ଲେଖା: ସନ୍ତୋଷ ପଟ୍ଟନାୟକ

ଆବାହମାନ କାଳରୁ ସାମାଜିକ ଜୀବରେ ଲୋକନୃତ୍ୟ, ଲୋକସଙ୍ଗୀତ ଓ ଲୋକବାଦ୍ୟ ସର୍ବଦା ବିଶେଷ ଭୂମିକା ନେଇଆସିଛି । ବିଶେଷକରି ଦୈନନ୍ଦିନ ଜୀବନର ବ୍ୟସ୍ତତା ମଧ୍ୟରେ  କିଛି ଆନନ୍ଦ ଓ କିଛି ସାମାଜିକ ତୃଷ୍ଟି ନିମନ୍ତେ ସନ୍ଧ୍ୟାରେ ଗ୍ରାମ ଦାଣ୍ଡରେ, କୋଠଘରେ କିମ୍ବା ଭାଗବତ ଟୁଙ୍ଗୀରେ ଦାସକାଠୀ, ସଖିନାଟ, ଘୁଡ଼ୁକି, ପାଲା ଓ ବିଭିନ୍ନ  ଲୀଳା ପରିବେଷଣକରାଯାଉଥିଲା। ଏହା ଆଜିର ସାମାଜିକ ଜୀବରେ କ୍ରମଶ ପ୍ରଭାବହୀନ ହୋଇଯାଉଛି।

ଏହା ଦ୍ବାରା ଆମ୍ଭର ସାମାଜିକ ଜୀବନରେ ଏକ ଅପୂରଣୀୟ କ୍ଷତି ହେବାକୁ ଯାଉଛି । ଆଗାମୀ ବଂଶଧରମାନେ ଏହାର ସୁପ୍ରଭାବ ଅନୁଭବ କରିବାକୁ ହେଲେ ଆମ୍ଭମାନଙ୍କୁ ସାମାଜିକ ଦାୟିତ୍ୱ ତୁଲାଇବାକୁ ପଡ଼ିବ । ସିନେମା, ଟି.ଭି. ଇଣ୍ଟରନେଟ୍’ରେ ଆଜିକାଲି ମନୋରଞ୍ଜନର ବ୍ୟବସ୍ଥା ହୋଇଥିଲେ ମଧ୍ୟ ସାମାଜିକ ଜୀବରେ ଜୀବନ୍ତ ଦୃଶ୍ୟର ଅଭାବ ଉପଲବ୍ଧ ହେଉଛି। ଏଣୁ ସାମାଜିକ ସ୍ତରରେ ପ୍ରତ୍ୟେକ  ସଚେତନ ବ୍ୟକ୍ତିବିଶେଷ ଆମର ମୌଳିକ ସଂସ୍କୃତି ଓ କଳାକୁ ସୁରକ୍ଷିତ ରଖିବାକୁ ଆଗେଇ ଆସିବା  ନିତାନ୍ତ ଆବଶ୍ୟକ। ଗଞ୍ଜାମ ଜିଲ୍ଲାର ମୌଳିକ ନାଟ୍ୟାନୁଷ୍ଠାନ ରୂପେ ରାଧାପ୍ରେମ ଲୀଳା ସୁପରିଚିତ  ।

ଏଇ ଜିଲ୍ଲାର ମୁଖ୍ୟ ଲୋକସଙ୍ଗୀତ ରୂପକ ନାଟକ ରାଧାପ୍ରେମ ଲୀଳା, ରାଧା ଓ କୃଷ୍ଣଙ୍କର ଶାଶ୍ୱତ ପ୍ରେମଲୀଳାକୁ ଆଧାର କରି ଚିକିଟି ରାଜପରିବାରରୁ ହିଁ ସୃଷ୍ଟି ହୋଇଥିଲା।

ଏଇ ଲୀଳାରେ ରାଧା, ଲଳିତା ଏବଂ କୃଷ୍ଣଙ୍କର ବିଭିନ୍ନ  ବେଶ ଯଥା- କାଚରା ବେଶ, ଅଳତା ଲଗାଇବା ବେଶ, ପରିବା ବିକାଳୀ, ସାପୁଆ କେଳା ବେଶ ଇତ୍ୟାଦି ପରିବେଷଣ କରାଯାଇଥାଏ । ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ଏହାକୁ ଏକ ପ୍ରଧାନ ନାଟକ ଭାବେ ମାନ୍ୟତା  ମିଳିଥିଲା। ଗଞ୍ଜାମ ଜିଲ୍ଲାର ଆଠଗଡ଼ ପାଟଣାର ଶ୍ରୀ ରଘୁନାଥ ରାଜଗୁରୁ ପ୍ରଥମେରାଧାପ୍ରେମ ଲୀଳା ପରିବେଷଣ କରିଥିଲେ।

ରାଧାପ୍ରେମ ଲୀଳା ହିଁ ଅର୍ଦ୍ଧ-ଶାସ୍ତ୍ରୀୟମିଶ୍ରିତ ଲୋକନାଟ୍ୟାନୁଷ୍ଠାନ କୁହାଯାଇପାରେ । ସଙ୍ଗୀତ ଓ ନୃତ୍ୟଭିତ୍ତିକ ଏହି ଅନୁଷ୍ଠାନରେ ୨୫ରୁ ୩୦ ଜଣ ବାଳ କଳାକାର ଅଂଶଗ୍ରହଣ କରିଥାନ୍ତି । ଏହା ଏକ ବ୍ୟୟସାପେକ୍ଷ କଳା ଏବଂ ଶିଶୁକଳାକାରଙ୍କର ଆବଶ୍ୟକତା ହେତୁ ଜିଲ୍ଲାରେ ନୃତ୍ୟଦଳ ସଂଖ୍ୟା ୩୦୵୩୫ରୁ ବର୍ତ୍ତମାନ ୧୦୵୧୨କୁ ଖସି ଆସିଲାଣି  ।

ରାଧାପ୍ରେମ ଲୀଳାର ପୃଷ୍ଠଭୂମି ପ୍ରାଚୀନ ନୁହେଁ ଏହା ରୀତିଯୁଗିୟ ଏକ ଗୀତିନୃତ୍ୟ କଳା । କବିସୂର୍ଯ୍ଯଙ୍କ “କିଶୋର ଚନ୍ଦ୍ରାନନ ଚମ୍ପୁ”ର ପ୍ରଭାବ ଏଥିରେ ସ୍ବଷ୍ଟ ପରିଲକ୍ଷିତ ହୁଏ ।

ଅଭିନୟ ଧାରା ରାଧା ଓ କୃଷ୍ଣଙ୍କ କଥାକୁ ନେଇ ପରିକଳ୍ପିତ ସେମାନଙ୍କର ଶୃଙ୍ଗାରକ୍ରିଡ଼ା ଓ ମାନଭଞ୍ଜନ ଏହାର ମୁଖ୍ୟ ଉପଜୀବ୍ୟ ହୋଇଥିବାରୁ ରାଧାପ୍ରେମ ଲୀଳା ଭାବେ ଏହି ଲୀଳାଭିନୟର ନାମ ସାର୍ଥକ ମନେହୁଏ । ପରିବେଷଣର ସମୟ ୧୮ରୁ ୨୨ ଘଣ୍ଟା ପର୍ଯ୍ୟନ୍ତ  ହୋଇଥାଏ । ସଙ୍ଗୀତ ରଚନା ଓ ପରିବେଷଣରେ ଏହି ଜିଲ୍ଲାର ଯେଉଁ ନିଜସ୍ୱ ପରମ୍ପରା ରହିଛି ତାର ବ୍ୟତିକ୍ରମ ଦେଖିବାକୁ ମିଳେନାହିଁ  ।

ଅଭିନୟ କଳାର ଚାରିଗୋଟି ବର୍ଗ (ଆଙ୍ଗିକ, ବାଚିକ, ସାତ୍ତ୍ଵିକଆହାର୍ଯ୍ୟ)ର ଏକତ୍ର ସମାବେଶ ଏଥିରେ ଦେଖିବାକୁ  ମିଳେ । ମୁକ୍ତାକାଶ ମଞ୍ଚ ସହ  ବାଦ୍ୟଯନ୍ତ୍ର, ପୋଷାକ ଓ ବେଶଭୂଷାରେ ପାରମ୍ପରିକତା ପରିଲିକ୍ଷିତ ହୁଏ । ଏହି ରାଧାପ୍ରେମ ଲୀଳା ସମସ୍ତ ବର୍ଗର ବ୍ୟକ୍ତିବିଶେଷଙ୍କୁ ଆମୋଦ ପ୍ରଦାନ କରେ । ଏଣୁ ସାମ୍ପ୍ରତିକ ସମୟରେ ଏହି କଳାର ପୁନରୁଦ୍ଧାର  ଏକାନ୍ତ ଆବଶ୍ୟକ ।

#ଗାରିମାମୟ_ଗଞ୍ଜାମ

Spread the love
admin

Recent Posts

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 days ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

2 days ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

3 days ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

2 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

2 weeks ago

ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ

~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…

4 weeks ago