ଜଣା ଅଜଣା

ମାର୍କଣ୍ଡେଶ୍ବର ଦେଉଳ/ଅଷ୍ଟଗ୍ରହପଟି

ଲେଖା: ଅରବିନ୍ଦ ମହାନ୍ତି

ସମସ୍ତେ ଜାଣନ୍ତି ଯେ ଗ୍ରହ ପଟିରେ ନବଗ୍ରହ ପୂଜା ପାଇଥାନ୍ତି। ଯଥା ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ, ବୁଧ, ବ୍ରୁହସ୍ପତି, ଶୁକ୍ର, ଶନି, ରାହୁ ଓ କେତୁ। କିନ୍ତୁ ଏହି ଦେଉଳରେ ନବଗ୍ରହ ସ୍ଥାନରେ ଅଷ୍ଟଗ୍ରହ ପୂଜା ହେଉଛନ୍ତି। କେତୁ ଗ୍ରହ ଏଠି ନାହାଁନ୍ତି।

ଏଠାରେ କୁହାଯାଇଛି ପୁରୁଣା ଭୁବନେଶ୍ୱରର ମାର୍କଣ୍ଡେଶ୍ବର ଦେଉଳର କଥା । ଏହି ଦେଉଳ ବିନ୍ଦୁସାଗରର ଦକ୍ଷିଣ ପଶ୍ଚିମ କୋଣରେ ଅବସ୍ଥିତ। ସାଧାରଣତଃ ଲୋକଲୋଚନର ଦୂରରେ ଥିବାରୁ ପର୍ଯ୍ୟଟକମାନେ ଏଠାକୁ କମ୍ ଯାଇଥାନ୍ତି। ଇତିହାସରୁ ଦେଖିଲେ ଏହା ଷଷ୍ଠ ଶତାବ୍ଦୀର ଦେଉଳ । ଏହା ଶୈଳୋଭବ ରାଜାମାନଙ୍କ କୀର୍ତ୍ତି ପରି ମନେହୁଏ।


ଷଷ୍ଠ ଓ ସପ୍ତମ ଶତାବ୍ଦୀ ବେଳକୁ ବୋଧହୁଏ କେତୁ ଗ୍ରହ ଭାରତର ଋଷି ମୁନିଙ୍କ ଦ୍ୱାରା ଆବିଷ୍କୃତ ହୋଇ ନଥିଲେ, ଯାହା ଲାଗି କେତୁ ଗ୍ରହ ଏହି ଗ୍ରହପଟିରେ ନ ରହିବା ସମୀଚିନ ମନେହୁଏ। ସତରେ, ଆମ ମହାକାଶ ବିଜ୍ଞାନ ସେ ସମୟରେ କେତେ ଉନ୍ନତ ଥିଲା ଯେଉଁ ସମୟରେ କି ଅନ୍ୟ ବୈଦେଶିକ ରାଷ୍ଟ୍ରମାନେ ଭାବୁଥିଲେ ଯେ ପୃଥିବୀ ଗୋଲାକାର ନୁହେଁ ସମତଳ ଓ ଏହା ସୌର ଜଗତର କେନ୍ଦ୍ର ଅଟେ।

ଆଉ ଗୋଟିଏ କଥା ବର୍ତ୍ତମାନର ସୌର ଜଗତରେ ଆବିଷ୍କୃତ ଗ୍ରହ ଓ ଏହି ଗ୍ରହପଟିରେ ଥିବା ଗ୍ରହ ମଧ୍ୟରେ କିଛିଟା ପାର୍ଥକ୍ୟ ରହିଅଛି। ବର୍ତ୍ତମାନ ସମୟରେ ଆବିଷ୍କୃତ ଗ୍ରହମାନେ ସୂର୍ଯ୍ୟଙ୍କୁ କେନ୍ଦ୍ର କରି ଘୁର୍ଣ୍ଣନ କରନ୍ତି। ଏହି ଗ୍ରହପଟିରେ ଥିବା ଗ୍ରହମାନେ ଆମ ପୃଥିବୀ ଓ ଏହାର ଜୀବଜଗତ ଉପରେ ପ୍ରଭାବ ପକାନ୍ତି ବୋଲି ଏହାଙ୍କୁ ନବଗ୍ରହ ପଟିରେ ସ୍ଥାନ ପ୍ରଦାନ କରାଯାଇଅଛି। ୟୁରାନସ୍, ନେପଚୁନ୍ ଓ ପ୍ଲୁଟୋ ଗ୍ରହ ମାନେ ପୃଥିବୀଠାରୁ ବହୁତ ଦୂରରେ, ତେଣୁ ଏହାଙ୍କ ପ୍ରଭାବ ପୃଥିବୀ ଉପରେ ପଡେ ନାହିଁ।

ଷଷ୍ଠ ଓ ସପ୍ତମ ଶତାବ୍ଦୀର ଅନ୍ୟାନ ଦେଉଳମାନଙ୍କରେ ମଧ୍ୟ ଏହି ଅଷ୍ଟ ଗ୍ରହପଟି ଦେଖାଯାଏ, ଯେମିତିକି, ପର୍ଶୁରାମେଶ୍ଵର ଓ ତାଳେଶ୍ବର। ସେହି ସମୟର ଅନ୍ୟାନ୍ୟ ଦେଉଳ ଯଥା ଶତ୍ରୁଘ୍ନେଶ୍ବର, ଲକ୍ଷ୍ମଣେଶ୍ବର, ଭରତେଶ୍ବର ଓ ସ୍ୱର୍ଣ୍ଣଜଳେଶ୍ବର ଦେଉଳମାନଙ୍କରେ ପଥରଗୁଡିକ ପୁନଃ ସ୍ଥାପନା ହୋଇଥିବାରୁ ବହୁ କଳାକୃତି ଆଉ ଦେଖିବାକୁ ମିଳୁନାହିଁ, ଯାହା ଦେଖିଲେ ଭାରି କଷ୍ଟ ଲାଗେ।

Astha Graha Panel/Markandeswara Deula
Everyone knows that in the Graha Panel, 9 Planets are worshipped like- Surya, Chandra, Mangal, Budha, Birhaspati, Sukra, Shani ,Rahu and Ketu. But as you can see 8 Planets are there in this panel, except Ketu.

This is Markandeswara Temple of Old Town, Bhubaneswar. It is on the South-West cornor of Bindusagar. During 6th/7th  Century, while the temple was built, the Ketu Graha was not discovered. It can be the main reason of not placing of Ketu in this panel.

Really, the ancient time was amazing. At that time our Architectural Science was much developed than now. There are also other temples of 6th century, have Astha Graha Panel. In Parsurameswara Temple, Taleswara Temple you can find the same. Other 6th century temples are like Satrughneswara, Bharateswara, Laxmaneswara, Swarnajaleswara are renovated and the original stone pieces are replaced with new uncarved stones, that’s why it is difficult to find.
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago