ଲେଖା: କାର୍ତ୍ତିକ ପରିଚ୍ଛା
ମହାଭାରତ କଥା ଅନୁଯାୟୀ ନିଜ ମାଁ ଗଙ୍ଗା ଠାରୁ ଇଚ୍ଛାମୃତ୍ୟୁ ବରଣର ବର ପ୍ରାପ୍ତ ଭୀଷ୍ମ ଶରଶଯ୍ୟାରେ ପଡ଼ି ଅପେକ୍ଷା କରିଥିଲେ ଏହି ଉତ୍ତରାୟଣ ଦେବତ୍ଥାନ ସମୟକୁ, କାର୍ତ୍ତିକ ମାସକୁ । ଏହି ସମୟରେ ସେଠାରେ ଉପସ୍ଥିତ ବାସୁଦେବ ପାଣ୍ଡବମାନଙ୍କୁ ଭୀଷ୍ମ ପାଖକୁ ନେଇ ତାଙ୍କୁ ଶିକ୍ଷା ଭିକ୍ଷା ପାଇଁ କହିଥିଲେ । ଶରଶଯ୍ୟାଗତ ଭୀଷ୍ମ ରାଜଧର୍ମ, ବର୍ଣ୍ଣଧର୍ମ, ମୋକ୍ଷଧର୍ମ ବିଷୟରେ କହିଥିଲେ । ଶ୍ରୀକୃଷ୍ଣ ପାଣ୍ଡବମାନଙ୍କୁ ଭୀଷ୍ମ ଶିକ୍ଷାକୁ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତିଥିଅନୁସାରେ ଗତ ଦ୍ଵାଦଶୀ ଦିନ ଶର ସଜ୍ଜାଗତ ଭିଷ୍ମଙ୍କୁ  ଅର୍ଜୁନ  ବାଣ ଦ୍ବାରା ଜଳ ଦାନ କରାଇ ଥିଲେ । ଏହି ପାଞ୍ଚଦିନ କୃଷ୍ଣ/ଜଗନ୍ନାଥଙ୍କ ମହାପ୍ରସାଦ ଖାଇ ଜଳ ଗ୍ରହଣର ଅନେକ ପୂଣ୍ୟ ଫଳ ରହିଛି ଜଗନ୍ନାଥ ମହାତ୍ମ ମାନଙ୍କରେ । ଆମକୁ ଆମ ଐତିହ୍ୟ ଜାଣିବା ନିହାତି ଜରୁରୀ ଯେ, ମହାଭାରତ ଥିଲା ବିଶ୍ବର ପ୍ରଥମ ବିଶ୍ଵଯୁଦ୍ଧ, ଯେଉଁଠି ପ୍ରୟୋଗ ହୁଏ  ତତ୍କାଳୀଳ ଶାସ୍ତ୍ରୀୟ ପରମାଣୁ ଶସ୍ତ୍ର
ମହାଭାରତରେ ଗୋଟିଏ ବିରଳ ପ୍ରସଙ୍ଗ ରହିଛି, ଯୁଦ୍ଧ ଶେଷ ହୋଇ ସରିବା ପରେ ଶ୍ରୀକୃଷ୍ଣ ପାଣ୍ଡବମାନଙ୍କୁ ନେଇ ଧୃତରାଷ୍ଟ୍ର ସାମ୍ନାରେ ଉପସ୍ଥିତ । ଭୀମ ଗଦାଯୁଦ୍ଧରେ ଓ ଦୂର୍ଯଧନକୁ ନିହତ କରି ଥାନ୍ତି ।ଧୃତରାଷ୍ଟ୍ର କ୍ରୋଧ ଭୀମ ଉପରକୁ ବଳି ପଡୁଥାଏ । ଶ୍ରୀ କୃଷ୍ଣ ଏ କଥା ଜାଣିପାରି ଗୋଟିଏ ଲୁହାର ଭୀମକୁ ତାଙ୍କ ସାମ୍ନାରେ ରଖାଇ ଦେଇଥିଲେ । ଭୀମକୁ ଆସ ପୁତ୍ର କହି ଆଲିଙ୍ଗନ ସମୟେ ଧୃତରାଷ୍ଟ୍ର ସେ ମୁର୍ତ୍ତିକୁ ଭାଙ୍ଗି ଚୁରମାର କରି ଦେଇଥିଲେ ।
ଏହାପରେ ମହର୍ଷି ବ୍ୟାସଦେବଙ୍କ ଆଦେଶ ଅନୁଯାଇ ଯୁଦ୍ଧ କ୍ଷେତ୍ରକୁ ସମସ୍ତ ବାହାରିଲେ । ସେଠାରେ ଧୃତରାଷ୍ଟ୍ର ଯୁଧିଷ୍ଠିରଙ୍କୁ ପଚାରିଥିଲେ ଏ ଯୁଦ୍ଧରେ ମୃତ୍ୟୁ ସ୦କ୍ଷା କେତେ । ଯୁଧିଷ୍ଠିର କହିଥିଲେ ପ୍ରାୟ ୧ ଅରବ ୬୬କୋଟି ୨୦ହଜାର । ସେଇଠି  ବ୍ୟାସଦେବ ସମସ୍ତଙ୍କ ଶେଷ ସ୦ସ୍କାର ସାମୁହିକ କରାଇଥିଲେ । ଯୁଦ୍ଧ ଭୂମିରେ ନିଆଁ ଲଗାଇ ଦିଆ ଯାଇଥିଲା । ଆଜି ପର୍ଯ୍ୟନ୍ତ କୁରୁକ୍ଷତ୍ର ମାଟିର ରଙ୍ଗ ଇଶତ୍ ଲାଲ ପୋଡି ଯାଇଥିବା ଭଳି । ମହାଭାରତ ଗୋଟିଏ ଏପରି ଇତିହାସ ବସୁଦେବ ପୁତ୍ର ବାସୁଦେବଙ୍କ ଜନ୍ମଠାରୁ ସମୟ ନିର୍ଧାରଣର କାର୍ବନ୍ ଡେଟା ଇୟର ଓ ଅନେକ କରେକ୍ଟରଙ୍କ କରାମତି  ସହିତ  ପରଫେକ୍ଟ ସମୟ  ରହିଛି ।
ଏ ପାଞ୍ଚଦିନ ପଞ୍ଚକ ଅବସରରେ କୈଣସି କ୍ଷତ୍ରୀୟ ପାଇଁ ପ୍ରାତଃ ସ୍ନାନ, ତିଳ ତର୍ପଣ, ଅନ୍ନ-ଜଳଦାନ, ସନ୍ଧ୍ୟା ସମୟେ ଦୀପଦାନ , , ଶ୍ରୀମଦ୍ ଭାଗବତ ମହାପୁରାଣ/ଶ୍ରୀମଦ୍ଭାଗବଦ୍  ଗୀତା ପଠନ ଓ  ଶ୍ରବଣର ଅନେକ ପୂଣ୍ୟ ଫଳ ରହିଛି ଏହା ସମାଜର ସମସ୍ତ ବର୍ଗଙ୍କୁ ମଧ୍ୟ ଗ୍ରହଣୀୟ କାରଣ ବର୍ଣ୍ଣ ଧର୍ମର ଉପଦେଶରେ ଗଙ୍ଗା ପୁତ୍ରଙ୍କ ଦ୍ବାରା ଦିଆଯାଇଥିବା ଅନେକ ଉପାଦେୟ ତଥ୍ୟ ଭିତରୁ ଏହା ମଧ୍ୟ   ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 week ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 week ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago