ଲେଖା: ବିଶ୍ୱଜିତ ରାଉତରାୟ
ଅଣଓଡିଆ ଝିଅଟିଏ । ଜନ୍ମ ତାଙ୍କର ସମ୍ଭ୍ରାନ୍ତ ଘରେ । ଶାନ୍ତିନିକେତନରେ ପାଠପଢା । ସେ ମେଧାବୀ ସେ ହସ୍ତଶିଳ୍ପୀ ସେ ସଙ୍ଗୀତଜ୍ଞା ସେ ଥିଲେ ସର୍ବଗୁଣସମ୍ପନ୍ନା । ପରିଚୟ ହେଲା ଦିନେ ଜଣେ ଓଡିଆପୁଅ ସହିତ ! ପରିଚୟ ଶୁଭପରିଣୟରେ ପରିବର୍ତ୍ତନ ହେଇଗଲା । ନିଜର ଆତ୍ମୀୟ ଓ ଅତୀତ ଉଭୟଙ୍କୁ ଛାଡି ଓଡିଆପୁଅର ହାତ ଧରି ଚାଲିଆସିଲେ ଓଡିଶାମାଟିକୁ, ଜଗତସିଂହପୁରର ଅଣଖିଆ ଗାଁକୁ ।
ମାଳତୀ ଆଉ ନବକୃଷ୍ଣ . . ।
ନାଁରୁ ଲାଗୁଛି ସତେ ଅବା ଯେମିତି ଦ୍ଵାପରର ସେଇ ଦିବ୍ୟଯୋଡି । କର୍ମ କିନ୍ତୁ ଆରମ୍ଭୀଥିଲେ ମାନବୀୟ ଅତିସାଧାରଣ । ମାଟିର ମଣିଷ ମାଟିକୁ ସଜାଡିବାକୁ ଲାଗିପଡିଲେ । ସ୍ଵାମୀ ସହିତ ମିଶି କଲେ ଆଖୁଚାଷ ।
ସ୍ଵାମୀ ସ୍ତ୍ରୀ ଦୁହେଁ ସ୍ଵାଭିମାନୀ । କେମିତି ଅବା ଇଂରେଜ ସରକାର ପାଦତଳେ ଗୁଜୁରାଣ ପାଇଁ ଚାକିରୀ କରିଥାନ୍ତେ, ଯାହାକୁ ମା’ ମାଟିରୁ ତଡିବାକୁ ଛାତି ଭିତରେ ବହ୍ନି ଜଳୁଛି । ଅନ୍ୟମାନଙ୍କୁ ବି ପ୍ରେରିତ କଲେ ଚାଷରେ ମନୋନିବେଶ କରିବା ଲାଗି । ଗ୍ରାମଜୀବନର ସାମଗ୍ରିକ ଉନ୍ନତି ଲକ୍ଷ୍ୟ ରଖି କୃଷି ସହ ଶିକ୍ଷାକୁ ମଧ୍ୟ ସମସ୍ତ ଗ୍ରାମ୍ଯ ସମାଜରେ ପ୍ରସାରିବା ପାଇଁ ଲାଗିପଡିଲେ । ବିଶେଷ କରି ନାରୀଶିକ୍ଷା ।
କୃଷି ଲାଗି ‘କୃଷକ ଆନ୍ଦୋଳନ’..
ଶିକ୍ଷା ଲାଗି ‘ବାଜି ରାଉତ ଛାତ୍ରାବାସ’..
ଛୁଆଁ ଅଛୁଆଁ ଭେଦଭାବ ଦୂର ଲାଗି ‘ଉତ୍କଳ କଂଗ୍ରେସ ସମାଜବାଦୀ ସଂଘ’..
ସମାଜର ସାମୂହିକ ପ୍ରଗତି ଲାଗି ‘ଉତ୍କଳ ନବଜୀବନ ମଣ୍ଡଳ’..
ଏମିତି ଅନେକ ଅନୁଷ୍ଠାନ ଓ ଆନ୍ଦୋଳନ ମାନ ଶେଷଯାଏଁ ଚଳେଇଲେ ।
ପ୍ରବଳ ଗାନ୍ଧୀବାଦୀ ଥିଲେ ମାଳତୀ ଚୌଧୁରୀ । ମହାତ୍ମାଙ୍କ ସାଙ୍ଗରେ ‘ଲବଣ ସତ୍ୟାଗ୍ରହ’ କରିଛନ୍ତି ତ ବିନୋବା ଭାବେଙ୍କ ସାଙ୍ଗରେ ‘ଭୂଦାନ ଆନ୍ଦୋଳନ’ । ସ୍ଵାଧିନତା ସଂଗ୍ରାମ ଯଜ୍ଞରେ ଆହୂତି ଦେଇ ବାରମ୍ବାର କାରାବରଣ ଲଭିଛନ୍ତି । ତାଙ୍କର ପ୍ରତିଟି ପଦକ୍ଷେପ ଓଡିଶା ମାଟିର ଓଡିଶା ଜାତିର ଓଡିଶା ସମାଜର ମଙ୍ଗଳ ପାଇଁ ଉତ୍ସର୍ଗ ।
ଆମ ସଂସ୍କୃତିରେ ନାରୀ ନାମାନ୍ତେ ଦେବୀ ଯୋଡା ହୁଏ । ଦେବୀ ଶଦ୍ଦର ସଂଯୁକ୍ତୀକୁ ନିର୍ଦ୍ବନ୍ଦରେ ଯଦି କେହି ପ୍ରତିପାଦିତ କରୁଥାନ୍ତି ସେ ଅଟନ୍ତି ମହିୟସୀ ମାଳତୀ ଦେବୀ – ମାଳତୀ ଚୌଧୁରୀ।
ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…
ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…
ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…
କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…
ମାଣବସା ଗୁରୁବାର ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…