ଲେଖା: ବିଶ୍ୱଜିତ ରାଉତରାୟ

ଅଣଓଡିଆ ଝିଅଟିଏ । ଜନ୍ମ ତାଙ୍କର ସମ୍ଭ୍ରାନ୍ତ ଘରେ । ଶାନ୍ତିନିକେତନରେ ପାଠପଢା । ସେ ମେଧାବୀ ସେ ହସ୍ତଶିଳ୍ପୀ ସେ ସଙ୍ଗୀତଜ୍ଞା ସେ ଥିଲେ ସର୍ବଗୁଣସମ୍ପନ୍ନା । ପରିଚୟ ହେଲା ଦିନେ ଜଣେ ଓଡିଆପୁଅ ସହିତ ! ପରିଚୟ ଶୁଭପରିଣୟରେ ପରିବର୍ତ୍ତନ ହେଇଗଲା । ନିଜର ଆତ୍ମୀୟ ଓ ଅତୀତ ଉଭୟଙ୍କୁ ଛାଡି ଓଡିଆପୁଅର ହାତ ଧରି ଚାଲିଆସିଲେ ଓଡିଶାମାଟିକୁ, ଜଗତସିଂହପୁରର ଅଣଖିଆ ଗାଁକୁ ।

ମାଳତୀ ଆଉ ନବକୃଷ୍ଣ . . ।

ନାଁରୁ ଲାଗୁଛି ସତେ ଅବା ଯେମିତି ଦ୍ଵାପରର ସେଇ ଦିବ୍ୟଯୋଡି । କର୍ମ କିନ୍ତୁ ଆରମ୍ଭୀଥିଲେ ମାନବୀୟ ଅତିସାଧାରଣ । ମାଟିର ମଣିଷ ମାଟିକୁ ସଜାଡିବାକୁ ଲାଗିପଡିଲେ । ସ୍ଵାମୀ ସହିତ ମିଶି କଲେ ଆଖୁଚାଷ ।

ସ୍ଵାମୀ ସ୍ତ୍ରୀ ଦୁହେଁ ସ୍ଵାଭିମାନୀ । କେମିତି ଅବା ଇଂରେଜ ସରକାର ପାଦତଳେ ଗୁଜୁରାଣ ପାଇଁ ଚାକିରୀ କରିଥାନ୍ତେ, ଯାହାକୁ ମା’ ମାଟିରୁ ତଡିବାକୁ ଛାତି ଭିତରେ ବହ୍ନି ଜଳୁଛି । ଅନ୍ୟମାନଙ୍କୁ ବି ପ୍ରେରିତ କଲେ ଚାଷରେ ମନୋନିବେଶ କରିବା ଲାଗି । ଗ୍ରାମଜୀବନର ସାମଗ୍ରିକ ଉନ୍ନତି ଲକ୍ଷ୍ୟ ରଖି କୃଷି ସହ ଶିକ୍ଷାକୁ ମଧ୍ୟ ସମସ୍ତ ଗ୍ରାମ୍ଯ ସମାଜରେ ପ୍ରସାରିବା ପାଇଁ ଲାଗିପଡିଲେ । ବିଶେଷ କରି ନାରୀଶିକ୍ଷା ।

କୃଷି ଲାଗି ‘କୃଷକ ଆନ୍ଦୋଳନ’..
ଶିକ୍ଷା ଲାଗି ‘ବାଜି ରାଉତ ଛାତ୍ରାବାସ’..
ଛୁଆଁ ଅଛୁଆଁ ଭେଦଭାବ ଦୂର ଲାଗି ‘ଉତ୍କଳ କଂଗ୍ରେସ ସମାଜବାଦୀ ସଂଘ’..
ସମାଜର ସାମୂହିକ ପ୍ରଗତି ଲାଗି ‘ଉତ୍କଳ ନବଜୀବନ ମଣ୍ଡଳ’..
ଏମିତି ଅନେକ ଅନୁଷ୍ଠାନ ଓ ଆନ୍ଦୋଳନ ମାନ ଶେଷଯାଏଁ ଚଳେଇଲେ ।

ପ୍ରବଳ ଗାନ୍ଧୀବାଦୀ ଥିଲେ ମାଳତୀ ଚୌଧୁରୀ । ମହାତ୍ମାଙ୍କ ସାଙ୍ଗରେ ‘ଲବଣ ସତ୍ୟାଗ୍ରହ’ କରିଛନ୍ତି ତ ବିନୋବା ଭାବେଙ୍କ ସାଙ୍ଗରେ ‘ଭୂଦାନ ଆନ୍ଦୋଳନ’ । ସ୍ଵାଧିନତା ସଂଗ୍ରାମ ଯଜ୍ଞରେ ଆହୂତି ଦେଇ ବାରମ୍ବାର କାରାବରଣ ଲଭିଛନ୍ତି । ତାଙ୍କର ପ୍ରତିଟି ପଦକ୍ଷେପ ଓଡିଶା ମାଟିର ଓଡିଶା ଜାତିର ଓଡିଶା ସମାଜର ମଙ୍ଗଳ ପାଇଁ ଉତ୍ସର୍ଗ ।

ଆମ ସଂସ୍କୃତିରେ ନାରୀ ନାମାନ୍ତେ ଦେବୀ ଯୋଡା ହୁଏ । ଦେବୀ ଶଦ୍ଦର ସଂଯୁକ୍ତୀକୁ ନିର୍ଦ୍ବନ୍ଦରେ ଯଦି କେହି ପ୍ରତିପାଦିତ କରୁଥାନ୍ତି ସେ ଅଟନ୍ତି ମହିୟସୀ ମାଳତୀ ଦେବୀ – ମାଳତୀ ଚୌଧୁରୀ।

Spread the love
admin

View Comments

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago