ଲେଖା: ଅରବିନ୍ଦ ମହାନ୍ତି

ମହାପ୍ରଭୁ ଶ୍ରୀତ୍ରିଭୁବନେଶ୍ଵର ମହାପ୍ରଭୁଙ୍କ ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଯମଦ୍ଵିତୀୟା ଯାତ୍ରା ଅନ୍ୟତମ ଅଟେ। କାର୍ତ୍ତିକ ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ମହାପ୍ରଭୁ ଏହି ଦିନ ପ୍ରଭୁ ଯମେଶ୍ବର ଓ ଭଉଣୀ କାମାକ୍ଷୀଙ୍କୁ ଭେଟ ବିଜେ ହୋଇଥାନ୍ତି।


~ ଶ୍ରୀଯମେଶ୍ବର ଦେଉଳ ~
ଜମ୍ବେଶ୍ୱର ପାଟଣା ସାହିରେ ଶ୍ରୀଯମେଶ୍ବରଙ୍କ ଦେଉଳ ଅବସ୍ଥିତ। ମୃତ୍ୟୁ ଦେବତା ଯମଙ୍କ ଇଷ୍ଟ ହେତୁ ଦେବଙ୍କ ନାମ ଯମେଶ୍ବର ହୋଇଅଛି। ଲିଙ୍ଗରାଜଙ୍କ ମୂଳଲିଙ୍ଗ ବିଗ୍ରହଠାରୁ ଯମେଶ୍ବରଙ୍କ ଲିଙ୍ଗବିଗ୍ରହ ଛୋଟ ହେଲେ ମଧ୍ୟ ସମାକୃତି ଦୃଶ୍ୟମାନ ହୋଇଥାନ୍ତି। ଲୋକାଚାରରେ ଶ୍ରୀ ଯମେଶ୍ବର ଲିଙ୍ଗରାଜଙ୍କ ଭିଣୋଈ ଭାବେ ପରିଚିତ।

ଯମେଶ୍ବରଙ୍କ ଶକ୍ତି ସ୍ୱରୁପା ହେଉଛନ୍ତି ଦେବୀ କାମାକ୍ଷୀ। ଭାରତୀମଠ ଠାରେ ଦେବୀଙ୍କ ଆସ୍ଥାନ। ଦେବୀ ଚତୁର୍ଭୂଜା ଲଲିତାସନା। ହସ୍ତରେ ପାଶ ଅଙ୍କୁଶ ସହିତେ ଅଭୟବର ମୁଦ୍ରାଧାରଣ କରିଅଛନ୍ତି। ଲୋକାଚାରରେ ଦେବୀ ଲିଙ୍ଗରାଜଙ୍କ ଭଉଣୀରୂପେ ପରିଚିତା। ଲିଙ୍ଗରାଜଙ୍କ ବିବାହ ପରେ ଚତୁର୍ଥୀ ଦିନ ହସ୍ତଗଣ୍ଠି ଖୋଲା ନୀତି ପାଈଁ ମଧ୍ୟ ଏହିଠାକୁ ଆସିଥାନ୍ତି।


~ ଯମଦ୍ଵିତୀୟା ନୀତି ~
ଦ୍ୱିପ୍ରହର ଧୂପ ସରିଲାପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀଚନ୍ଦ୍ରଶେଖର, ଦେବୀ ପାର୍ବତୀ ଓ ଦେବୀ ଭୁବନେଶ୍ଵରୀଙ୍କ ଚଳନ୍ତି ପ୍ରତିମା ସହିତେ ବିମାନକୁ ବିଜେ ହୁଅନ୍ତି ଓ ବାସୁଦେବଙ୍କ ବିଜେ ପ୍ରତିମା ପାଲିଙ୍କିକୁ ବିଜେ ହୋଇଥାନ୍ତି। ବିଜେ କଲା ଉତ୍ତାରୁ ଯମେଶ୍ବର ଦେଉଳ ଅଭିମୁଖେ ଯାତ୍ରା ଆରମ୍ଭ ହୋଇଥାଏ। ଦେଉଳ ପାଶେ ପହଁଚିବା ପରେ ଦିଅଁମାନେ  ଯମେଶ୍ବର ଦେଉଳ ସମ୍ମୁଖ ମଣ୍ଡପ ଉପରେ ଥିବା ସିଂହାସନ ଉପରକୁ ବିଜେ କରିଥାନ୍ତି। ବିଜେ କଲାପରେ ଯମଦ୍ଵିତୀୟା ପୂଜାନୀତି ଅନୁଷ୍ଠିତ ହୁଏ। ପୂଜା ନୈବେଦ୍ୟ ଅର୍ପଣ ପରେ ମହାପ୍ରଭୁ ଓ ଠାକୁରାଣୀମାନେ ଯମେଶ୍ବରଙ୍କ ଜଗମୋହନକୁ ବିଜେ କରିଥାନ୍ତି ଓ ସେଠାରେ ଭେଟ ଆଳତି ଅନୁଷ୍ଠିତ ହୋଇଥାଏ। ଏହାପରେ ମହାପ୍ରଭୁ ଓ ଠାକୁରାଣୀମାନେ ଭାରତୀମଠ ସ୍ଥିତ କାମାକ୍ଷୀ ମନ୍ଦିରକୁ ଆସିଥାନ୍ତି। ଦେବୀ କାମାକ୍ଷୀଙ୍କ ସମ୍ମୁଖ ସିଂହାସନରେ ବିଜେ କଲାପରେ ପୂଜା ନୀତି ହୋଇଥାଏ। ଏହାପରେ  ଦିଅଁମାନଙ୍କ ସହ ଦେବୀ କାମାକ୍ଷୀଙ୍କ ଭେଟ ଆଳତି ଅନୁଷ୍ଠିତ ହୁଏ। ଏହାପରେ ମହାପ୍ରଭୁ ବଡ଼ଦେଉଳକୁ ବାହୁଡିଥାନ୍ତି।।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago