମୁଗ୍ଧା ବୀରପ୍ରସବିନୀ ଜନ୍ମଭୂମିର ଆସ୍ୟକୁ ପ୍ରଫୁଲ୍ଲ କରିଛି ବିଜୟଗାନରତ ପିକ, ସେହି ପୁଷ୍ପବୀଥିର ପ୍ରତ୍ୟକ୍ଷ ସ୍ପର୍ଶ ପାଇଁ ପୁନଶ୍ଚ ଆକୁଳ ହୋଇଛନ୍ତି ଉତ୍କଳ ଜନନୀ ।
ମନେପଡ଼େ ତାଙ୍କ ସ୍ଵଦେଶପ୍ରୀତିର ଆକୁଳ ଉଦବେଗ ? ତାଙ୍କ ସରସ ସ୍ମିତହାସ୍ୟରେ ଅସଂଖ୍ୟ ରହସ୍ୟ ଖଣ୍ଡିତ ହୋଇ ନୀରଦବିମୁକ୍ତ ଉତ୍କଳାକାଶରେ ନିର୍ମଳ ଶାରଦଚନ୍ଦ୍ରନିଭ ଆତ୍ମପ୍ରତ୍ୟୟର ସହସା ଉଦୟରେ ଫେରିଥିଲା ସମସ୍ତ ଜନବାସୀଙ୍କ ତ୍ରସ୍ତ ପରାଣରେ ପୂର୍ବ ସ୍ବାଭିମାନ । ଫେରୁଛି ସେ ବିଜୟୀ ମାତୃଭୂମିର ପିକ ହୃତଗୌରବର ଐକ୍ୟତାନ ଗାଇ ଗାଇ, ଉତ୍କଳର ସନ୍ତାନମାନଙ୍କୁ ଭୂତପୂର୍ବ କୀର୍ତ୍ତିର ଅନାହତ ଗୀତି ନିରନ୍ତର ଉଚ୍ଚାରଣ କରି ।
ବନ୍ଦେ ଉତ୍କଳ ଜନନୀ ।
ଗଜପତି କପିଳେନ୍ଦ୍ର ଦେବଙ୍କ କପିଳେଶ୍ବରପୁରରୁ ପ୍ରାପ୍ତ ଏକ ଦୁର୍ଲ୍ଲଭ ଚିତ୍ର । ଚିତ୍ରକର ପୁରୀର ନାରାୟଣ ମହାରଣା ଓ ପ୍ରାପ୍ତିର ସୌଜନ୍ୟ ପୁରୀନିବାସୀ ଐତିହାସିକ Surendra Kumar Mishra
Spread the love
admin

Recent Posts

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

22 hours ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

24 hours ago

ଶ୍ରୀଚୈତନ୍ୟଙ୍କ ଦେହାବସାନ

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…

1 day ago

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

1 week ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 week ago