ଲେଖା: ବିଶ୍ୱରଞ୍ଜନ ମହାପାତ୍ର
~ ବଡ଼ଓଷା ଓ ଗଜମଣ୍ତା ଭୋଗ ~
କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ଓ ଚତୁର୍ଦଶୀରେ ବଡ଼ଓଷା ଅତି ନିଷ୍ଠାର ସହ ପାଳନ କରାଯାଏ । ଏହି ଓଷା ପାଳନ ଅବସରରେ ମହାଦେବଙ୍କ ଠାରେ ସ୍ୱତନ୍ତ୍ର ଭୋଗ ଲାଗିହୁଏ । ଏହାକୁ ‘ଗଜପିଠା’ କୁହାଯାଏ । ଗଜପିଠା ଦେଖିବାକୁ ପୂରା ଧଳା ଧବଳ । ଅରୁଆ ଚାଉଳ ଚୂନାରେ ଅଥାରବସା ଗଜପିଠା ପ୍ରସ୍ତୁତ ହୁଏ । ମହାଦେବଙ୍କୁ ଅର୍ପଣ ପରେ ବ୍ରତଧାରୀ, ଭକ୍ତ ଓ ଶଦ୍ଧାଳୁମାନେ ସେବନ କରନ୍ତି । ବଡ଼ଓଷାର ମହିମା ପୁରାଣରେ ବର୍ଣ୍ଣିତ । ଏକଦା ଶିବଙ୍କ ଦର୍ଶନ ପାଇଁ ନାରଦ ମୁନି କୈଳାସରେ ପହଞ୍ଚିଥିଲେ । ମହାଦେବଙ୍କ ଦର୍ଶନ ହେଲା । ଭକ୍ତମାନଙ୍କ ଦୁଃଖ ଦୁର୍ଦଶା ସଂପର୍କରେ ନାରଦ ମହାଦେବଙ୍କୁ ଅବଗତ କରାଇଲେ ।
ଭକ୍ତଙ୍କ ଦୁଃଖ ଦୂର ହେବାର ଉପାୟ ପାଇଁ ପ୍ରାର୍ଥନା କଲେ । କାର୍ତ୍ତିକ ଶୁଳ୍କ ଚତୁର୍ଦଶୀରେ ଶିବ ଦର୍ଶନ କରି ବ୍ରତ ଧାରଣ କରିବାକୁ ମହାଦେବ କହିଲେ । ସେହି ଦିନଠାରୁ ମର୍ତ୍ତବାସୀ ନିଷ୍ଠାର ସହ ବଡ଼ଓଷା ପାଳନ କରିଆସୁଛନ୍ତି । ବଡ଼ଓଷାର ମୁଖ୍ୟପୀଠ ପ୍ରଭୁ ଶ୍ରୀ ଶ୍ରୀ ଧବଳଶ୍ୱେର । ବ୍ରହ୍ମାଙ୍କ ଦ୍ୱାରା ଶାପ ଗ୍ରସ୍ତ ହେବା ପରେ ଦେବରାଜ ଇନ୍ଦ୍ର ଧବଳଶ୍ୱେର ପୀଠକୁ ଆସି ଶାପମୁକ୍ତ ହୋଇଥିବା ପୁରାଣରେ ବର୍ଣ୍ଣିତ ।
~ କାହିଁକି ପାଳିତ ହୁଏ ବଡ଼ଓଷା ~
କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀରେ ପାଳିତ ହୋଇଥାଏ ବଡ଼ଓଷା। ଏହି ଓଷା ଭୀଷ୍ମପଞ୍ଚକ ମଧ୍ୟରେ ବଡ଼ ଏକାଦଶୀ ବା ଦେବ ଉତ୍‌ଥାନ ଏକାଦଶୀ ପରେ ପାଳିତ ହୋଇଥାଏ। ଏହି ଏକଦଶୀରେ ଚର୍ତୁମାସ୍ୟାରୁ ନିଦ୍ରା ଯାଇଥିବା ଦେବତାମାନେ ନିଦ୍ରାତ୍ୟାଗ କରିଥାନ୍ତି। ପଦ୍ମପୁରାଣରେ ଉଲ୍ଲେଖ ଅଛି ବ୍ରହ୍ମାଙ୍କ ଶାପରୁ ମୁକ୍ତ ହେବା ପାଇଁ ଇନ୍ଦ୍ରଦେବ ପ୍ରଭୁ ଧବଳେଶ୍ୱର ମହାଦେବଙ୍କ ନିକଟରେ ବଡ଼ଓଷା ବ୍ରତ ରଖି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବୁଡ଼ ପକାଇଥିଲେ। ଫଳରେ ତାଙ୍କର ବ୍ରହ୍ମ ଅଭିଶାପ କ୍ଷୟ ହୋଇଥିଲା। ବଡ଼ଓଷାରେ ମନସ୍କାମନା ପୂରଣ ପାଇଁ ଶ୍ରଦ୍ଧାଳୁ ଅରୁଆ ଚାଉଳ ଚୂନାରେ ଏକ ପ୍ରକାର ସ୍ବତନ୍ତ୍ର ପିଠା ଧବଳେଶ୍ୱରଙ୍କ ପାଖରେ ଲାଗି କରିଥାନ୍ତି। ଏହାକୁ ଗଜପିଠା କୁହାଯାଏ। ଏହି ପିଠାରେ ଖଳି, ନଡ଼ିଆ, ଗୁଡ଼, ଗୁଜୁରାତି ଆଦି ବ୍ୟବହୃତ ହୋଇଥାଏ। ଗଜ ଭୋଗ ସେବନ ପରେ ଶ୍ରଦ୍ଧାଳୁ ବ୍ରତ ଭଙ୍ଗ କରିନ୍ତି।
ଏହି ଓଷାରେ ବ୍ରତଧାରୀମାନେ ଏକପ୍ରକାର ଭୋଗ ପ୍ରସ୍ତୁତ କରନ୍ତି, ଯାହାକୁ ମକର ଚାଉଳ କୁହାଯାଏ। ଏହା ଅରୁଆ ଚାଉଳ, ଖୀର, କଦଳୀ, ନଡିଆରେ ପ୍ରସ୍ତୁତ ହୋଇ ପୂଜା କରାଯାଏ । ପୁନଶ୍ଚ ଏହି ଓଷାରେ ଏକପ୍ରକାର ସ୍ୱତନ୍ତ୍ର ଭୋଗ ଅଛି ଯାହାକୁ ବଡ଼ଓଷା ଭୋଗ କହନ୍ତି ।
ଧୁଆଲିପା ହୋଇ ନୂତନ ଧାନର ଅରୁଆ ଚାଉଳ, ଗୁଡ଼, ନଡ଼ିଆ, ଘିଅ ସହିତ ଏକ ପ୍ରକାର ଓଷା ଗୁଣ୍ଡ ଦେଇ ନୂତନ ଭାବେ ଚୁଲି ବା ଅହିଆରେ ପ୍ରସ୍ତୁତ ହୁଏ । ଶାଳ କାଠରେ ଭୋଗ ରାନ୍ଧିବା ପାଇଁ ଏକ ବାଡି ତିଆରି ହୁଏ, ଯାହାକୁ ଘୋଟା କହନ୍ତି। କେହି କେହି ଏହି ଭୋଗକୁ ଚିନିରେ ତ କେହି ଏହାକୁ ଗୁଡ଼ରେ ତିଆରି କରନ୍ତି । ଓଡ଼ିଆରେ ବଡ଼ଓଷା ଭୋଗକୁ ତରଣ କହନ୍ତି ।
#ଗଜ_ଭୋଗ_ଓ_ତରଣ
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago