ଲେଖା: ଶିଶିର ସାହୁ ମନୋଜ

ସରକାର କିଂଵା ଅନ୍ଯ ସକ୍ଷମ ପ୍ରାଧିକରଣ ଦ୍ଵାରା କୌଣସି ଵ୍ଯକ୍ତି ଅଥଵା ପ୍ରତିଷ୍ଠାନକୁ ଵ୍ଯାପାର, ଵ୍ଯଵସାୟ ଅଵା ଉଦ୍ଯୋଗ ସ୍ଥାପିତ କରିଵା ପାଇଁ ଦିଆଯାଉଥିଵା ଅନୁମତିପତ୍ରକୁ ଲାଇସେନ୍ସ (License) କୁହାଯାଏ । ସ୍ଵାମ୍ଯ (petent) ଵା ରାଜପ୍ରଦତ୍ତ ଅଧିକାର ଥିଵା ଵ୍ଯକ୍ତି ଦ୍ଵାରା ନିଜ ଵସ୍ତୁ, ପ୍ରକ୍ରିୟା ଵା ଡିଜାଇନ ଆଦିକୁ  ପ୍ରୟୋଗ କରିଵା, ଗଢି଼ଵା ଅଥଵା ବିକ୍ରି ହେତୁ ଯେଉଁ ସର୍ତ୍ତ ମୂଳକ ଅନୁମତିପତ୍ର ପ୍ରଦାନ କରିଥାନ୍ତି ତାକୁ ମଧ୍ୟ ଲାଇସେନ୍ସ ଵା ଅନୁଜ୍ଞପ୍ତି କୁହାଯାଏ।

ଇଂରାଜୀରେ ପ୍ରଚଳିତ ଏଇ License ଶବ୍ଦଟି ମୂଳତଃ ଏକ ଫ୍ରେଞ୍ଚ ଵା ଫରାସୀ ଭାଷାର ଶବ୍ଦ ଏଵଂ ଏହାର ପୁରୁଣା ଫ୍ରେଞ୍ଚ ଭାଷାରେ ଅର୍ଥ ଥିଲା:
୧. ଵିଦାୟ ଅନୁମତି ମାଗିଵା (leave)
୨. ଦୂରେଇ ଯିଵାକୁ ଅନୁମତି ମାଗିଵା (permission to be away)
୩. ଉପସ୍ଥିତ ନଥିଵା (to be not present)

ପୁଣି ପୁରୁଣା ଫ୍ରେଞ୍ଚର ଏହି ଲାଇସେନ୍ସ ଶବ୍ଦଟି ଲାଟିନ୍ ଶବ୍ଦ licentiaର ଆଧୁନିକ ରୂପ ଅଟେ ଏଵଂ ମୂଳ licentia ଶବ୍ଦଟି ପୁରାତନ ଗ୍ରୀକ୍ licēns ଓ licet ସହିତ ସମଦ୍ଧୃତ ।

licēns (“ଅନିୟନ୍ତ୍ରିତ; ଅସନ୍ଦିତ; ଅୟତ ଵା licentious”)
ମୂଳରୂପ licet ଏଵଂ ଏହାର ଅର୍ଥ ଥିଲା ଅନୁମତି ପ୍ରାପ୍ତ ଵା permitted” । ଭାଷାବିଦ୍’ମାନେ licet ଶବ୍ଦକୁ ମୂଳ ପ୍ରୋଟୋ ଇଣ୍ଡୋ ୟୁରୋପୀୟ ଧାତୁ *leyk- ର ନିଷ୍ପନ୍ନ କରିଅଛନ୍ତି ସହିତ ଯାହାର ମୁଖ୍ୟ ଅର୍ଥ ଥିଲା ଵିକ୍ରି ହେତୁ ପୂର୍ଵପ୍ରସ୍ତୁତି କରିଵା(“to prepare for sale”) liceor ଓ liceō ଆଦି ଶବ୍ଦ ଏହା ସହିତ ସମଦ୍ଧୃତ ।

ତେଵେ ଏହି ଲାଇସେନ୍ସ ଶବ୍ଦର ଅନ୍ଯ କେତେକ ଭାରତୀୟ ପ୍ରତିଶବ୍ଦ ରହିଛି, ଯଥା:
✓ଅନୁଜ୍ଞାପତ୍ର (ଵି)
✓ଅନୁମତିପତ୍ର (ଵି)
✓ଅଧିକାରପତ୍ର (ଵି)
✓ଆଜ୍ଞାପତ୍ର (ଵି)
✓ଆଜ୍ଞାପଟ୍ଟା, ଅନୁମତି ପଟ୍ଟା (ଓ, ତେ)
✓କାର୍ଯ୍ୟାନୁମତି (ଵି.ଣ.)
✓କାର୍ଯ୍ୟସମ୍ମତି (ଵି.ଣ.) ଇତ୍ୟାଦି ଇତ୍ୟାଦି

ତାମିଳରେ ଲାଇସେନ୍ସ କୁ ଓରିମମ୍ କୁହାଯାଉଥିଵାଵେଳେ ବୋଡୋ ଭାଷାରେ ଲାଇସେନ୍ସ କୁ ବିଥୋନଲାଈ ଏଵଂ ମଣିପୁରୀ ଭାଷାରେ ‘ଅୟା-ଚେ’  କୁହାଯାଏ ! ସେଇଭଳି ହିନ୍ଦୀଭାଷୀ ଲାଇସେନ୍ସ କୁ ପରଵାନା, ଇଜାଜତ୍ ପତ୍ର ଆଦି କହିଥାନ୍ତି ଏଵଂ ଏ ଉଭୟ ଶବ୍ଦ ଵୈଦେଶିକ !

ଵିଭିନ୍ନ ଵୈଦେଶିକ ଭାଷାରେ ଲାଇସେନ୍ସ ଶବ୍ଦର ମୌଳିକ ପ୍ରତିଶବ୍ଦ ମଧ୍ୟ ରହିଛି, ଯଥା—
ଗ୍ରୀକ୍ ଭାଷାରେ — άδεια(ádeia)
ହଙ୍ଗେରିଆନ୍ ଭାଷାରେ —gedély
ଆଇସ୍’ଲ୍ଯାଣ୍ଡିକ୍ —Leyfi
ଆଇରିଶ୍—ceadúnas
ନରୱିଆନ୍—tillatelse
ୱେଲ୍ସ ଭାଷାରେ — trwydded
ୟେଡିଶ୍ ଭାଷାରେ — דערלויבעניש(derloybenish)
ମାଣ୍ଡାରିନ୍’ରେ — 执照(zhízhào)
ଖମେର୍ ଭାଷାରେ — អាជ្ញាប័ណ្ណ(achnhabn)
କୋରିଆନ୍ ଭାଷାରେ —특허(teugheo)
ଲାଓ ଭାଷାରେ —ໃບອະນຸຍາດ(baioanunyad)
ସିଂହଳୀ ଭାଷାରେ —බලපත්රය(balapatraya)
ଥାଇ ଭାଷାରେ —อนุญาต(Xnuỵāt)
ଭିଏତନାମି ଭାଷାରେ —Giấy phép
ଆରବୀ — رخصة(rukhsa)
ହିବ୍ରୁ — רישיון(rishayon)
ପାର୍ସୀ ଭାଷାରେ — مجوز(Mijwiz)
ଚିଚେୱା ଭାଷାରେ — chiphaso
ଇଗ୍ଵୋ ଭାଷାରେ — ikike
ମାଓରୀ ଭାଷାରେ — raihana
ଏସ୍ପରାନ୍ତୋ ଭାଷାରେ — permesilo

© ଶିଶିର ସାହୁ ମନୋଜ 

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago