ଲେଖା: ଦେଵ ତ୍ରିପାଠୀ

ଆଶ୍ଵିନ ଶୁକ୍ଳପକ୍ଷର ଜ୍ୟୋତ୍ସ୍ନା ମାୟାରେ ବର୍ଷା ଧୂଆ ଓ କାକରଭିଜା ଧୂଳିକଣା ବିରହିତ ପବନ ମଧ୍ୟ ହୋଇ ଉଠେ ମତୁଆଲା, ଆଉ କୁଆଁରୀ ଝିଅଙ୍କ ମନ ହୋଇ ଯାଏ ଉଚ୍ଚାଟ, ସ୍ନାୟୁର ସୌଧ ଯେମିତି ଭାଙ୍ଗି ଭାଙ୍ଗି ଯାଏ, ମନ ଚାହେଁ ଜ୍ୟୋସ୍ନା ପ୍ଲାବିତ, ପୁଲକିତ ରଜନୀ ଉଜାଗର ରହି ବିତାଇବାକୁ । ସେ ଦୁର୍ଲଭ ସୁଯୋଗ ଆସେ କୁଆଁର ପୁନେଇଁ ଦିନ I

ପ୍ରତ୍ୟୁଷରେ ହଳଦୀ ସୁବାସିତ ତୈଳର ପ୍ରଲେପରେ ଦେହ ମାଜି ଶୁଦ୍ଧ-ସ୍ନାତା କୁମାରୀ ଫେରେ ଫୁଲର ଚାଙ୍ଗୁଡି ଧରି । ଘରବାରଣ୍ଡା ଲିପାପୋଛା କରି ଶୁଭକଳସୀଟିଏ ବସାଇ ଦେଇଥାଏ ବୋଉ । ବାପା କିଣି ଆଣିଥିବା ନୂଆ ପୋଷାକ, ପାଉଁଜି ପିନ୍ଧି, ସଜ ଅଳତାର ସରୁଗାରଟିଏ ପାଦରେ ଆଙ୍କି, ମେହେନ୍ଦୀ ଲଗା ପାପୁଲିରେ ଲିଆ ଧରି ସେ ଯାଏ ବୃନ୍ଦାବତୀଙ୍କ ସମ୍ମୁଖକୁ, ଅର୍ଘ୍ୟ ଦିଏ ଅସ୍ତଗାମୀ ଚନ୍ଦ୍ରଦେବତାଙ୍କୁ । ଆଜି ତାର ଉପବାସ । ଚିରକୁମାର କାର୍ତ୍ତିକଙ୍କ ପରି ସୁକୁମାର, ଶୌର୍ଯ୍ୟବାନ ପତିଟିଏ ପାଇବା ମନାସ କରି ସେ ପାଳୁଛି ଆଜି କୁମାର ପୂର୍ଣ୍ଣିମା, କୁମାର କାର୍ତ୍ତିକେୟଙ୍କ ପୂର୍ଣ୍ଣିମା ।


ଲିଆ, ଦହି, ଛେନା, ଶର୍କରା ଓ ତାଳଗଜା-ଫୁଲରିର ମିଶ୍ରଣରେ ଚାନ୍ଦ ଚକଟା ଯାଇ ପୂର୍ଣ୍ଣମୀ ଚାନ୍ଦ ଆକାରରେ ପଥୁରିରେ ରଖାଯାଇଥାଏ । ସେ ଚାନ୍ଦ ଚକଟାକୁ ଝିଅ ଖାଇବ ଚାନ୍ଦପୂଜା ପରେ, ଉପବାସ ଉଝାଳିବ । ଅପରାହ୍ଣ ବିତିଯାଏ କେଶବିନ୍ୟାସ, ଆଖିରେ କଜଳ, କପାଳରେ କୁଙ୍କୁମ, ଚନ୍ଦନଟିପା, ଦେହରେ ଗହଣା ସଜାଇବାରେ ଆଉ ସନ୍ଧ୍ୟାର ପୂଜା ପାଇଁ ମାଳ ଗୁନ୍ଥିବାରେ ।

ଦିଗବଳୟର ମଥାନକୁ ଉଠେ ରୂପାଥାଳି ପରି ପୂର୍ଣ୍ଣମୀର ଜହ୍ନ । ଶଂଖ, ହୁଳହୁଳି ଶବ୍ଦରେ ଉଛୁଳି ପଡେ ଗାଁ ଦାଣ୍ଡ । ଝୁଣା, ଅଗୁରୁ ବାସରେ ମହକି ଉଠେ ଚଉଦିଗ । ଲିଆର ଆଞ୍ଜୁଳାରେ, ଘିଅଦୀପର ବନ୍ଦାଣରେ ଅର୍ଘ୍ୟ ଅର୍ପଣ ହୁଏ ଚନ୍ଦ୍ରଙ୍କୁ, ଏମିତି ମୁକୁଳା ଜହ୍ନପରି ଜୀବନ ହୋଇ ଉଠୁ ପରିପୂର୍ଣ୍ଣ, ଚନ୍ଦ୍ରପରି ଶାନ୍ତ, ସୁକୁମାର ପତିଟିଏ ମିଳୁ ।

ତା’ପରେ କୁଆଁର ପୁନେଇଁ ଜହ୍ନ ଗୋ ଫୁଲ ବଉଳବେଣୀ ଗୀତ ଆଉ ପୁଚିଖେଳର ପର୍ବ । ଏଇ କୁଆଁର ପୁନେଇଁର ସ୍ମୃତି ବଡ ତୀବ୍ର ଓ ଗହନ, ନାରୀର ଜୀବନସାରା ରହେ ଉଜ୍ଜୀବିତ। ହେଲେ ଏବେ ସେ ସମୟ ନାହିଁ, ନାହିଁ କୁଆଁର ପୁନେଇଁ ପାଇଁ ମନ ଭିତରେ ସେ ସମୟର ଉଦ୍ଦୀପନା । କାଳର କରାଳଗର୍ଭରେ କୁଆଁର ପୁନେଇଁର ମହକ ଓ ମହନୀୟତା ଆଜି ହଜି ହଜି ଯାଉଛି । ମାଟ୍ରିମୋନିଆଲ ସାଇଟ ଓ ଲିଭ-ଇନ୍ ରିଲେସନସିପର ସଂସ୍କୃତି ଭିତରେ ଆଜିର କୁଆଁରୀ ଚାନ୍ଦ ପାଖରେ ମାନସିକ କରି ମନର ମଣିଷକୁ ଖୋଜିବାକୁ ଆଉ ଉପଯୁକ୍ତ ମନେକରୁନି ।

Spread the love
admin

View Comments

Recent Posts

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

2 days ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

4 days ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

5 days ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

6 days ago

ଶ୍ରୀଚୈତନ୍ୟଙ୍କ ଦେହାବସାନ

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…

6 days ago

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

2 weeks ago