ଲେଖା: ଅରବିନ୍ଦ ମହାନ୍ତି

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନ୍ୟତମା ଶକ୍ତି ରୂପେ ଦେବୀ ବସୁଧା ବା ଭୂଦେବୀଙ୍କ ପରିଚୟ। ସମଗ୍ର ସଂସାରକୁ ଧାରଣ କରିଥିବା ହେତୁ ସେ ମଧ୍ୟ ବିଶ୍ୱଧାତ୍ରୀ ନାମେ ପ୍ରସିଦ୍ଧା। ଭଗବାନ ବିଷ୍ଣୁଙ୍କ ତୃତୀୟ ଅବତାର ତାଙ୍କ ସୁରକ୍ଷା ପାଈଁ ସୃଷ୍ଟି। ହିରଣାକ୍ଷ ଦୈତ୍ୟକୁ ମୁକ୍ତି ପ୍ରଦାନ କରି ଭୂଦେବୀଙ୍କୁ ବରାହ ରୂପେ ଉଦ୍ଧାର କରିଥିଲେ। ତାଙ୍କୁ ପୁନଃ ସ୍ଥାପନା କରି ପତ୍ନୀ ରୂପେ ଗ୍ରହଣ କରିଥିଲେ।

ଭୂଦେବୀଙ୍କ ସମ୍ମାନ ପାଈଁ ଏହି ରଜ ପର୍ବର ସୃଷ୍ଟି। ମାନବୀ ନାରୀ ଯେପରି ରଜସ୍ୱଳା ହୋଇଥାଏ ସେହିପରି ଭୂଦେବୀ ରଜସ୍ୱଳା ହୁଅନ୍ତି ବୋଲି କଳ୍ପନା କରାଯାଇଥାଏ। ଦୀର୍ଘ ୫ ଦିନ ଧରି ପାଳନ ହେଉଥିବା ଏହି ପର୍ବ ଓଡିଶାର ଏକ ଗଣପର୍ବ ଅଟେ। ରଜର ପୂର୍ବ ପ୍ରସ୍ତୁତି ରୂପେ ସଜବାଜ ଏହି ପର୍ବର ପ୍ରଥମ ଦିନ। ଏହାପରେ ବୃଷ ମାସର ଶେଷ ଦିନ ବା ପହିଲି ରଜ ରଜୋବତୀ ହେବାର ପ୍ରାରମ୍ଭ ଦିବସ ଅଟେ। ଦ୍ବିତୀୟ ଓ ମଝି ଦିନ ମିଥୁନ ସଂକ୍ରାନ୍ତି ବା ରଜ ସଂକ୍ରାନ୍ତି ନାମେ ପରିଚିତ। ରଜୋବତୀ ହେବାର ଶେଷ ଦିନ ଶେଷ ରଜ ନାମେ ପରିଚିତ।


ତିନି ଦିନ ରଜସ୍ୱଳା ହେବା ପରେ ଭୂମାତା ସ୍ନାନ କରି ଶୁଦ୍ଧ ହୋଇଥା’ନ୍ତି ଯାହା ବସୁମତୀ ସ୍ନାନ ରୂପେ ପରିଚିତ। ଯେପରି ରଜୋବତୀ ହେବା ପରେ ନାରୀ ଯେପରି ସନ୍ତାନ ଜନ୍ମ ପାଈଁ ସକ୍ଷମ ହୁଏ ସେଇଭଳି ଭୂମାତା, ବସୁମତୀ ସ୍ନାନ ପରେ ଶସ୍ୟ ଉତ୍ପାଦନ ପାଈଁ ସକ୍ଷମ ହୋଇଥାନ୍ତି। ପହିଲି ମୌସୁମୀ ଆଗମନରେ ଧରଣୀ ଶସ୍ୟ ଶ୍ୟାମଳା ହୋଇ ଉଠେ। କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ ରାଜ୍ୟର ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ। ତେଣୁ ରଜପର୍ବ ପରେ ଆଷାଢ଼ର ମୌସୁମୀ ଆଗମନରେ ଓଡ଼ିଶାରେ କୃଷି କାର୍ଯ୍ୟ ଆରମ୍ଭ ହୋଇଥାଏ।

ରଜୋବତୀ ହେବାକୁ ସାଧାରଣରେ ଗୁପ୍ତ ରଖା ଯାଉଥିବା ସ୍ଥଳେ ଉତ୍କଳରେ ଏହାକୁ ମହାଆଡମ୍ବର ସହ ପାଳନ କରାଯାଇଥାଏ। ଯାହା କି ସୂଚାଇ ଥାଏ ନାରୀଙ୍କ ଏହି ଅବସ୍ଥାରେ ତାଙ୍କୁ ଅସମ୍ମାନ କିମ୍ବା ନୀଚ୍ଚ ଭାବେ ନ ଦେଖି ସମ୍ମାନ ଦେବା ପାଇଁ।

~ ରଜର ଶେଷଦିବସ ବସୁମତୀ ସ୍ନାନ ~
ରଜପର୍ବର ଶେଷ ଦିନ। ଏହି ଦିନ ପ୍ରତ୍ୟୁଷରୁ ମା’ମାନେ ଋତୁମତୀ ଭୂମି ମାତାଙ୍କୁ ଶୁଦ୍ଧ ସ୍ନାନ କରାଇ ପବିତ୍ର କରାଇଥା’ନ୍ତି। ଅତି ସକାଳରୁ ଭୂମିକୁ ଗୋବରରେ ଲିପି ସେଥିରେ ପିଢ଼ା ଦେହରେ କୃଷି କାର୍ଯ୍ୟରେ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଘରକରଣା ଜିନିଷ ଯେପରିକି ଲଙ୍ଗଳ ଲୁହା, ଲଙ୍ଗଳ ଦଉଡି, ପାଞ୍ଚଣ, କଟୁରି, କଜଳପାତି, ଶିଳପୁଆ ଆଦି ରଖାଯାଇ ହଳଦୀ ପାଣିରେ ସ୍ନାନ କରାଯାଇଥାଏ। ଏହାପରେ ଧୂପଦୀପ ନୈବେଦ୍ୟ ଦେଇ ଭୂମିମାତାଙ୍କୁ ସ୍ମରଣ କରାଯାଇଥାଏ।

ଭୂମି ମାତାଙ୍କଠାରୁ ଅନୁମତି ନେଇ ଏବଂ କ୍ଷମା ପ୍ରାର୍ଥନା କରି ଚାଷୀ ଲାଗି ପଡେ ତାର କୃଷି କାର୍ଯ୍ୟରେ ଓ ଏହିଠାରେ ଶେଷ ହୁଏ ଓଡ଼ିଶାର ଗଣପର୍ବ ରଜ।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago