ଲେଖା: ଅରବିନ୍ଦ ମହାନ୍ତି

ମହାପ୍ରଭୁ ଲିଙ୍ଗରାଜଙ୍କ ଭୌମୀ ଏକାଦଶୀ ଯାତ୍ରା ମୁଖ୍ୟଯାତ୍ରା ନ ହୋଇଥିଲେ ମଧ୍ୟ ଏହାର ନିଜସ୍ୱ ସ୍ୱତନ୍ତ୍ରତା ରହିଅଛି। ଦ୍ଵାପର ଯୁଗରେ ପାଣ୍ଡବମାନଙ୍କ ବନବାସ ସମୟରେ ସେମାନେ ନାନାଦି ସ୍ଥାନ ପରିକ୍ରମା କରିଥିଲେ। କିଛି ସମୟ ଗତେ ଦିନେ ପାଣ୍ଡବମାନଙ୍କ ସୌଭାଗ୍ୟ ହେତୁ ଏକାମ୍ର କାନନ ଦର୍ଶନ କରିବାକୁ ସୁଯୋଗ ମିଳିଲା। ସେମାନେ ଏକାମ୍ରାଧିଶ୍ବର ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରି ତାଙ୍କୁ ସ୍ତୁତି ଅର୍ଚ୍ଚନା ଆଦି କରିଥିଲେ।

ସ୍ୱର୍ଣାଦ୍ରି ମହୋଦୟ ଅନୁସାରେ ଦ୍ବିତୀୟ ପାଣ୍ଡବ ଭୀମ ଏକ ସ୍ଥାନରେ ଶିବଲିଙ୍ଗ ପ୍ରତିଷ୍ଠା କରି ଶ୍ରୀ ତ୍ରିଭୁବନେଶ୍ଵରଙ୍କୁ ଆରାଧନା ଆରମ୍ଭ କଲେ। ଭୀମଙ୍କ ସ୍ତୁତିରେ ପ୍ରସନ୍ନ ହୋଇ ଶ୍ରୀ ତ୍ରିଭୁବନେଶ୍ୱର ମହାପ୍ରଭୁ ତାଙ୍କୁ ଦର୍ଶନ ଦେଲେ ଓ କହିଲେ – “ହେ ମହାବଳୀ ଭୀମ, ଆମ୍ଭେ ତବ ସ୍ତୁତିରେ ପ୍ରସନ୍ନ ହୋଇଅଛୁ। ତୁମ୍ଭ ସହିତେ ତୁମ୍ଭର ଚତୁଃ ଭ୍ରାତାଙ୍କୁ ଆମ୍ଭେ ଆଶୀର୍ବାଦ କରି ତୁମ୍ଭର ଭବିଷ୍ୟତରେ ହେବାକୁ ଯାଉଥିବା ଯୁଦ୍ଧରେ ବିଜୟ ପାଈଁ ମଙ୍ଗଳ କାମନା କରୁଅଛୁ ଏବଂ ଆଜିଠାରୁ ତୁମ୍ଭ ପ୍ରତିଷ୍ଠିତ ଏହି ଶିବଲିଙ୍ଗ ଭୀମେଶ୍ବର ଲିଙ୍ଗ ନାମେ ପ୍ରସିଦ୍ଧ ହେଉ ବୋଲି ଆଜ୍ଞା ପ୍ରଦାନ କରୁଅଛୁ। ଆମ୍ଭେ ବଚନ ଦେଉଅଛୁ ପ୍ରତିବର୍ଷ ମାଘମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ତୁମ୍ଭ ସ୍ଥାନକୁ ସପରିବାର ସହିତେ ତୁମ୍ଭ ପ୍ରିତ୍ୟାର୍ଥେ ଯାତ୍ରା କରିବୁ ଏହା ଭୌମୀ ଏକାଦଶୀ ଯାତ୍ରା ରୂପେ ପ୍ରସିଦ୍ଧି ଲାଭ କରିବ।”

ଭୀମେଶ୍ବର ! ନମସ୍ତେଽସ୍ତୁ ଭୀମସେନେନ ପୂଜିତଃ ।
ତ୍ରାହି ମାଂ ପାତକାଦ୍ ଘୋରାଦ୍ ଭୀମରୂପ ନମୋଽସ୍ତୁତେ।।

ଏହି ବଚନକୁ ପୂର୍ଣ୍ଣ କରିବାକୁ ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରତିନିଧି ରୂପେ ଶ୍ରୀ ଚନ୍ଦ୍ରଶେଖର, ଦେବୀ ପାର୍ବତୀ, ଦେବୀ ଭୁବନେଶ୍ଵରୀବସୁଦେବଙ୍କ ସହିତେ ପୁରୁଣା ଭୁବନେଶ୍ବରର ଭୀମଟାଙ୍ଗି ସ୍ଥିତ ଭୀମେଶ୍ବର ଦେଉଳକୁ ବିଜେ କରିଥାନ୍ତି। ସେଠାରେ ଉତ୍ସବ ମଣ୍ଡପରେ ବିଜେ କଲା ଉତ୍ତାରୁ ପୂଜାନୀତି ଅନୁଷ୍ଠିତ ହୋଇ ଭେଟ ଆଳତି ହୋଇଥାଏ। ଏହାପରେ ମହାପ୍ରଭୁ ବଡ଼ ଦେଉଳକୁ ବାହୁଡା ବିଜେ କରିଥାନ୍ତି।  ଭୀମେଶ୍ବର ଦେଉଳ ବେଢା ମଧ୍ୟରେ ପାଣ୍ଡବଭ୍ରାତାଙ୍କ ଦ୍ୱାରା ପ୍ରତିଷ୍ଠିତ ଭୀମେଶ୍ବର ସହିତେ ଯୁଧିଷ୍ଠିରେଶ୍ବର, ଅର୍ଜୁନେଶ୍ବର, ନକୁଳେଶ୍ବର ପୂଜା ପାଇ ଆସୁଛନ୍ତି।

କ୍ଷୟୀତ ଆକାର ଏହି ଦେଉଳର ପ୍ରାଚୀନତାର ମୂକସାକ୍ଷୀ। ଏକ ବିରାଟ ପଦଚିହ୍ନ ଏହି ଦେଉଳ ବେଢା ମଧ୍ୟରେ ରହିଅଛି। ଯାହା ଭୀମଙ୍କର ବୋଲି ଲୋକ ମୁଖରେ ପ୍ରଚଳିତ। ଏହି ଭେଟ ଯାତ୍ରାର ଅନୁଭବ ସତରେ ସ୍ବତନ୍ତ୍ର। ଭାଗ୍ୟରେ ଥିଲେ ଦର୍ଶନ ସୁଯୋଗ ମିଳେ।

Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago