ଆମ କଥା

ମାଗୁଣିର ଶଗଡ଼ (Magunira Shagada)

ଉପସ୍ଥାପନା: ଅନ୍ତରଙ୍ଗ କଳିଙ୍ଗ
ମାଗୁଣିର ଶଗଡ଼ ପରି ସଦାକାଳ ପରିତ୍ୟକ୍ତ ସେମାନଙ୍କ ଜୀବନ । ଯେଉଁଠି ସକାଳ ଆରମ୍ଭ ହୁଏ ସଂଘର୍ଷ, ସଂଘାତ ଓ ଶେଷ ହୁଏ ସମ୍ଭାବନାହୀନ ସୂର୍ଯ୍ୟାସ୍ତରେ । ସରକାର ଆସେ, ପୁଣି ବଦଳିଯାଏ । ଯୋଜନା ବି ଆସେ, ଯାଏ । ଫମ୍ପା ପ୍ରତିଶ୍ରୁତି ଆଉ ମୂଲ୍ୟହୀନ ଯୋଜନାର ବୈତରଣୀ ଭସାଇ ନିଏ ସେମାନଙ୍କ ତେଲଲୁଣର ସଉଦା । ଲହୁଲୁହାଣର ଜୀବନ, କେବେ ଖରା, ବର୍ଷା ପବନରେ ସ୍ବପ୍ନମୟ ତ କେବେ ସ୍ବପ୍ନହୀନ । ସେମାନେ ସୂର୍ଯ୍ୟାଲୋକର ସନ୍ଧାନରେ କେତେ ବା ଯାଆନ୍ତି ? ସେମାନଙ୍କ ପାଇଁ ପୁନଶ୍ଚ ଜୀବନ ହୋଇଯାଏ ଏକ ବୋଝ, ସେମାନେ ହୋଇଯା’ନ୍ତି କ୍ଲାନ୍ତ ।
ତଥାପି ସେମାନେ ଜୀଅନ୍ତି, ସମୟର ସୁଅକୁ କାଟି କାଟି . . , ଚାଲିଥାନ୍ତି, ଅସରନ୍ତି ରାସ୍ତାରେ, ସମୟ ହାର ମାନିଯାଏ ସେମାନଙ୍କ ପାଖରେ, ସେମାନେ କିନ୍ତୁ ଚାଲିଥାନ୍ତି ଅବିରତ, ସମାଜର ବଡ଼ପଣ୍ଡା ମାନଙ୍କ ଉପହାସ, ଘୃଣାଭରା ଭାବକୁ ପଛରେ ପକାଇ, ଜୀବନ ଆଦର୍ଶର ଫମ୍ପା ଆବାଜକୁ କର୍ଣ୍ଣପାତ ନ କରି ।
ଆଜିର ସମାଜରେ ଆମ ଜନଜୀବନରୁ ଜଣେ ସାଧାରଣ ରିକ୍ସାବାଲାର ନିତ୍ୟନୈମିତ୍ତିକ ରିକ୍ସା ଟାଣିବାର ଦୃଶ୍ୟ ସାଧାରଣ ହେଲେ ହେଁ ଅନେକ ପ୍ରଶ୍ନର ପ୍ରହେଳିକା ।
(ନିମ୍ନରେ ପ୍ରଦତ୍ତ ଚିତ୍ରଟି ପୁରାତନ କଟକ ନଗରୀର । Courtesy: Social Media)
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

7 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 week ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago