ଲେଖା: ଅମ୍ବିକା ପଟ୍ଟନାୟକ
~ ଡ. ମନ୍ମଥ ନାଥ ଦାସ ~
“Long long ago there was a king named Kharavela . .” କେତେବେଳେ ସମ୍ମୁଖସ୍ଥ ଛାତ୍ରଛାତ୍ରୀ ବା କେତେବେଳେ ଝରକା ଫାଙ୍କ ଦେଇ ଦୂର ଦିଗବଳୟରେ ଦୃଷ୍ଟି ନିବଦ୍ଧ କରି ଛନ୍ଦମୟ ରୀତିରେ ଅଧ୍ୟାପକ ଜଣକ ଇତିହାସ ପଢ଼େଇ ଯାଉଛନ୍ତି, ଉପସ୍ଥିତ ଛାତ୍ରଛାତ୍ରୀ ଗଣ ମନ୍ତ୍ର ମୁଗ୍ଧ ଭାବେ ଶୁଣି ଯାଉଛନ୍ତି l
ସେ ଥିଲେ ଓଡିଶାର କନିଷ୍ଠତମ ପ୍ରଫେସର l ଯଶ ଖ୍ୟାତି ଓ ଅର୍ଥର ପ୍ରାଚୁର୍ଯ୍ୟ ସତ୍ୱେ, ବ୍ୟକ୍ତିଗତ ଜୀବନରେ ଅତ୍ୟନ୍ତ ସରଳ ଓ ଜୀବନ ଯାପନ ଏଇ ରାଜର୍ଷି ତୁଲ୍ୟ ବ୍ୟକ୍ତି ଇତିହାସ ଅଧ୍ୟାପନା ଶୈଳୀକୁ ଏକ ନୂତନ ଶିଖରକୁ ନେଇ ଯାଇ ଥିଲେ l ଇତିହାସ ପୁସ୍ତକ ବ୍ୟତୀତ ତାଙ୍କ ଲେଖନୀମୁନରୁ ଝରିପଡି ଥିଲା “ଅସ୍ତରାଗ”, ପରି ଉପନ୍ୟାସ, “ସୁନା ସଂସାର” ପରି ଚଳଚିତ୍ର କାହାଣୀ l “ସମୟ ସାଗର ତୀରେ” ଲେଖି ସେ ପ୍ରମାଣ କରି ଦେଇଥିଲେ ଲେଖନୀ ମାଧ୍ୟମରେ ମଧ୍ୟ ଇତିହାସର କୋଣାର୍କ ତିଆରି ହୋଇପାରେ l ଏତେ ଜୀବନ୍ତ ଲେଖା ମୁଗ୍ଧ ପାଠକ ଅନୁଭବ କରିପାରିବ ସେ ଦେଖୁଚି ପିରାମିଡ଼ ନିର୍ମାଣ, ବାବିଲୋନ l ପରିଣତ ବୟସରେ ଆଘାତ ଜନିତ ସମସ୍ୟା ହେତୁ ଲେଖି ନ ପାରିବା ଏଇ ମହା ମାନବଙ୍କ ଚରମ ଅବଶୋଷ ଥିଲା l ସେଥିପାଇଁ ଭାଣିଜୀକୁ କହିଥିଲେ, “ଲେଖି ପାରିବିନି ତ ବଞ୍ଚି ଲାଭ କଣ” ? ନାତି ଉଦ୍ଦେଶ୍ୟରେ କହିଥିଲେ “ମୁଁ କଣ ପଇସା ପାଇଁ ଲେଖେ? ଏହା ମୋର ଜୀବନ, ଜୀବିକା ନୁହେଁ “ l
୪ ୧୯୨୪ ଜାନୁଆରୀ ୧୯୨୪ରେ ଉତ୍ତର ବାଲେଶ୍ୱରର ଶଙ୍ଖାରି ଗ୍ରାମରେ ଶ୍ରୀଯୁକ୍ତ ମଧୁସୂଦନ ଦାସ ଓ ଶ୍ରୀମତୀ କାଦମ୍ବିନୀ ଦାସଙ୍କ ଜ୍ୟେଷ୍ଠ ପୁତ୍ର ତଥା ଦ୍ଵିତୀୟ ସନ୍ତାନ ଭାବେ ଭୂମିଷ୍ଠ ମନ୍ମଥ ନାଥ ଦାସ ଇତିହାସରେ ସ୍ନାତକୋତ୍ତର ଉପାଧି ଲାଭ ପରେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ, ପୁରୀ ତଥା ଫକୀରମୋହନ ମହାବିଦ୍ୟାଳୟ ବାଲେଶ୍ୱର ଅଧ୍ୟାପନା ପରେ ପ୍ରଫେସର ଓ ଉପକୁଳପତି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ କାର୍ଯ୍ୟରତ ଥିଲେ l Mountbatten and Partition of India ଭାରତର ସ୍ୱାଧୀନତା ଉପରେ ଏକ ତଥ୍ୟପୂର୍ଣ୍ଣ ଗବେଷଣାତ୍ମକ ପୁସ୍ତକ l ୧୯୮୧ ଆଇରିସ ବିପ୍ଲବୀଙ୍କ ବୋମା ବିସ୍ଫୋରଣରେ ଭାରତର ଶେଷ ବଡ଼ଲାଟ ଲର୍ଡ଼ ମାଉଣ୍ଟବ୍ୟାଟେନ ନିହତ ହେବାର ଅଳ୍ପ କିଛି ଦିନ ଆଗରୁ ତାଙ୍କ ଶେଷ ସାକ୍ଷାତକାର ଡ. ମନ୍ମଥ ନାଥ ଦାସ ନେଇଥିଲେ l
ସରଳତାର ମୂର୍ତ୍ତିମନ୍ତ ପ୍ରତୀକ, ଅସମ୍ଭବ ମେଳାପୀ, ପ୍ରାଜ୍ଞ ବିଦ୍ୱାନ, ସୁସଂକୃତ ସାହିତ୍ୟିକ, ଅନିଛୁକ ରାଜନୀତିଜ୍ଞ ଯିଏ ପରିଣତ ବୟସରେ ରାଜନୀତିରେ ଥିଲେ କିନ୍ତୁ ରାଜନୀତି ତାଙ୍କ ଭିତରେ ପଶି ପାରିନଥିଲା l ନିଜ ପାଇଁ କି ନିଜ ପରିବାର ପାଇଁ ନିଜ କୌଣସି ପଦବୀର କୌଣସି ଅସଦ ବ୍ୟବହାର ନାହିଁ l
ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଆସନରେ ଅଧିଷ୍ଠିତ ହେବା ପରେ ବିଶ୍ୱବିଦ୍ୟାଳୟ କର୍ମକର୍ତ୍ତାଙ୍କ କୁଳପତି ନିବାସ ସାଜ ସଜ୍ଜାର ପ୍ରସ୍ତାବ ଅସ୍ବୀକାର କରି ପକେଟରୁ ପଇସା ଦେଇଥିଲେ ଯେମିତିକି ଝଡା ପୋଛା କରି କିଛି ଧୂପ ବତୀ ଲାଗିବ l
ରାଜ୍ୟସଭା ସଭ୍ୟ ହିସାବରେ ପାଇଥିବା ବାସଭବନ ନିରାଡ଼ମ୍ବର l ସୋଫା, ଟେବୁଲ ଓ ଅନ୍ତରଙ୍ଗ ସାଥି ବହି ଏବଂ ସମ୍ବାଦପତ୍ର l
ସେ ଡ. ମନ୍ମଥ ନାଥ ଦାସ l
ଚିତ୍ର ସୌଜନ୍ୟ: ବିଦିଶା ଦାସ ଓ ଡକ୍ଟର ସଂଘମିତ୍ରା ଦାସ
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

1 week ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

2 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago