All Rights ReservedView Non-AMP Version
  • Homepage
  • ପର୍ଯ୍ୟଟନ ଆକର୍ଷଣ
  • ପର୍ଯ୍ୟଟନ କ୍ଷେତ୍ର
ପର୍ଯ୍ୟଟନ କ୍ଷେତ୍ର

ଦେବୀ ଗୋପାଳୁଣୀ

ଲେଖା: ଅରବିନ୍ଦ ମହାନ୍ତି

ଏକାମ୍ର କ୍ଷେତ୍ର ଭୁବନେଶ୍ୱରର ଅଧିଷ୍ଟାତ୍ରୀ ଦେବୀ ଭାବେ ସୁପରିଚିତା ଦେବୀ ଭୁବନେଶ୍ଵରୀ। ଏକାମ୍ର କ୍ଷେତ୍ର ଯେପରି ଗୁପ୍ତ ସେଇଭଳି ଗୁପ୍ତ ରହସ୍ୟଯୁକ୍ତ ଦେବୀଙ୍କ ତତ୍ଵ ମଧ୍ୟ। ସେ ମହାପ୍ରଭୁ ତ୍ରିଭୁବନେଶ୍ଵରଙ୍କ ଶକ୍ତି ସ୍ୱରୁପା। ସେଥିଲାଗି ତାଙ୍କ ନାମ ମଧ୍ୟ ତ୍ରିଭୁବନେଶ୍ଵରୀ। ତ୍ରିଭୁବନେଶ୍ଵରୀ ଶବ୍ଦରୁ ପରବର୍ତ୍ତୀ କାଳରେ ଭୁବନେଶ୍ଵରୀ ନାମ ଉଦ୍ଧୃତ ହୋଇଅଛି।

ଏକାମ୍ର ପୁରାଣ କହେ ଶିବଙ୍କଠାରୁ ଦେବୀ ପାର୍ବତୀ ତାଙ୍କ ପ୍ରିୟ ଗୁପ୍ତକ୍ଷେତ୍ର ବିଷୟରେ ଶ୍ରବଣ କରି ଏକାମ୍ରବନ ଦର୍ଶନ ନିମନ୍ତେ ବ୍ୟଗ୍ର ହୋଇ ପଡନ୍ତି। ମହାଦେବଙ୍କ ଠାରୁ ଅନୁମତି ନେଇ ପହଞ୍ଚନ୍ତି ଏକାମ୍ର ବନରେ। ସେଠି ଦେବୀ ଦର୍ଶନ ଲଭନ୍ତି ଏକ କ୍ରୋଶ ଯାଏ ପରିବ୍ୟପ୍ତ ଏକଆମ୍ର ଛାୟା ତଳେ ବିରାଜିତ ଲିଙ୍ଗ ସ୍ୱରୂପ ପରମ ବ୍ରହ୍ମଙ୍କର। ଗୋସହସ୍ରେଶ୍ବର ନିକଟ ପାତାଳପୁର ସୁଡଙ୍ଗରୁ ସହସ୍ର ସଂଖ୍ୟାରେ ସୁନ୍ଦର ଗାଭୀମାନେ ଥନ ଭାରରେ ଦୁଗ୍ଧ ବହି ପ୍ରତିଦିନ ପରମେଶ୍ୱରଙ୍କୁ ଅଭିଷିକ୍ତ କରୁଥାନ୍ତି। ଏହା ଦେଖି ଦେବୀ ପାର୍ବତୀ ସେହି ଗାଈମାନଙ୍କୁ ବନ୍ଧନ କରି ନିଜେ ତାଙ୍କର ରକ୍ଷଣା ବେକ୍ଷଣ କରିବାକୁ ଲାଗି ପଡନ୍ତି। ଦେବୀ ରୂପ ଛାଡ଼ି ମାନବୀ ରୂପରେ ସେମାନଙ୍କୁ ଯତ୍ନ କରୁଥାନ୍ତି ଏବଂ ହସ୍ତରେ କେନ୍ଦୁ ବାଡି ନେଇ ସବୁଦିନ ଚରେଇ ନେଉଥାନ୍ତି। ନିଜେ ଗୋ ଦୁଗ୍ଧ ଦୋହନ କରି ଲିଙ୍ଗ ସ୍ୱରୂପ ପରମେଶ୍ୱରଙ୍କୁ ଦୁଗ୍ଧରେ ପ୍ରତିଦିନ ଅଭିଷେକ କରୁଥାନ୍ତି। ଏଇଠୁ, ଗୋ ପାଳନ କରୁଥିବା ହେତୁ ଦେବୀଙ୍କ ଅନ୍ୟ ଏକ ନାମ ହୁଏ ଦେବୀ ଗୋପାଳୁଣୀ।

ବିତିଯାଏ କିଛି ଦିନ। ସେହି ଏକାମ୍ର ବନରେ ଆତଙ୍କ କରୁଥାନ୍ତି ଦୁର୍ମିଳ ରାଜାର ଦୁଇ ପୁତ୍ର କୀର୍ତ୍ତି ଆଉ ବାସ। ଗୋ ଚାରଣ ସମୟରେ ଦେବୀ ଗୋପାଲୁଣୀଙ୍କୁ ଦର୍ଶନ କରି ଦୁହେଁ କାମାସକ୍ତା ହୋଇ ପଡନ୍ତି ଓ ପ୍ରସ୍ତାବ ରଖନ୍ତି ବିବାହର। ଦେବୀ ଅନନ୍ୟୋପାୟ ହୋଇ ଦୁହିଁଙ୍କୁ ମନ୍ତ୍ର ବଳରେ ମୁର୍ଚ୍ଛିତ କରିଦିଅନ୍ତି ଓ ସୁମରଣା କରନ୍ତି ମହାଦେବଙ୍କର। ନିଜ ପ୍ରିୟାଙ୍କ ସ୍ମରଣରେ ପ୍ରୀତ ହୋଇ ମହାଦେବ ଗୋପାଳ ସ୍ୱରୂପ ଧାରଣ କରି ଦେବୀ ଗୋପାଲୁଣୀଙ୍କ ପାଶେ ଉପସ୍ଥିତ ହୁଅନ୍ତି ଓ ବେନି ରାକ୍ଷସଙ୍କ ମରଣ ବିଧାନ ବ୍ୟାଖ୍ୟା କରନ୍ତି। ନିଜ ଶକ୍ତି ସମ୍ପର୍କରେ ଅବଗତ ହୁଅନ୍ତି ମା ଆଦ୍ୟାଶକ୍ତି ଓ କିପରି ବେନି ରାକ୍ଷସଙ୍କ ମରଣ ହେବ ତାହା ଚିନ୍ତା କରନ୍ତି।

ବର୍ତ୍ତମାନ ସମୟ ରାକ୍ଷସ ଦୁହିଁଙ୍କ ଅନ୍ତର। ପୁନର୍ବାର ଭେଟ ହୁଏ ଦେବୀଙ୍କ ସହ ବେନି ରାକ୍ଷସଙ୍କର। ପୁନର୍ବାର ପ୍ରେମ ନିବେଦନ କରନ୍ତେ ଦେବୀ ନିଜ ବ୍ରତ କଥା କୁହନ୍ତି। ଯିଏ ତାଙ୍କୁ ନିଜ ସ୍କନ୍ଧ ପ୍ରଦେଶରେ ବସାଇ ଏହି ପଞ୍ଚ କ୍ରୋଶ ପରିମିତ ଏକାମ୍ର କ୍ଷେତ୍ରକୁ ପରିକ୍ରମା କରାଇ ଦେବ ତାଙ୍କୁ ହିଁ ଦେବୀ ବିବାହ କରିବେ ବୋଲି ବଚନ ଦିଅନ୍ତି। ଦେବୀଙ୍କ ମାୟାରେ ଭ୍ରମିତ ହୋଇ ଦୁଇ ରାକ୍ଷସ ନିଜ ସ୍କନ୍ଧ ପ୍ରଦେଶରେ ବସାଇ ପରିକ୍ରମା କରାଇ ଦେବାକୁ ବଚନ ଦିଅନ୍ତି। ଦେବୀ ଦୁଇ ପାଦରେ ଦୁଇ ରାକ୍ଷସଙ୍କ ସ୍କନ୍ଧରେ ଚଢି ଯାଆନ୍ତେ ଅତୀବ ଭାରୀ ହୋଇ ଉଠନ୍ତି ଓ ସେଇ ଭାରାରେ ପାତାଳ ପୁରକୁ ଚାପି ହୋଇ ରକ୍ତ ମାଂସ ଖଣ୍ଡିତ ହୋଇ ରାକ୍ଷସ ଦୁହିଁଙ୍କ ଅନ୍ତ ଘଟେ। ଏଇଠି ଅନ୍ତ ହୁଏ ଗୋଟିଏ କଥାର।

~ ଦେବୀଙ୍କ ଦେଉଳ ~
ଦେବୀ ଗୋପାଲୁଣୀ ଦେଉଳ ଖାକରା ଶୈଳୀର ଅଟେ। ଏହା ଲିଙ୍ଗରାଜ ମହାପ୍ରଭୁଙ୍କ ଦେଉଳର ବାମପାର୍ଶ୍ୱରେ ଅବସ୍ଥିତ ।ଦେବୀଙ୍କ ଦେଉଳ ଦୁଇ ମୁଖ୍ୟ ଭାଗରେ ବିଭକ୍ତ ଯଥାକ୍ରମେ ଗର୍ଭଗୃହ ଓ ଜଗମୋହନ। ଏହି ଦୁଇଙ୍କ ମଧ୍ୟରେ ଗୋଟିଏ ଅନ୍ତରାଳ ରହିଅଛି। ଦେଉଳ ସମ୍ମୁଖ ଭାଗରେ ବାହନ ସିଂହ ଏକ ସ୍ତମ୍ଭ ଉପରେ ଦେବୀଙ୍କୁ ଦୃଷ୍ଟି ନିବଦ୍ଧ କରି ବିରାଜିତ। ଗର୍ଭଗୃହରେ ଦେବୀ ଲଲିତାସନରେ ଆସୀନା। ଦେବୀ ଦ୍ବିଭୁଜା, ଦକ୍ଷିଣ ହସ୍ତରେ ଏକ ପ୍ରସ୍ଫୁଟିତ ପଦ୍ମ ପୁଷ୍ପ ଧାରଣ କରିଅଛନ୍ତି ଓ ବାମ ହସ୍ତ ଅଭୟ ମୁଦ୍ରାରେ ଆଶ୍ରିତଙ୍କୁ ଅଭୟ ପ୍ରଦାନ କରୁଅଛନ୍ତି।

~ ଠାକୁରାଣୀ ବଲ୍ଲଭ ~
ଦେବୀଙ୍କ ନୀତି କାନ୍ତି ମହାପ୍ରଭୁଙ୍କ ସଂଗେ ଓତଃପ୍ରୋତ ଭାବେ ଜଡ଼ିତ। ଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ପରେ ଠାକୁରାଣୀ ବଲ୍ଲଭ ହେଲେ ଭୁବନେଶ୍ୱରଙ୍କ ପ୍ରସାଦ ମହାପ୍ରସାଦରେ ପରିଣତ ହୁଏ। ଦେବୀଙ୍କ ନାନାଦି ପର୍ବ ପର୍ବାଣୀ ମଧ୍ୟରୁ ଚୈତ୍ର ଅଶୋକାଷ୍ଟମୀ ଓ ଆଶ୍ୱିନ ଷୋଳପୂଜା ଅନ୍ୟତମ। ଦେବୀଙ୍କ ରୁକୁଣା ନାମାନୁସାରେ ଲିଙ୍ଗରାଜଙ୍କ ରଥ ଯାତ୍ରାର ନାମ ରୁକୁଣା ରଥଯାତ୍ରା। ଆଶ୍ୱିନ ମୂଳାଷ୍ଟମୀରୁ ଦଶହରା ପର୍ଯ୍ୟନ୍ତ ଦେବୀଙ୍କ ଷୋହଳ ଦିନାତ୍ମକ ପୂଜା ଅନୁଷ୍ଠିତ ହୋଇଥାଏ। ନବ ଦିନ ପୂଜାରେ ଦେବୀ ଗୋପାଳୁଣୀ ବିମାନରେ ବିଜେ ହୋଇ କପାଳୀ ଦେବୀଙ୍କ ଦେଉଳ ପର୍ଯ୍ୟନ୍ତ ଯାଇ ପୁନର୍ବାର ଲେଉଟି ଆସିଥାନ୍ତି। ଦଶହରା ଦିନ ପରମେଶ୍ୱର ସହିତେ ବିଜେ ହୋଇ ରାବଣ ବଧ ନିମନ୍ତେ ବିଜୟ ପଡିଆକୁ ବିଜେ ହୋଇଥାନ୍ତି। କେବଳ ଶିବ ବିବାହ ଓ ଶୀତଳ ଷଷ୍ଠୀକୁ ଛାଡ଼ିଦେଲେ ଦେବୀ ଗୋପାଳୁଣୀ ଠାକୁରାଣୀ ମହାପ୍ରଭୁ ଲିଙ୍ଗରାଜଙ୍କ ବାମ ଭାଗେ ବିଜେ ହୋଇ ପ୍ରତ୍ୟେକ ଯାତ୍ରା ଓ ଉତ୍ସବରେ ବିଜେ ହୋଇଥାନ୍ତି।

Spread the love
admin

Next ବିଦୂଷକ ଫତୁରାନନ୍ଦ »
Previous « ମୋଗଲ ତାମସା
Leave a Comment
Share
Published by
admin
Tags: ଦେବୀ ଗୋପାଳୁଣୀ
6 years ago

    Related Post

  • ମା’ ଚର୍ଚ୍ଚିକା
  • ସୀତାବିଞ୍ଜ
  • ବ୍ରହ୍ମା ମନ୍ଦିର

Recent Posts

  • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

14 hours ago
  • ଇତିହାସ

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 days ago
  • ରାଜରାଜୁଡା କ୍ଷେତ୍ର

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

5 days ago
  • ପର୍ଯ୍ୟଟନ କ୍ଷେତ୍ର

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

7 days ago
  • ଭାଷା ଓ ସାହିତ୍ୟ

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

1 week ago
  • ମହାମନିଷୀଗଣ

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 week ago
All Rights ReservedView Non-AMP Version
  • L