ଲେଖା: ଅରବିନ୍ଦ ମହାନ୍ତି

ମହାପ୍ରଭୁ ଶ୍ରୀତ୍ରିଭୁବନେଶ୍ଵର ମହାପ୍ରଭୁଙ୍କ ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଯମଦ୍ଵିତୀୟା ଯାତ୍ରା ଅନ୍ୟତମ ଅଟେ। କାର୍ତ୍ତିକ ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ମହାପ୍ରଭୁ ଏହି ଦିନ ପ୍ରଭୁ ଯମେଶ୍ବର ଓ ଭଉଣୀ କାମାକ୍ଷୀଙ୍କୁ ଭେଟ ବିଜେ ହୋଇଥାନ୍ତି।


~ ଶ୍ରୀଯମେଶ୍ବର ଦେଉଳ ~
ଜମ୍ବେଶ୍ୱର ପାଟଣା ସାହିରେ ଶ୍ରୀଯମେଶ୍ବରଙ୍କ ଦେଉଳ ଅବସ୍ଥିତ। ମୃତ୍ୟୁ ଦେବତା ଯମଙ୍କ ଇଷ୍ଟ ହେତୁ ଦେବଙ୍କ ନାମ ଯମେଶ୍ବର ହୋଇଅଛି। ଲିଙ୍ଗରାଜଙ୍କ ମୂଳଲିଙ୍ଗ ବିଗ୍ରହଠାରୁ ଯମେଶ୍ବରଙ୍କ ଲିଙ୍ଗବିଗ୍ରହ ଛୋଟ ହେଲେ ମଧ୍ୟ ସମାକୃତି ଦୃଶ୍ୟମାନ ହୋଇଥାନ୍ତି। ଲୋକାଚାରରେ ଶ୍ରୀ ଯମେଶ୍ବର ଲିଙ୍ଗରାଜଙ୍କ ଭିଣୋଈ ଭାବେ ପରିଚିତ।

ଯମେଶ୍ବରଙ୍କ ଶକ୍ତି ସ୍ୱରୁପା ହେଉଛନ୍ତି ଦେବୀ କାମାକ୍ଷୀ। ଭାରତୀମଠ ଠାରେ ଦେବୀଙ୍କ ଆସ୍ଥାନ। ଦେବୀ ଚତୁର୍ଭୂଜା ଲଲିତାସନା। ହସ୍ତରେ ପାଶ ଅଙ୍କୁଶ ସହିତେ ଅଭୟବର ମୁଦ୍ରାଧାରଣ କରିଅଛନ୍ତି। ଲୋକାଚାରରେ ଦେବୀ ଲିଙ୍ଗରାଜଙ୍କ ଭଉଣୀରୂପେ ପରିଚିତା। ଲିଙ୍ଗରାଜଙ୍କ ବିବାହ ପରେ ଚତୁର୍ଥୀ ଦିନ ହସ୍ତଗଣ୍ଠି ଖୋଲା ନୀତି ପାଈଁ ମଧ୍ୟ ଏହିଠାକୁ ଆସିଥାନ୍ତି।


~ ଯମଦ୍ଵିତୀୟା ନୀତି ~
ଦ୍ୱିପ୍ରହର ଧୂପ ସରିଲାପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀଚନ୍ଦ୍ରଶେଖର, ଦେବୀ ପାର୍ବତୀ ଦେବୀ ଭୁବନେଶ୍ଵରୀଙ୍କ ଚଳନ୍ତି ପ୍ରତିମା ସହିତେ ବିମାନକୁ ବିଜେ ହୁଅନ୍ତି ଓ ବାସୁଦେବଙ୍କ ବିଜେ ପ୍ରତିମା ପାଲିଙ୍କିକୁ ବିଜେ ହୋଇଥାନ୍ତି। ବିଜେ କଲା ଉତ୍ତାରୁ ଯମେଶ୍ବର ଦେଉଳ ଅଭିମୁଖେ ଯାତ୍ରା ଆରମ୍ଭ ହୋଇଥାଏ। ଦେଉଳ ପାଶେ ପହଁଚିବା ପରେ ଦିଅଁମାନେ  ଯମେଶ୍ବର ଦେଉଳ ସମ୍ମୁଖ ମଣ୍ଡପ ଉପରେ ଥିବା ସିଂହାସନ ଉପରକୁ ବିଜେ କରିଥାନ୍ତି। ବିଜେ କଲାପରେ ଯମଦ୍ଵିତୀୟା ପୂଜାନୀତି ଅନୁଷ୍ଠିତ ହୁଏ। ପୂଜା ନୈବେଦ୍ୟ ଅର୍ପଣ ପରେ ମହାପ୍ରଭୁ ଓ ଠାକୁରାଣୀମାନେ ଯମେଶ୍ବରଙ୍କ ଜଗମୋହନକୁ ବିଜେ କରିଥାନ୍ତି ଓ ସେଠାରେ ଭେଟ ଆଳତି ଅନୁଷ୍ଠିତ ହୋଇଥାଏ। ଏହାପରେ ମହାପ୍ରଭୁ ଓ ଠାକୁରାଣୀମାନେ ଭାରତୀମଠ ସ୍ଥିତ କାମାକ୍ଷୀ ମନ୍ଦିରକୁ ଆସିଥାନ୍ତି। ଦେବୀ କାମାକ୍ଷୀଙ୍କ ସମ୍ମୁଖ ସିଂହାସନରେ ବିଜେ କଲାପରେ ପୂଜା ନୀତି ହୋଇଥାଏ। ଏହାପରେ  ଦିଅଁମାନଙ୍କ ସହ ଦେବୀ କାମାକ୍ଷୀଙ୍କ ଭେଟ ଆଳତି ଅନୁଷ୍ଠିତ ହୁଏ। ଏହାପରେ ମହାପ୍ରଭୁ ବଡ଼ଦେଉଳକୁ ବାହୁଡିଥାନ୍ତି।।

Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago