ଲେଖା ଅରବିନ୍ଦ ମହାନ୍ତି

ଓଡ଼ିଆ ଘରର ଅନ୍ୟ ଏକ ବୈଶିଷ୍ଟ୍ୟ ଓ ପରିଚୟ ହେଉଛି ଚୈତ୍ର ମଙ୍ଗଳବାର ଓଷା। ମାଣବସା ଭଳି ପ୍ରତ୍ୟେକ ଘରର ଏହା ପର୍ବ। ମା ମଙ୍ଗଳାଙ୍କୁ ସୁମରଣା କରି ଗାଁ ଠାରୁ ସହର ଯାଏ ପ୍ରତି ଓଡ଼ିଆଙ୍କ ଦାଣ୍ଡରେ ଚୈତ୍ର ମଙ୍ଗଳବାରରେ ପନ୍ଥେଇ ପୂଜା ନିଶ୍ଚୟ ଦେଖିବାକୁ ମିଳେ। ପ୍ରତ୍ୟକ ମା’ ପୁତ୍ର,ନାତି, ସ୍ୱାମୀ ଓ ଘରର ମଙ୍ଗଳ ପାଈଁ ଏହି ଓଷା କରିଥାନ୍ତି।

ପୂଜାର ବିଧାନ
ଏହି ପୂଜା ପାଈଁ ସେତେ ଆଡମ୍ବରର ଆବଶ୍ୟକତା ନଥାଏ। ମା’ ମାନେ ଏକାଠି ହୋଇ ଏହି ପୂଜା କରିଥାନ୍ତି। ଏକ ଚତୁଃସ୍କୋଣି କିମ୍ବା ତ୍ରିକୋଣି ଆକାରର ପନ୍ଥେଇ ଦାଣ୍ଡ ମାଟିରେ ଖୋଳା ଯାଇଥାଏ ଯେଉଁଥିରେ ମଝିରେ ଏକ ଗର୍ତ୍ତ ମଧ୍ୟ କରାଯାଇଥାଏ। ଗୋବର ପାଣିରେ ଲିପି ଏହାକୁ ଶୁଦ୍ଧ କରାଯାଏ। ଏହାପରେ ମା ମଙ୍ଗଳାଙ୍କ ପ୍ରତୀକ ସ୍ୱରୂପ ଏକ ଗୁଆ ତା ମଧ୍ୟରେ ରଖାଯାଏ। ତାକୁ ଚୁଆ ହଳଦୀ ପାଣିରେ ଗାଧେଇଦେଇ ଶଙ୍ଖାସିନ୍ଦୂର, ମନ୍ଦାର ପୁଷ୍ପମାନ ଆଦି ପିନ୍ଧାଇ ଦିଆଯାଏ। ଏହାପରେ ସେଇ ଗୁଆ ଥିବା ଗର୍ତ୍ତରେ ଛେନା, କଦଳୀ, ନଡିଆ, କ୍ଷୀର, ଗୁଡ ଆଦି ମିଶ୍ରିତ ପଣା ସେଥିରେ ସମର୍ପଣ କରାଯାଏ। ପୂଜା ପରେ ଏହି ପ୍ରସାଦରୁ କିଛି ପାଇ ଆଉ ସବୁ ସେଥିରେ ସେମିତି ଛାଡ଼ି ଦିଅନ୍ତି।

ପୂଜାର ବିଶେଷତ୍ୱ:
ଏହି ପ୍ରତୀକ ପୂଜା ଯେପରି ତନ୍ତ୍ରୋକ୍ତ ପୂଜା ଭଳି ମନେହୁଏ। ସେମିତି କୌଣସି ମୁଣ୍ମୟୀ ଦେବୀଙ୍କ ପୂଜା ଏଥିରେ ନଥାଏ। ଚତୁଃସ୍କୋଣି କିମ୍ବା ତ୍ରିକୋଣି ଆକାରର ପନ୍ଥେଇ ଶାକ୍ତ ଯନ୍ତ୍ରର ପ୍ରତୀକ ଓ ଆମେ ଜାଣିଛେ ପ୍ରତି ଯନ୍ତ୍ରର ଆକାର ଅନୁସାରେ କିଛି ନା ଶକ୍ତି ନିଶ୍ଚୟ ରହିଥାଏ। ମଝିରେ ଗର୍ତ୍ତରେ ଥିବା ଗୁଆ ମହାଶକ୍ତିଙ୍କର ପ୍ରତୀକ ଅଟେ ଯାହା ଏହି ଯନ୍ତ୍ରର କେନ୍ଦ୍ରବିନ୍ଦୁ ଅଟେ। ଆଉ ସବୁଠାରୁ ବିଶେଷ ହେଲା ସମର୍ପିତ ପଣା। ଜଣାନାହିଁ ଏହି ପଣା ଉପଚାର କାହିଁ କେଉଁ ଅନାଦି କାଳରୁ ଓଡ଼ିଆର ବିଶେଷତା ହୋଇ ଆସିଛି। ବୋଧହୁଏ ଦୁଷ୍ଟଶକ୍ତି ମାନଙ୍କୁ ଘରେ ପ୍ରବେଶ ନକରିବାକୁ ଦେଇ ଏହିଠାରେ ତୁଷ୍ଟ କରିବା ହିଁ ହେଉଛି ଏହି ପୂଜାର ପ୍ରୟୋଜନ। ହୋଇପାରେ ଚୈତ୍ର ମାସ ଯେହେତୁ ଋତୁ ପରିବର୍ତ୍ତନର ସମୟ ତେଣୁ ଏହି ସମୟରେ ମହାବ୍ୟାଧି ମାନ ହେବା ସ୍ଵାଭାବିକ କଥା। ତେଣୁ ପ୍ରତି ଘରମାନଙ୍କ ଦ୍ୱାର ଦେଶରେ ଏହି ପୂଜା କରିବା ଦ୍ୱାରା ଦୁଷ୍ଟ ଶକ୍ତି ମାନେ ଆମ ଘରେ ପ୍ରବେଶ ନ କରି ପାରିବେ ବୋଲି ଏହି ବ୍ୟବସ୍ଥା କରାଯାଇଅଛି। ଯେପରି ମା’ ମଙ୍ଗଳା ଓଡ଼ିଆର ଇଷ୍ଟ ଦେବୀ ଅଟନ୍ତି ସେଇଭଳି ଏହି ପନ୍ଥେଇ ପୂଜା ପ୍ରତି ଓଡ଼ିଆଙ୍କର ପରିଚୟ ଅଟେ।

Spread the love
admin

Recent Posts

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

11 hours ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

1 day ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

2 days ago

ଶ୍ରୀଚୈତନ୍ୟଙ୍କ ଦେହାବସାନ

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…

2 days ago

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

1 week ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago