ଆମ କଥା

ସଞ୍ଜସଳିତା (Sanjasalita)

ଉପସ୍ଥାପନା: ଅନ୍ତରଙ୍ଗ କଳିଙ୍ଗ
ସାରାଦିନର ଶ୍ରମପରେ ଘରକୁ ଫେରି ଆସେ ପକ୍ଷୀ, ଶ୍ରମଜୀବୀ । ସୂର୍ଯ୍ୟ ଢଳିଯାଏ ପଶ୍ଚିମାଚଳର ବିସ୍ତାରିତ ଦିଗନ୍ତରେ, ସିନ୍ଦୁରିମାର ସନ୍ତକ ଛାଡ଼ି । କ୍ଲାନ୍ତ ପୃଥିବୀ ଘୋଡି ହୁଏ ସଞ୍ଜ ଅନ୍ଧାର । ଠାକୁର ଘରେ ଧୂପ, ଆଳତିର ବାସ୍ନା । ଓଡ଼ିଆ ଘର ବୋହୂ ସଞ୍ଜବତୀ ଦିଏ ଘରର ଦୁଆରବନ୍ଧ ଉପରେ । ଉପାସନା, ଆବାହନ କରେ ତେତିଶ କୋଟି ଦେବାଦେବୀଙ୍କୁ, ପରିବାର ଓ ବିଶ୍ୱର ଶୁଭ ମନାସି ।
ଓଡ଼ିଆ ଘର ପରମ୍ପରାରେ ଦେବୀ ଵୃନ୍ଦାବତୀ ଆରାଧ୍ୟା । ଘରର ଅଗଣାରେ ସୂଚୀମନ୍ତ ପଲ୍ଲୀବଧୂ ଲୁଗାକାନି ବେକ ଚାରିପଟେ ଗୁଡେ଼ଇ ଭକ୍ତିପୂତ ମନରେ ଜାଳିଦିଏ ସଞ୍ଜଦୀପ । ‘ସଭିଙ୍କର ମଙ୍ଗଳ ହେଉ’ କାମନା ଓ ସଞ୍ଜସଳିତାର ଶାନ୍ତ ଆଲୋକ ରହି ରହି ଦୂରେଇ ଦିଏ ତମସା । ଆପେ ଜଳି ଅନ୍ୟକୁ ଆଲୋକିତ କରିବାର ଭାବ ମନ ଭିତରେ ବସା ବାନ୍ଧେ । ସଞ୍ଜ ଲାଗେ ଆପଦଶୂନ୍ୟ, ଆଶ୍ରାମୟ ।
ଆଜି କିନ୍ତୁ ସଞ୍ଜସଳିତା ଜଳୁନାହିଁ ସହରୀ ଜୀବନର କଙ୍କ୍ରିଟ କୋଠାର ପରିଛନ୍ନ ପଥରର ଅଗଣାରେ । ବିଜୁଳି ଆଲୋକର ରୋଷଣୀ ଭିତରେ ସତରେ କଣ ମିଳେ ସଞ୍ଜସଳିତାର ଶାନ୍ତ ପରଶ ?
Image: Social Media
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

7 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 week ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago