| ଲେଖା: ଦେଵ ତ୍ରିପାଠୀ “ଵଉଳଗାଡିଆ ପଥର ଛାତିରେ ଖାଇବର ଗିରିପଥ ଦେଇ ଭାରତକୁ ପ୍ରବେଶ କରି ପରାକ୍ରମୀ ବାବର ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ । ସାମାଜିକ ଓ ପ୍ରଶାସନିକ ବ୍ୟବସ୍ଥାର ତଦାରଖ ତଥା ମୋଗଲ ଶାସନର ପ୍ରଭୁତ୍ୱ ବିସ୍ତାର ପାଇଁ ମୋଗଲ ଵାଦଶାହମାନେ ଵିଭିନ୍ନ ଅଞ୍ଚଳକୁ ପଠାଉଥିଲେ ସେମାନଙ୍କ ପ୍ରତିନିଧି ମିର୍ଜାସାହେବ ଵା ଵନ୍ଦୋବସ୍ତ ଡେପୁଟିଙ୍କୁ ପରିଦର୍ଶନ ପାଇଁ । ମୋଗଲ ଶାସନର କେନ୍ଦ୍ରସ୍ଥଳୀ ଦିଲ୍ଲୀ ଅଧୀନରେ ସମଗ୍ର ସାମ୍ରାଜ୍ୟକୁ କେତୋଟି ଉପକେନ୍ଦ୍ରରେ ଵିଭକ୍ତ କରାଯାଇଥିଲା । ଵଙ୍ଗଳା, ବିହାର ଓ ଓଡ଼ିଶାର ଶାସନ ନିୟନ୍ତ୍ରିତ ହେଉଥିଲା କଲିକତାରୁ । ଭଦ୍ରକ ଥିଲା ଏକ ସୁବା । ସମ୍ଭବତଃ କଲିକତାରୁ ପରିଦର୍ଶନ ସହ ବନ୍ଦୋବସ୍ତ କରିବାକୁ ଓଡିଶାର ବିଭିନ୍ନ ଅଞ୍ଚଳ ଗସ୍ତ କରି ପରିଶେଷରେ ଅଟକି ଯାଇଥିଲେ ଵୀରଭୂମି ଭଦ୍ରକରେ । ସେ ସମୟରେ ତାଙ୍କର ଚାଲିଚଳନ, ଆଦବକାଇଦା ଓ ବ୍ୟବହାରର ଏକ ହାସ୍ୟରସାତ୍ମକ ପରିବେଷଣ ଭାଵରେ ସୃଷ୍ଟି ହୋଇଥିଲା ଏ ମାଟିର ଏକ ନିଆରା ଲୋକନୃତ୍ୟ ଶୈଳୀ ମୋଗଲ ତାମସା । ସମ୍ଭବତଃ ଏହା ଯାତ୍ରା, ଲୀଳା ଵା ସୁଆଙ୍ଗ ଇତ୍ୟାଦିର ପୂର୍ବବର୍ତ୍ତୀ ଏକ ନୃତ୍ୟକର୍ମ, ଯାହା ଏକଦା ଭଦ୍ରକର ସୀମାସରହଦ ଟପି ପହଞ୍ଚି ପାରିଥିଲା ଅନ୍ୟାନ୍ୟ ପ୍ରଦେଶରେ । ତତ୍କାଳୀନ ମୋଗଲ ଶାସନ ଓ ପ୍ରଶାସନିକ ଵ୍ୟଵସ୍ଥାର ପ୍ରତିଛଵି ସହିତ ସାମାଜିକ ତୃଟିବିଚ୍ୟୁତିର ନିଛକ ଚିତ୍ର ଥାଏ ମୋଗଲ ତାମସାରେ । ଓଡ଼ିଆ ସମେତ ହିନ୍ଦୀ, ଉର୍ଦ୍ଦୁ, ପାର୍ସୀ ଓ ଵଙ୍ଗଳା ପରି ପାଞ୍ଚଟି ଭାଷାର ମଧୁର ସମନ୍ୱୟ ଦେଖିବାକୁ ମିଳେ ଏହି ତାମସାର ସଂଳାପ ଓ ସଙ୍ଗୀତରେ । ସାଙ୍ଗୀତିକତା ସହିତ ଵ୍ୟଙ୍ଗ ଓ ଲଘୁହାସ୍ୟର ଚରିତ୍ର ସମାବେଶ ଏଇ ମୋଗଲ ତାମସାର ବିଶେଷତ୍ଵ ।ପ୍ରାୟ ଦୁଇଶହ ପଚାଶ ବର୍ଷ ପୁରାତନ କିନ୍ତୁ ଅଧୁନା ଲୁପ୍ତପ୍ରାୟ ଏ ମୋଗଲ ତାମସା । ଏକଦା ଏହାର ଲେଖକ କବି ଵଂଶୀବଲ୍ଲଭ ଗୋସ୍ବାମୀଙ୍କ ଜନ୍ମପୀଠ ସଙ୍ଗତ ସମେତ ଗରଦପୁର, ସନ୍ଥିଆ, ଵାଙ୍କାଵଜାର, ମିର୍ଜାପୁର, ପୁରୁଣାଵଜାର, ଛଡାକମହଲା, କୁଆଁଶ, ଜାନୁଗଞ୍ଜ, ଏରେଇଁ, ସାହାପୁର ଆଦି ଗ୍ରାମରେ ଗ୍ରାମବାସୀଙ୍କ ଦ୍ବାରା ପାରମ୍ପରିକ ଭାଵେ ଶିବମନ୍ଦିର ପ୍ରାଙ୍ଗଣରେ ପଣାସଂକ୍ରାନ୍ତି ଦିନ ଅଭିନୀତ ହେଉଥିଲା । ଏଇ ତାମସାରେ ଉଭୟ ମୁସଲମାନ ଓ ହିନ୍ଦୁ ସମ୍ପ୍ରଦାୟର ଵ୍ୟକ୍ତିବିଶେଷ ଅଂଶଗ୍ରହଣ କରୁଥିବାରୁ ଏହା ସାମ୍ପ୍ରଦାୟିକ ସମ୍ପ୍ରୀତି, ଧର୍ମଭାବନା, ପାରସ୍ପରିକ ବନ୍ଧୁଭାବ ଓ ସହଂତିର ସମୁଜ୍ଜ୍ୱଳ ସନ୍ଦେଶ । ୧୭୨୮ ମସିହାରେ ଜନ୍ମିତ ବଂଶୀବଲ୍ଲଭ ଵ୍ରାହ୍ମଣ ହୋଇ ମଧ୍ୟ ନିଜ ପିତା ଓ ଅଗ୍ରଜଦ୍ଵୟଙ୍କ ପଦାଙ୍କ ଅନୁସରଣ କରି ନ ପାରି ଶିକ୍ଷାଠାରୁ ଦୂରେଇ ଯାଇଥିଲେ । ସମୟକ୍ରମେ ସଭିଙ୍କ ତାତ୍ସଲ୍ୟ ସହ୍ୟ କରି ନ ପାରି ଗୃହତ୍ୟାଗ କରି ସାଳନ୍ଦୀ ନଦୀକୂଳସ୍ଥ ଉତ୍ତରେଶ୍ୱର ମହାଦେଵଙ୍କ ପାଖରେ ଅଧିଆ ପଡିଲେ । କିମ୍ବଦନ୍ତୀ କହେ, ତାଙ୍କର ଭକ୍ତି ଓ ନିଷ୍ଠାରେ ମୁଗ୍ଧ ହୋଇ ଶିଵ ଭିଲ୍ ରୂପରେ ଦର୍ଶନ ଦେଇ ତାଙ୍କୁ କଵି ହେବାର ଆଶୀର୍ଵାଦ ଦେଇଥିଲେ । ଭିଲଙ୍କ ଠାରୁ ଆଶୀର୍ଵାଦରୁ ହିଁ ସଞ୍ଚରିଥିଲା ପ୍ରଥମ ତାମସା “ଭିଲତାମସା” । ପରେ ପରେ “ରାଧାକୃଷ୍ଣ ତାମସା”, “ଚୈତ ତାମସା” (ପ୍ରକାରାନ୍ତରେ ଚଉଡ଼ା ତାମସା), “ଯୋଗୀ ତାମସା”, “ଫକୀର ତାମସା”, “ଲୋଲିନ ମଜୁଵାଈ ତାମସା” ଓ “ମୋଗଲ ତାମସା” ରଚନା କରିଥିଲେ । ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ତଥା ମୋଗଲ ଶାସନର ଅଧୋଗତି ଓ ମରହଟ୍ଟା ଶକ୍ତିର ଅଭ୍ୟୁଦୟ କାଳରେ ଏହି ମୋଗଲ ତାମସାର ସୃଷ୍ଟି । ଚୈତ୍ରମାସର ଶେଷ ସପ୍ତାହବ୍ୟାପୀ ବିଭିନ୍ନ ତାମସା ଅଭିନୀତ ଉପରାନ୍ତେ ଵିଷୁବସଂକ୍ରାନ୍ତି ଦିନ ହିଁ ଅଭିନୀତ ହୋଇଥାଏ ଏହି ମହାପରମ୍ପରାର ପ୍ରାଣପ୍ରଵାହ ମୋଗଲ ତାମସା ।
| |
ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…
Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…
'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…
ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…
~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…
~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…