ଆମ କଥା

ବୃତ୍ତି ଏ ମୋର ପୋଷେ କୁଟୁମ୍ବ

ଲେଖା: ଅରବିନ୍ଦ ମହାନ୍ତି

ଗୁହାଳଡିହି ଗ୍ରାମ। ଭଞ୍ଜଭୂମଣ୍ଡଳ ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକର ଅନ୍ୟତମ ଏକ ଗ୍ରାମ। ଏହି ଗାଁର ଲୋକମାନେ ମୁଖ୍ୟତଃ ଗରିବ ଆଦିବାସୀ ଶ୍ରେଣୀର ଅଟନ୍ତି। ଶାଳପତ୍ର ବୁଣି ନିଜର ସବୁ ଦିନିଆ ଗୁଜୁରାଣ ମେଣ୍ଟାଇବା ଏମାନଙ୍କ କାର୍ଯ୍ୟ। ଏହି ଗାଁ ସହିତ ଅନ୍ୟ ପାଖାପାଖି ଗାଁର ଲୋକ ମାନଙ୍କର ମଧ୍ୟ ଏହା ସାଧାରଣ ବେଉସା।


ପରିବାରର ସମସ୍ତ ସଦସ୍ୟମାନେ ଏହି କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥାନ୍ତି। ଜଙ୍ଗଲରୁ ଶାଳପତ୍ର ସଂଗ୍ରହ କରିବା ହେଲା ପ୍ରାରମ୍ଭିକ କାର୍ଯ୍ୟ। ଏହାପରେ ଏହାକୁ ବୁଣି ଖରାରେ ଶୁଖାଯାଏ। ଶୁଖାଯିବା ପରେ ଏହାର ପ୍ରସ୍ତୁତିକ୍ରମ ପୂର୍ଣ୍ଣ ହୋଇଥାଏ। ବେପାରୀମାନଙ୍କ ଦରରେ ମୂଲଚାଲ ହେଲା ଏମାନଙ୍କ ପାଇଁ କାଳ। ଠିକ୍ ଦରରେ ତ ବିକା ହୋଇ ପାରେନାହିଁ ହେଲେ କିଛି ପରିମାଣରେ ଗୁଜୁରାଣ ମେଣ୍ଟିଯାଏ।

ସହରୀ ଲୋକମାନଙ୍କ ପାଈଁ ଏହା ନୂଆ ହୋଇପାରେ ହେଲେ ଏହି ଲୋକମାନେ ଏଇଥିରୁ ନିଜ ଗୁଜୁରାଣ ମେଣ୍ଟାଇ ସୁଖରେ ରହୁଛନ୍ତି ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ନୂଆଣିଆଁ ଖପର ଘରେ ଯେଉଁ ସୁଖ ଅଛି ମାର୍ବଲ ପକା ଘରେ ସେ ସୁଖ ନାହିଁ।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago