ଲେଖା: ଦେଵ ତ୍ରିପାଠୀ

ସୂର୍ଯ୍ୟଙ୍କର ସ୍ଵନକ୍ଷତ୍ର ଦିବସ ହେଉଛି ମାଘସପ୍ତମୀ । ସୂର୍ଯ୍ୟ ସକଳ ଶକ୍ତିର ଆଧାର ହୋଇଥିବାରୁ ପୁରାଣଯୁଗଠାରୁ ଆରମ୍ଭ କରି ପ୍ରାଚୀନ ଇତିହାସ ଏବଂ ଆଜି ମଧ୍ୟ ସୂର୍ଯ୍ୟଙ୍କ ଉପାସନା ଦେଖିବାକୁ ମିଳେ । ବିଶେଷତଃ ଜନ୍ମତିଥି ଅବସରରେ ଏହା ଭାରତର ସର୍ବତ୍ର ପାଳିତ ହୋଇଥାଏ । ଆମ ରାଜ୍ୟର ଲୋକସଂସ୍କୃତିରେ ସୂର୍ଯ୍ୟଦେବ ଓ ସୂର୍ଯ୍ୟ ଉପାସନାର ଗୁରୁତ୍ଵ ଓ ପ୍ରସିଦ୍ଧି ରହିଛି । ମାଘସପ୍ତମୀ ତିଥିରେ ପବିତ୍ର ଚନ୍ଦ୍ରଭାଗା ତୀର୍ଥରେ ବୁଡ଼ ପକାଇ ଉଦିତ ସୂର୍ଯ୍ୟଙ୍କ କିରଣ ଲାଭ କରିବା, ସମସ୍ତ ପ୍ରକାର ପାପରୁ ମୁକ୍ତି ପାଇବା ତଥା ରୋଗ ଓ ପୀଡ଼ା ନିବାରଣ ପାଇଁ ଲୋକଙ୍କ ସମାଗମ ଚନ୍ଦ୍ରଭାଗା ଯାତ୍ରା ଭାବେ ପରିଚିତ । ସମୟ ବଦଳିଥିଲେ ମଧ୍ୟ ଏଇ ପରମ୍ପରା ଆଜି ବି ପ୍ରଚଳିତ ।

ଏହି ପୁଣ୍ୟତିଥିରେ ଧର୍ମ, କଳା, ସ୍ଥାପତ୍ୟ ଓ ସଂସ୍କୃତିର ପୀଠ ଅର୍କକ୍ଷେତ୍ର କୋଣାଦିତ୍ୟ ସୂର୍ଯ୍ୟକ୍ଷେତ୍ର ମିତ୍ରବାନକ୍ଷେତ୍ର କୋଣାର୍କରେ ଶ୍ରଦ୍ଧାଳୁ ଭକ୍ତମାନେ ସୂର୍ଯ୍ୟନାରାୟଣଙ୍କୁ ପୂଜାର୍ଚ୍ଚନା କରି ନବଗ୍ରହଙ୍କୁ ପୂଜା ମଧ୍ୟ କରିଥା’ନ୍ତି ।


ଏହି ମାଘସପ୍ତମୀ ବୁଡ଼ ପୁଣ୍ୟଦାୟକ ଓ ଆନନ୍ଦବର୍ଦ୍ଧକ । ଏହି ପବିତ୍ର ତିଥିରେ ତିଳ ଲଗାଇ ଦାନଧର୍ମ କଲେ କୋଟି ଗୋଦାନର ପୁଣ୍ୟ ମିଳେ ବୋଲି ବିଶ୍ଵାସ । ତିଳର ବ୍ୟାପକ ବ୍ୟବହାର ପାଇଁ ଏ ତିଥି ମଧ୍ୟ ଖ୍ୟାତ ତିଳସପ୍ତମୀ ନାମରେ । ପୂଜ୍ୟ ସୂର୍ଯ୍ୟଦେବଙ୍କ ରଥରେ ସପ୍ତାଶ୍ୱ ସଂଯୁକ୍ତ ହୋଇଥିବା କାରଣରୁ ଏ ତିଥି ମଧ୍ୟ ରଥସପ୍ତମୀ

ସହସ୍ର ସହସ୍ର ବର୍ଷ ଧରି ଏପରି ଧର୍ମ ଭାବନା ଜନସାଧାରଣଙ୍କୁ ନିଷ୍ଠା ଓ ପବିତ୍ରତାରେ ଉଦବୁଦ୍ଧ କରିଆସୁଛି ।

Spread the love
admin

Recent Posts

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 weeks ago

ପହିଲିଭୋଗ

~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…

2 weeks ago

ବଳଦେବ ଉପାସନା

~ ବଳଦେବ ଉପାସନା ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଉତ୍କଳ ଭୂମିରେ ବଳଦେବ ଉପାସନାର ପରମ୍ପରା ପ୍ରାଚୀନ l ଶ୍ରୀମନ୍ଦିରରେ…

2 weeks ago

ତୁମେ ତ ଲୋକରେ ସାର

~ ତୁମେ ତ ଲୋକରେ ସାର ~ ସୌରଭିତ ସୃଷ୍ଟି: ଅନନ୍ତ ପଟ୍ଟନାୟକ  କମ୍ପି ଉଠୁଛି କଟକ ନଗର ଶୁଭୁଅଛି…

2 weeks ago