ଲେଖା: ଅଶୋକା ନାୟକ
~ ଆମ ଓଡ଼ିଆ ଘରର ମୁରୁଜ କଳା ପରମ୍ପରା ~
ଓଡ଼ିଆ ଘରେ ସବୁ ପର୍ବପର୍ବାଣୀ, ଜନ୍ମଦିନ, ବାହାଘର, ଶ୍ରାଦ୍ଧରେ ମୁରୁଜ, ଝୋଟି, ଚିତା ପଡେ। ସେ ତେଣିକି କାର୍ତ୍ତିକରେ ଚଉରା ମୂଳରେ ହେଉ ବା ମାର୍ଗଶିର ଗୁରୁବାର ପାଇଁ ଦାଣ୍ଡରୁ ବାରି ପର୍ଯ୍ୟନ୍ତ ହେଉ, ଷଠୀପୂଜା ପାଇଁ ହେଉ ବା ଶାମ୍ବଦଶମୀ ଭୋଗ ପାଇଁ ହେଉ . . ସବୁଥିପାଇଁ କିଛି ନା କିଛି ମୁରୁଜ, ଚିତା ପଡିବାର ବିଧି ଅଛି।
କାର୍ତ୍ତିକକୁ ଛାଡିଦେଲେ ମୁଖ୍ୟତଃ ଓଡ଼ିଆ ଘରେ ଚିତା ପଡିବାର ପ୍ରଚଳନ ଅଛି। ଅରୁଆ ଚାଉଳକୁ ବତୁରାଇ, ବାଟି ଚିତା ଅଙ୍କାହୁଏ। ଶ୍ରାଦ୍ଧ, ଗୃହ ପ୍ରତିଷ୍ଠା, ହୋମ ପାଇଁ ମୁରୁଜ ପଡେ।ଏ ସବୁ ର କିଛି ନିର୍ଦ୍ଧିଷ୍ଟ ନୀତି ନିୟମ ଅଛି। ମାର୍ଗଶିର ବୁଧବାର ସନ୍ଧ୍ୟାରୁ ଘର ଲିପାପୋଛା, ଧୁଆଧୋଇ କରି ବିଭିନ୍ନ ରକମର ଫୁଲ, ପତ୍ର, ଲତା, ଲକ୍ଷ୍ମୀପାଦର ଝୋଟି ବା ଚିତା ପକାଇବା ପାଇଁ ଓଡ଼ିଆଣୀ ତାଲିମ ନ ନେଇ ମଧ୍ୟ ସେଥିରେ ସିଦ୍ଧହସ୍ତ। ଜନ୍ମଦିନ, ଷଠୀଓଷା ପାଇଁ ମଧ୍ୟ ଅଳ୍ପ ହେଲେ ବି ଚିତା ପକେଇ ଦିଅନ୍ତି ଆମ ମା’ମାନେ।
ରଙ୍ଗୋଲି ବୋଲି କିଛି ଆମର ନାହିଁ। ରଙ୍ଗୋଲି କହିଲେ ଆମେ ରବିବାର ସକାଳେ ଦୂରଦର୍ଶନରେ ପ୍ରସାରିତ ହେଉଥିବା ଚଳଚ୍ଚିତ୍ର ସଙ୍ଗୀତର କାର୍ଯ୍ୟକ୍ରମକୁ ହିଁ ବୁଝୁ। ରଙ୍ଗୋଲି ଶବ୍ଦ ଆମ ପାଇଁ ମାଗି ଆଣିଥିବା ତିଅଣ ପରି। ସେଥିରେ ବିଭିନ୍ନ ରଙ୍ଗର ପ୍ରୟୋଗରେ ଫୁଲ, ଦେବାଦେବୀ, ଚରିତ୍ର ଓ ଅନ୍ୟାନ୍ୟ ଚିତ୍ର ଅଙ୍କା ଯାଉଛି। ଯାହାକି ପ୍ରାୟ ଆମର ମୁରୁଜ ପରି।
କାର୍ତ୍ତିକରେ ହବିଷ୍ୟାଳି ଚଉରା ମୂଳରେ ପକାଉଥିବା ମୁରୁଜ ଓ ରଙ୍ଗୋଲି ମଧ୍ୟରେ ଆକାଶ ପାତାଳ ଫରକ ଅଛି। ଆଜିକାଲି କାର୍ତ୍ତିକରେ ବି ରଙ୍ଗୋଲି ପକାଉଛନ୍ତି। କିନ୍ତୁ ଚଉରା ପୂଜା ର ମୁରୁଜରେ କିଛି ନିର୍ଦ୍ଧିଷ୍ଟ ଚିତ୍ର ନିହାତି ଭାବରେ ଆଙ୍କିବାର ବିଧି ଅଛି। ତନ୍ମଧ୍ୟରୁ ଚତୁର୍ଦ୍ଧାମୂର୍ତ୍ତୀ, ଶଙ୍ଖ, ଚକ୍ର, ଗଦା, ପଦ୍ମ, ଶୁଆଶାରୀ, କପୋତକପୋତୀ, ବଗବଗୁଲି, ଜୟବିଜୟ, ଅଁଳାଗଛ, ସ୍ଵର୍ଗସିଢି, ଆକାଶଦୀପ ଇତ୍ୟାଦି।
(Image Courtesy: Ashok Kumar Mohapatra)
ଆମର ଝୋଟି, ଚିତା ଓ ମୁରୁଜ ପାଇଁ ସବୁବେଳେ ପ୍ରାକୃତିକ ଉପାଦାନ ବ୍ୟବହାର କରିଥାଉ। ଓଦା ଚିତା ପାଇଁ ଅରୁଆ ଚାଉଳ ବଟା ବା ଖଡ଼ି ଗୁଣ୍ଡକୁ ବତୁରାଇ ଅଙ୍କା ଯାଇଥାଏ । ସେହିପରି ମୁରୁଜରେ ମଧ୍ୟ ହାତପାହାନ୍ତାରେ ମିଳୁଥିବା ସାମଗ୍ରୀକୁ ବ୍ୟବହାର କରାଯାଏ। ସେଗୁଡିକରୁ ପ୍ରାଥମିକ ପାଞ୍ଚଟି ରଙ୍ଗ ମୁଖ୍ୟତଃ ବ୍ୟବହାର ହେଉଥିଲା । ଧଳାରଙ୍ଗ ପାଇଁ ଚାଉଳଗୁଣ୍ଡ, ଖଡିଗୁଣ୍ଡ। କଳା ପାଇଁ ନଡିଆ ଷଢେ଼ଇକୁ ପୋଡ଼ି ତା’ର ଗୁଣ୍ଡ। ସବୁଜ ରଙ୍ଗ ପାଇଁ ବିଭିନ୍ନ ପତ୍ରକୁ ଛାଇରେ ଶୁଖାଇ ତା’ର ଗୁଣ୍ଡ, ହଳଦିଆ ପାଇଁ ହଳଦୀଗୁଣ୍ଡ ବା ରାମରଜ। ଲାଲ୍ ପାଇଁ ଲାଲ୍ ଫୁଲର ଗୁଣ୍ଡ, ଇଟାଗୁଣ୍ଡ, ସିନ୍ଦୂର, ଲାଲ୍ ମାଟି ବା ଢାଉ।
ଆଜିକାଲି କାଁ ଭାଁ ଏହିପରି ଭାବରେ ପ୍ରସ୍ତୁତ କରୁଥିବେ। କାହିଁକି ନା ବଜାରରେ ବିଭିନ୍ନ ରଙ୍ଗର ମୁରୁଜ ସହଜରେ ଉପଲବ୍ଧ ହୋଇଯାଉଛି। ଝୋଟି ବା ମୁରୁଜ ପକାଇବା ପାଇଁ ଗାଧୋଇଥିବା ସହ ଶୁଦ୍ଧତା ଜରୁରୀ ଅଟେ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago