ଲେଖା: ଅରବିନ୍ଦ ମହାନ୍ତି

ମହାପ୍ରଭୁ ଶ୍ରୀତ୍ରିଭୁବନେଶ୍ଵର ମହାପ୍ରଭୁଙ୍କ ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଯମଦ୍ଵିତୀୟା ଯାତ୍ରା ଅନ୍ୟତମ ଅଟେ। କାର୍ତ୍ତିକ ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ମହାପ୍ରଭୁ ଏହି ଦିନ ପ୍ରଭୁ ଯମେଶ୍ବର ଓ ଭଉଣୀ କାମାକ୍ଷୀଙ୍କୁ ଭେଟ ବିଜେ ହୋଇଥାନ୍ତି।


~ ଶ୍ରୀଯମେଶ୍ବର ଦେଉଳ ~
ଜମ୍ବେଶ୍ୱର ପାଟଣା ସାହିରେ ଶ୍ରୀଯମେଶ୍ବରଙ୍କ ଦେଉଳ ଅବସ୍ଥିତ। ମୃତ୍ୟୁ ଦେବତା ଯମଙ୍କ ଇଷ୍ଟ ହେତୁ ଦେବଙ୍କ ନାମ ଯମେଶ୍ବର ହୋଇଅଛି। ଲିଙ୍ଗରାଜଙ୍କ ମୂଳଲିଙ୍ଗ ବିଗ୍ରହଠାରୁ ଯମେଶ୍ବରଙ୍କ ଲିଙ୍ଗବିଗ୍ରହ ଛୋଟ ହେଲେ ମଧ୍ୟ ସମାକୃତି ଦୃଶ୍ୟମାନ ହୋଇଥାନ୍ତି। ଲୋକାଚାରରେ ଶ୍ରୀ ଯମେଶ୍ବର ଲିଙ୍ଗରାଜଙ୍କ ଭିଣୋଈ ଭାବେ ପରିଚିତ।

ଯମେଶ୍ବରଙ୍କ ଶକ୍ତି ସ୍ୱରୁପା ହେଉଛନ୍ତି ଦେବୀ କାମାକ୍ଷୀ। ଭାରତୀମଠ ଠାରେ ଦେବୀଙ୍କ ଆସ୍ଥାନ। ଦେବୀ ଚତୁର୍ଭୂଜା ଲଲିତାସନା। ହସ୍ତରେ ପାଶ ଅଙ୍କୁଶ ସହିତେ ଅଭୟବର ମୁଦ୍ରାଧାରଣ କରିଅଛନ୍ତି। ଲୋକାଚାରରେ ଦେବୀ ଲିଙ୍ଗରାଜଙ୍କ ଭଉଣୀରୂପେ ପରିଚିତା। ଲିଙ୍ଗରାଜଙ୍କ ବିବାହ ପରେ ଚତୁର୍ଥୀ ଦିନ ହସ୍ତଗଣ୍ଠି ଖୋଲା ନୀତି ପାଈଁ ମଧ୍ୟ ଏହିଠାକୁ ଆସିଥାନ୍ତି।


~ ଯମଦ୍ଵିତୀୟା ନୀତି ~
ଦ୍ୱିପ୍ରହର ଧୂପ ସରିଲାପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀଚନ୍ଦ୍ରଶେଖର, ଦେବୀ ପାର୍ବତୀ ଦେବୀ ଭୁବନେଶ୍ଵରୀଙ୍କ ଚଳନ୍ତି ପ୍ରତିମା ସହିତେ ବିମାନକୁ ବିଜେ ହୁଅନ୍ତି ଓ ବାସୁଦେବଙ୍କ ବିଜେ ପ୍ରତିମା ପାଲିଙ୍କିକୁ ବିଜେ ହୋଇଥାନ୍ତି। ବିଜେ କଲା ଉତ୍ତାରୁ ଯମେଶ୍ବର ଦେଉଳ ଅଭିମୁଖେ ଯାତ୍ରା ଆରମ୍ଭ ହୋଇଥାଏ। ଦେଉଳ ପାଶେ ପହଁଚିବା ପରେ ଦିଅଁମାନେ  ଯମେଶ୍ବର ଦେଉଳ ସମ୍ମୁଖ ମଣ୍ଡପ ଉପରେ ଥିବା ସିଂହାସନ ଉପରକୁ ବିଜେ କରିଥାନ୍ତି। ବିଜେ କଲାପରେ ଯମଦ୍ଵିତୀୟା ପୂଜାନୀତି ଅନୁଷ୍ଠିତ ହୁଏ। ପୂଜା ନୈବେଦ୍ୟ ଅର୍ପଣ ପରେ ମହାପ୍ରଭୁ ଓ ଠାକୁରାଣୀମାନେ ଯମେଶ୍ବରଙ୍କ ଜଗମୋହନକୁ ବିଜେ କରିଥାନ୍ତି ଓ ସେଠାରେ ଭେଟ ଆଳତି ଅନୁଷ୍ଠିତ ହୋଇଥାଏ। ଏହାପରେ ମହାପ୍ରଭୁ ଓ ଠାକୁରାଣୀମାନେ ଭାରତୀମଠ ସ୍ଥିତ କାମାକ୍ଷୀ ମନ୍ଦିରକୁ ଆସିଥାନ୍ତି। ଦେବୀ କାମାକ୍ଷୀଙ୍କ ସମ୍ମୁଖ ସିଂହାସନରେ ବିଜେ କଲାପରେ ପୂଜା ନୀତି ହୋଇଥାଏ। ଏହାପରେ  ଦିଅଁମାନଙ୍କ ସହ ଦେବୀ କାମାକ୍ଷୀଙ୍କ ଭେଟ ଆଳତି ଅନୁଷ୍ଠିତ ହୁଏ। ଏହାପରେ ମହାପ୍ରଭୁ ବଡ଼ଦେଉଳକୁ ବାହୁଡିଥାନ୍ତି।।

Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 days ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

1 week ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

1 week ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

4 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

4 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

4 weeks ago