ଲେଖା: ଦେଵ ତ୍ରିପାଠୀ
୧୯୪୨ ସନ୍, ଅଗଷ୍ଟ ୮ । କୋରାପୁଟ ଜିଲ୍ଲା ମାଲ୍ୟବନ୍ତ ତାଲୁକର ମାତିଲି ଗ୍ରାମ । ସେଇ ଅଗଷ୍ଟ ଅତ୍ୟାଚାର କାଳରେ ଭୟାବହ ଘଟଣା ଥିଲା ମାତିଲି ଗୁଳିକାଣ୍ଡ ।
ସେ ଗ୍ରାମର ପ୍ରକୃତି କୋଳର ଅବହେଳିତ ଆଦିବାସୀମାନଙ୍କୁ ନେଇ ମୁକ୍ତିସଂଗ୍ରାମର ଅଗ୍ନିଶିଖା ଜାଳିଥିବା ତଥା ମହାତ୍ମାଗାନ୍ଧୀଙ୍କ ଉପଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିବା ଉଦ୍ଦାମ ଯୁବକ ଲକ୍ଷ୍ମଣ ନାୟକ ଏବଂ ତାଙ୍କ ଅନୁଗାମୀମାନେ ସଦା ପ୍ରସ୍ତୁତଥିଲେ ପ୍ରାଣଦାନ ପାଇଁ । ପ୍ରଚଣ୍ଡ ଗାନ୍ଧୀବାଦୀ ଲକ୍ଷ୍ମଣ ସେଦିନ ଦେଇଥିଲେ ଅଗ୍ନିବର୍ଷୀ ଆହ୍ୱାନ:
“ଆମେ ଅନ୍ୟାୟ ସହିବୁ ନାହିଁ, ଟିକସ ଦେବୁ ନାହିଁ, ଅସହଯୋଗ କରିବୁ, ବୋଝ ବୋହିବାକୁ ବେଠିଆ ହେବୁ ନାହିଁ । ସୂର୍ଯ୍ୟଚନ୍ଦ୍ର ଯେପରି ସତ୍ୟ ଆମରି ଭାରତମାତା ସେପରି ସ୍ବାଧୀନତା ପାଇବା ସତ୍ୟ ହେବ ।”
ଅହିଂସା ମାର୍ଗରେ ଆନ୍ଦୋଳନ ଚାଲୁ ରଖିଥିଲେ ହେଁ ବ୍ରିଟିଶ ସରକାରଙ୍କ ନିଦ ହଜାଇଦେଇଥିଲେ ଲକ୍ଷ୍ମଣ । ସେ ସଭାରୁ ଲୋକଙ୍କୁ ହଟିଯିବାର ଆଦେଶ ଦେଲା ମାଲ୍ୟବନ୍ତ ପୁଲିସ । ଲକ୍ଷ୍ମଣ ଗିରଫ ହେଲେ । ଅମାନୁଷିକ ଲାଠି ଓ ବୁଲେଟମାଡରେ ଟଳିପଡିଲେ ଛ’ ଜଣ ମୁକ୍ତିପାଗଳ ମୁକ୍ତିଯୋଦ୍ଧା । ଆହତ ହେଲେ ୨୦୦ରୁ ଅଧିକ ସଂଗ୍ରାମୀ । ପ୍ରତିଶୋଧର ମନ ନେଇ ରକ୍ତମୁଖା ବ୍ରିଟିଶ ପୁଲିସବାହିନୀ ବର୍ଚ୍ଛା ଓ ବନ୍ଧୁକ ସଙ୍ଗୀନରେ ଆଘାତ କରିଚାଲିଲେ ଲକ୍ଷ୍ମଣଙ୍କୁ । ଶରୀରରେ ୨୪ଟି ସ୍ଥାନରେ ଗଭୀର ଆଘାତ ପାଇଥିଲେ ସେ । ତଥାପି ବୀର ଲକ୍ଷ୍ମଣ ଖସିଯାଇଥିଲେ ପୁଲିସ କବଳରୁ
ତେବେ ପୁଲିସ ବାହିନୀର ଦମନଲୀଳା ଭିତରେ ଜୟପୁର ରାଜ୍ୟର ଜଣେ ମାତାଲ ଫରେଷ୍ଟ ଗାର୍ଡ ନର୍ଦ୍ଦମାରେ ପଡି ମୃତ୍ୟୁ ବରଣ କଲା । ଏ ଘଟଣାର ୮/୧୦ ଦିନ ପରେ ପାପଡାହାଣ୍ଡିଠାରେ ପୁଲିସର ଚକ୍ରବ୍ୟୁହର ଶିକାର ହୋଇ ଗିରଫ ହେଲେ ଲକ୍ଷ୍ମଣ। ଗୁଳିମାଡ଼ର ଶିକାର ୧୭ ଜଣ ସଂଗ୍ରାମୀଙ୍କ ରକ୍ତରେ ରଞ୍ଜିତ ହେଲା ପାପଡାହାଣ୍ଡି ମାଟି । ସମ୍ପୁର୍ଣ୍ଣ ଅସଙ୍ଗତ ଭାବେ ମାତାଲ ଗାର୍ଡର ହତ୍ୟାର ମିଥ୍ୟା ଅଭିଯୋଗରେ ଲକ୍ଷ୍ମଣ ନାୟକଙ୍କୁ ଫାଶୀ, ତାଙ୍କର ନିକଟତମ ସହଯୋଗୀମାନଙ୍କୁ ଆଜୀବନ ଦେଶାନ୍ତର ଏବଂ ଶତାଧିକ ସଂଗ୍ରାମୀଙ୍କୁ ମିଳିଲା ଆଜୀବନ ଜେଲଦଣ୍ଡର ଆଦେଶ ।
ଗାନ୍ଧିଜୀଙ୍କ ଅହିଂସା ଆନ୍ଦୋଳନରେ ମାତି ରାଜନୀତିକ ଚେତନାଶୂନ୍ୟ ଏକ ଅଞ୍ଚଳରେ ସଂଗଠନ ଗଢ଼ି ଲୋକଙ୍କୁ ଦେଶପ୍ରେମରେ ଉଦବୁଦ୍ଧ କରିବା ଭଳି ଶକ୍ତି ଓ ସାହସର ପରିଚୟ ଦେଇଥିଲେ କୋରାପୁଟର ଗାନ୍ଧୀ ଲକ୍ଷ୍ମଣ ନାୟକ । ତାଙ୍କ ଅଦମ୍ୟ ଶକ୍ତିକୁ ପ୍ରତିହତ କରିବା ପାଇଁ ବ୍ରିଟିଶ ସରକାରର ଏ ଦମନଲୀଳା ଇତିହାସରେ ରହିଗଲା “କୋରାପୁଟର ଅଗଷ୍ଟ ଅତ୍ୟାଚାର” ଭାବେ ! ପାପଡାହାଣ୍ଡି ଓ ମାତିଲି ଗୁଳିକାଣ୍ଡ ଲେଖାହୋଇଗଲା କୋରାପୁଟ ଦମନର ଚରମ ଅଧ୍ୟାୟ ଭାବେ !
ତଥ୍ୟ: “ସମାଜ”
Spread the love
admin

Recent Posts

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 days ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 days ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

6 days ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 week ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

1 week ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

2 weeks ago