ଲେଖା: ଦେଵ ତ୍ରିପାଠୀ

ସୂର୍ଯ୍ୟଙ୍କର ସ୍ଵନକ୍ଷତ୍ର ଦିବସ ହେଉଛି ମାଘସପ୍ତମୀ । ସୂର୍ଯ୍ୟ ସକଳ ଶକ୍ତିର ଆଧାର ହୋଇଥିବାରୁ ପୁରାଣଯୁଗଠାରୁ ଆରମ୍ଭ କରି ପ୍ରାଚୀନ ଇତିହାସ ଏବଂ ଆଜି ମଧ୍ୟ ସୂର୍ଯ୍ୟଙ୍କ ଉପାସନା ଦେଖିବାକୁ ମିଳେ । ବିଶେଷତଃ ଜନ୍ମତିଥି ଅବସରରେ ଏହା ଭାରତର ସର୍ବତ୍ର ପାଳିତ ହୋଇଥାଏ । ଆମ ରାଜ୍ୟର ଲୋକସଂସ୍କୃତିରେ ସୂର୍ଯ୍ୟଦେବ ଓ ସୂର୍ଯ୍ୟ ଉପାସନାର ଗୁରୁତ୍ଵ ଓ ପ୍ରସିଦ୍ଧି ରହିଛି । ମାଘସପ୍ତମୀ ତିଥିରେ ପବିତ୍ର ଚନ୍ଦ୍ରଭାଗା ତୀର୍ଥରେ ବୁଡ଼ ପକାଇ ଉଦିତ ସୂର୍ଯ୍ୟଙ୍କ କିରଣ ଲାଭ କରିବା, ସମସ୍ତ ପ୍ରକାର ପାପରୁ ମୁକ୍ତି ପାଇବା ତଥା ରୋଗ ଓ ପୀଡ଼ା ନିବାରଣ ପାଇଁ ଲୋକଙ୍କ ସମାଗମ ଚନ୍ଦ୍ରଭାଗା ଯାତ୍ରା ଭାବେ ପରିଚିତ । ସମୟ ବଦଳିଥିଲେ ମଧ୍ୟ ଏଇ ପରମ୍ପରା ଆଜି ବି ପ୍ରଚଳିତ ।

ଏହି ପୁଣ୍ୟତିଥିରେ ଧର୍ମ, କଳା, ସ୍ଥାପତ୍ୟ ଓ ସଂସ୍କୃତିର ପୀଠ ଅର୍କକ୍ଷେତ୍ର କୋଣାଦିତ୍ୟ ସୂର୍ଯ୍ୟକ୍ଷେତ୍ର ମିତ୍ରବାନକ୍ଷେତ୍ର କୋଣାର୍କରେ ଶ୍ରଦ୍ଧାଳୁ ଭକ୍ତମାନେ ସୂର୍ଯ୍ୟନାରାୟଣଙ୍କୁ ପୂଜାର୍ଚ୍ଚନା କରି ନବଗ୍ରହଙ୍କୁ ପୂଜା ମଧ୍ୟ କରିଥା’ନ୍ତି ।


ଏହି ମାଘସପ୍ତମୀ ବୁଡ଼ ପୁଣ୍ୟଦାୟକ ଓ ଆନନ୍ଦବର୍ଦ୍ଧକ । ଏହି ପବିତ୍ର ତିଥିରେ ତିଳ ଲଗାଇ ଦାନଧର୍ମ କଲେ କୋଟି ଗୋଦାନର ପୁଣ୍ୟ ମିଳେ ବୋଲି ବିଶ୍ଵାସ । ତିଳର ବ୍ୟାପକ ବ୍ୟବହାର ପାଇଁ ଏ ତିଥି ମଧ୍ୟ ଖ୍ୟାତ ତିଳସପ୍ତମୀ ନାମରେ । ପୂଜ୍ୟ ସୂର୍ଯ୍ୟଦେବଙ୍କ ରଥରେ ସପ୍ତାଶ୍ୱ ସଂଯୁକ୍ତ ହୋଇଥିବା କାରଣରୁ ଏ ତିଥି ମଧ୍ୟ ରଥସପ୍ତମୀ

ସହସ୍ର ସହସ୍ର ବର୍ଷ ଧରି ଏପରି ଧର୍ମ ଭାବନା ଜନସାଧାରଣଙ୍କୁ ନିଷ୍ଠା ଓ ପବିତ୍ରତାରେ ଉଦବୁଦ୍ଧ କରିଆସୁଛି ।

Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

5 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 week ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago