ଲେଖା: ଶିଶିର ସାହୁ ମନୋଜ
ଅନୁଗୁଳର ନାମକରଣ ପଛରେ ରହିଛି କେତେ ରୋଚକ କଥା !
ଅନୁଗୁଳରେ ଯେତେ ଜାତିର ଲୋକ ଥିଲେ ତହିଁ ମଧ୍ୟରେ କନ୍ଧମାନେ ଶକ୍ତି ଓ ସଂଖ୍ୟାରେ ସମସ୍ତଙ୍କ ଠାରୁ ଆଗରେ ଥିଲେ । ଏସବୁ ସତ୍ତ୍ୱେ ସବୁ ଜାତିର ଲୋକ ମିଳିମିଶି ଚଳୁଥିଲେ । କୌଣସି ଵିଵାଦ ଘଟିଲେ କନ୍ଧ ଶାସକମାନେ ତହିଁର ନିଷ୍ପତ୍ତି କରୁଥିଲେ । ପରେ କନ୍ଧ ଦଳପତିମାନେ ସମାଜର ସର୍ଦ୍ଦାର ହେଲେ । ସେମାନଙ୍କୁ ମୁଠାଦାର କୁହାଗଲା । ଏହି ମୁଠାଦାର ମାନେ ପରଵର୍ତ୍ତୀକାଳରେ ଦଳପତି ଆଖ୍ୟା ଲାଭ କଲେ ।
ଇନ୍ଦ୍ର ଦଳପତି ଠାରୁ ଅନୁ ଵଳବନ୍ତରା ଦଳପତି ଯାଏଁ ୭୦୦ ରୁ ୯୦୦ ଖ୍ରୀଷ୍ଟାବ୍ଦ ଯାଏଁ ପ୍ରାୟ ଛଅ ଜଣ ଦଳପତି ଏଠାରେ ଶାସନ କରିଅଛନ୍ତି । ଅନୁଗୁଳର ଶେଷ କନ୍ଧ ଶାସକ ଥିଲେ ଅନୁ ଵଳବନ୍ତରା । ଜଣେ କ୍ଷତ୍ରିୟ ଵଂଶୀୟ ସୁବୋଧ ଶୂରସିଂହ ନାମକ କର୍ମଚାରୀ କୌଶଳ ତଥା ଷଡଯନ୍ତ୍ର କରି ଅନୁ ଵଳବନ୍ତରାଙ୍କୁ ଓ ତାଙ୍କ ଆତ୍ମୀୟ ସ୍ଵଜନଙ୍କୁ ନିପାତ କରିଦେଇଥିଲେ ।
ସେତେବେଳେ ତତ୍କାଳୀନ ଓଡ୍ରାଧିପତି ଥାଆନ୍ତି ନୃପକେଶରୀ । ତାଙ୍କର ଅନୁ ଵଳବନ୍ତରାଙ୍କ ସହ କର ତଥା ଅନ୍ୟାନ୍ୟ କେତେକ ସାମାଜିକ କାରଣରୁ ଵିଵାଦ ହୋଇଥିଲା ତେଣୁ ସେ ରାଜା ନଵାଗନ୍ତୁକ କ୍ଷତ୍ରିୟ ଶାସକକୁ ସମର୍ଥନ କରିଥିଲେ । କୁହାଯାଏ ଏହି ଶେଷ କନ୍ଧ ଦଳପତି ଅନୁଙ୍କ ନାମାନୁସାରେ ଅନୁଗୁଳର ନାମକରଣ ହୋଇଅଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଢେଙ୍କାନାଳର ନାମ ଢେଙ୍କା ଶଵରର ନାମାନୁସାରେ ରଖାଯାଇଛି ।
© ଶିଶିର ସାହୁ ମନୋଜ
~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…
ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…
~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ କାହିଁ କେଉଁ ଆଦି ଅନାଦି କାଳରୁ ଏହି…
~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…
ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…