ଲେଖା: ଶିଶିର ସାହୁ ମନୋଜ
‘ରାଉରକେଲା’ ନଗରର ନାମକରଣକୁ ନେଇ ଅନେକ ମତ ରହିଛି ।
● କିଛି ଉତ୍ତର ଭାରତୀୟ ଲୋକ ହିନ୍ଦୀଭାଷାର ‛କେଲା’ ଶବ୍ଦ ସହିତ ‛ରାଉର’ ଶବ୍ଦ ଯୋଡ଼ି ହୋଇ ‛ରାଉରକେଲା’ ନାମକରଣ ହୋଇଥିଵା ମତ ଦିଅନ୍ତି ।
● କିଛି ଲୋକ କୁହନ୍ତି ବୋଧହୁଏ ଏହା ରାହୁର କିଲ୍ଳା ଵା ଗଡ଼ ହୋଇଥିଵା ହେତୁରୁ ‛ରାହୁର୍ କିଲ୍ଲା’ ରୁ ପରେ ‛ରାଉରକେଲା’ ହୋଇଛି ।
● କେତେଙ୍କ ମତରେ ଯେହେତୁ ରାଉରକେଲାଠାରେ ଜର୍ମାନୀ ସହବନ୍ଧନରେ ପ୍ରଥମେ ଇସ୍ପାତ କାରଖାନା ତିଆରି କରାଯାଇଥିଲା ତେଣୁ ସମ୍ଭଵତଃ ଏହି ନାମଟି ଜର୍ମାନ ଶବ୍ଦ ରୁର (Ruhr) ଶବ୍ଦରୁ ଆସିଥାଇପାରେ । ରୁର (Ruhr) ଜର୍ମାନୀର ଏକ ପ୍ରମୁଖ ଶିଳ୍ପ ଭିତ୍ତିକ ଉପତ୍ୟାକା ଅଟେ ।
ତେବେ ସୁନ୍ଦରଗଡ଼ ଜିଲାର ରାଉତିଆ ଜନଜାତିର କଥିତ ସାଦ୍ରି ଭାଷାରେ ‛ରାଉର’ ଶବ୍ଦର ଅର୍ଥ ‛ଆମର’ ଏଵଂ ‛କଲା’ ଵା ‛କେଲା’ର ଅର୍ଥ ଗାଁ ଅଟେ । ପରିବୃତ୍ତି ଦ୍ଵାରା ‛ଆମ୍ଭର’ ଶବ୍ଦଟି ‛ରାଉର’ରେ ପରିଣତ ହେବା ଅସମ୍ଭଵ ନୁହେଁ କାରଣ ଇଂରାଜୀରେ ଆମର ଅର୍ଥରେ ‛Our’ ଶବ୍ଦ ଚଳୁଅଛି ପୁଣି ଓଡ଼ିଆ ଭାଷାରେ ଅଵର୍ଗ୍ୟ ଵର୍ଣ୍ଣ ଓ ସ୍ଵରଵର୍ଣ୍ଣ ପରସ୍ପର ପରିବୃତ୍ତ ହେଉଥିଵାର ଅନେକ ଉଦାହରଣ ରହିଛି ଯଥା:- ଦେଵୀ=ଦେଈ, ଦେଵ=ଦେଉ(ଓ) ଓ ରକ୍କା=ଅକ୍କା ଇତ୍ୟାଦି ।
© ଶିଶିର ସାହୁ ମନୋଜ
~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…
~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…
~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…
~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…