ଲେଖା: ଅରବିନ୍ଦ ମହାନ୍ତି

ମହାପ୍ରଭୁ ଲିଙ୍ଗରାଜଙ୍କ ଭୌମୀ ଏକାଦଶୀ ଯାତ୍ରା ମୁଖ୍ୟଯାତ୍ରା ନ ହୋଇଥିଲେ ମଧ୍ୟ ଏହାର ନିଜସ୍ୱ ସ୍ୱତନ୍ତ୍ରତା ରହିଅଛି। ଦ୍ଵାପର ଯୁଗରେ ପାଣ୍ଡବମାନଙ୍କ ବନବାସ ସମୟରେ ସେମାନେ ନାନାଦି ସ୍ଥାନ ପରିକ୍ରମା କରିଥିଲେ। କିଛି ସମୟ ଗତେ ଦିନେ ପାଣ୍ଡବମାନଙ୍କ ସୌଭାଗ୍ୟ ହେତୁ ଏକାମ୍ର କାନନ ଦର୍ଶନ କରିବାକୁ ସୁଯୋଗ ମିଳିଲା। ସେମାନେ ଏକାମ୍ରାଧିଶ୍ବର ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରି ତାଙ୍କୁ ସ୍ତୁତି ଅର୍ଚ୍ଚନା ଆଦି କରିଥିଲେ।

ସ୍ୱର୍ଣାଦ୍ରି ମହୋଦୟ ଅନୁସାରେ ଦ୍ବିତୀୟ ପାଣ୍ଡବ ଭୀମ ଏକ ସ୍ଥାନରେ ଶିବଲିଙ୍ଗ ପ୍ରତିଷ୍ଠା କରି ଶ୍ରୀ ତ୍ରିଭୁବନେଶ୍ଵରଙ୍କୁ ଆରାଧନା ଆରମ୍ଭ କଲେ। ଭୀମଙ୍କ ସ୍ତୁତିରେ ପ୍ରସନ୍ନ ହୋଇ ଶ୍ରୀ ତ୍ରିଭୁବନେଶ୍ୱର ମହାପ୍ରଭୁ ତାଙ୍କୁ ଦର୍ଶନ ଦେଲେ ଓ କହିଲେ – “ହେ ମହାବଳୀ ଭୀମ, ଆମ୍ଭେ ତବ ସ୍ତୁତିରେ ପ୍ରସନ୍ନ ହୋଇଅଛୁ। ତୁମ୍ଭ ସହିତେ ତୁମ୍ଭର ଚତୁଃ ଭ୍ରାତାଙ୍କୁ ଆମ୍ଭେ ଆଶୀର୍ବାଦ କରି ତୁମ୍ଭର ଭବିଷ୍ୟତରେ ହେବାକୁ ଯାଉଥିବା ଯୁଦ୍ଧରେ ବିଜୟ ପାଈଁ ମଙ୍ଗଳ କାମନା କରୁଅଛୁ ଏବଂ ଆଜିଠାରୁ ତୁମ୍ଭ ପ୍ରତିଷ୍ଠିତ ଏହି ଶିବଲିଙ୍ଗ ଭୀମେଶ୍ବର ଲିଙ୍ଗ ନାମେ ପ୍ରସିଦ୍ଧ ହେଉ ବୋଲି ଆଜ୍ଞା ପ୍ରଦାନ କରୁଅଛୁ। ଆମ୍ଭେ ବଚନ ଦେଉଅଛୁ ପ୍ରତିବର୍ଷ ମାଘମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ତୁମ୍ଭ ସ୍ଥାନକୁ ସପରିବାର ସହିତେ ତୁମ୍ଭ ପ୍ରିତ୍ୟାର୍ଥେ ଯାତ୍ରା କରିବୁ ଏହା ଭୌମୀ ଏକାଦଶୀ ଯାତ୍ରା ରୂପେ ପ୍ରସିଦ୍ଧି ଲାଭ କରିବ।”

ଭୀମେଶ୍ବର ! ନମସ୍ତେଽସ୍ତୁ ଭୀମସେନେନ ପୂଜିତଃ ।
ତ୍ରାହି ମାଂ ପାତକାଦ୍ ଘୋରାଦ୍ ଭୀମରୂପ ନମୋଽସ୍ତୁତେ।।

ଏହି ବଚନକୁ ପୂର୍ଣ୍ଣ କରିବାକୁ ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରତିନିଧି ରୂପେ ଶ୍ରୀ ଚନ୍ଦ୍ରଶେଖର, ଦେବୀ ପାର୍ବତୀ, ଦେବୀ ଭୁବନେଶ୍ଵରୀବସୁଦେବଙ୍କ ସହିତେ ପୁରୁଣା ଭୁବନେଶ୍ବରର ଭୀମଟାଙ୍ଗି ସ୍ଥିତ ଭୀମେଶ୍ବର ଦେଉଳକୁ ବିଜେ କରିଥାନ୍ତି। ସେଠାରେ ଉତ୍ସବ ମଣ୍ଡପରେ ବିଜେ କଲା ଉତ୍ତାରୁ ପୂଜାନୀତି ଅନୁଷ୍ଠିତ ହୋଇ ଭେଟ ଆଳତି ହୋଇଥାଏ। ଏହାପରେ ମହାପ୍ରଭୁ ବଡ଼ ଦେଉଳକୁ ବାହୁଡା ବିଜେ କରିଥାନ୍ତି।  ଭୀମେଶ୍ବର ଦେଉଳ ବେଢା ମଧ୍ୟରେ ପାଣ୍ଡବଭ୍ରାତାଙ୍କ ଦ୍ୱାରା ପ୍ରତିଷ୍ଠିତ ଭୀମେଶ୍ବର ସହିତେ ଯୁଧିଷ୍ଠିରେଶ୍ବର, ଅର୍ଜୁନେଶ୍ବର, ନକୁଳେଶ୍ବର ପୂଜା ପାଇ ଆସୁଛନ୍ତି।

କ୍ଷୟୀତ ଆକାର ଏହି ଦେଉଳର ପ୍ରାଚୀନତାର ମୂକସାକ୍ଷୀ। ଏକ ବିରାଟ ପଦଚିହ୍ନ ଏହି ଦେଉଳ ବେଢା ମଧ୍ୟରେ ରହିଅଛି। ଯାହା ଭୀମଙ୍କର ବୋଲି ଲୋକ ମୁଖରେ ପ୍ରଚଳିତ। ଏହି ଭେଟ ଯାତ୍ରାର ଅନୁଭବ ସତରେ ସ୍ବତନ୍ତ୍ର। ଭାଗ୍ୟରେ ଥିଲେ ଦର୍ଶନ ସୁଯୋଗ ମିଳେ।

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago