ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ

ଭାରତ ଶବ୍ଦର ଚାରୋଟି ନୈରୁକ୍ତି ଥିବା ଶୁଣାଯାଏ . .
୧. ଭା+ରତ
୨. ଭରତ+ଅଣ୍
୩. ଭାରଂ+ତନ୍+ଙଃ
୪. ଭୃ+ଅତଚ୍+ଙୀପ୍

☆ଭା+ରତ☆
ଵିଦ୍ୟାଳୟରେ ଶିକ୍ଷକ ଭାରତ ଶବ୍ଦର ଵ୍ୟାଖ୍ୟା କରିବାକୁ ଯାଇ କହୁଥିଲେ
ଭା+ରତ=ଭାରତ
ଭା=ଜ୍ଞାନ, ରତ=ଅନୁରକ୍ତ, ଲିପ୍ତ, ଆସକ୍ତ

ପୁଣି

ରତ ଶବ୍ଦର ଆଉ କେତେକ ଅର୍ଥ ମଧ୍ଯ ଅଛି, ଉଦାହରଣ ସ୍ୱରୂପ:
ନିଯୁକ୍ତ, ବ୍ୟାପୃତ, ରମଣ, ପ୍ରେମ, ପ୍ରଣୟ, ଅନୁରାଗ,
ଦେଶଜ ବିଶେଷ୍ୟ ହିସାବରେ ଆମୋଦ ପ୍ରମୋଦ, ଆସକ୍ତି;

ଶିକ୍ଷକ କହୁଥିଲେ “ଯେଉଁ ଦେଶର ଲୋକେ ସଦା ଜ୍ଞାନ ପିପାସୁ ସେମାନେ ଭାରତୀୟ . . ”

ତେବେ ଭାଷାକୋଷରେ ଯାଇ ଦେଖିଲୁ ‘ଭା’ ଧାତୁ ଶବ୍ଦର ଅର୍ଥ ସେଠାରେ ଦିପ୍ତି ପାଇବା ଲେଖାହୋଇଛି . .
ଏବଂ
ସଂସ୍କୃତ ଭାଃ ଶବ୍ଦର ଅର୍ଥ ସେଠାରେ, 
ଦିପ୍ତି, ପ୍ରଭା, କିରଣ, ଶୋଭା ଉଲ୍ଲେଖ ଅଛି ।

ଏହାର ଅନ୍ୟ ଏକ ବ୍ୟାଖ୍ୟା ଏହିପରି ହୋଇପାରିବ:
ଯେଉଁ ଦେଶର ଲୋକମାନେ ସଦା ଦିପ୍ତି ବା ପ୍ରଭାର ଆସକ୍ତ

ଆଉରି . .
“କୌଣସି ଦେଶରପ୍ରଭା, ଦିପ୍ତି, କିରଣ ବା ଶୋଭା ସେ ଦେଶର ଜନତା – ଜ୍ଞାନୀ, ଗୁଣୀ ତଥା ବୁଦ୍ଧିମାନ ହୋଇ ତତ୍ ବଳରେ ଧନୀକ ହୋଇଥିଲେ ସମ୍ଭବପର ହୋଇଥାଏ ।”

☆ଭରତ+ଅଣ୍☆ ଭରତ+ଅଣ୍[ଅ]
ଅର୍ଥାତ୍ ସମ୍ରାଟ ଭରତ ଓ ତାଙ୍କ ଵଂଶଜଙ୍କ ଶାସିତ ଦେଶ ଭାରତଵର୍ଷ ଅଟେ । ପୁରାଣ କହେ, ଶକୁନ୍ତଳା ଗର୍ଭସମ୍ଭୁତ ଦୁଷ୍ମନ୍ତପୁତ୍ର ହିଁ ଭରତ ନାମରେ ଖ୍ୟାତ ହୋଇଥିଲେ । ଋଷି କଣ୍ଵଙ୍କ ଆଶ୍ରମରେ ଏହାଙ୍କର ନାମ ସର୍ଵଦମନ ରଖାହୋଇଥିଲା । ବଡ଼ ହେଲାପରେ ସର୍ଵଦମନ ବଡ଼ ପ୍ରତାପୀ ଓ ସାର୍ଵଭୌମ ସମ୍ରାଟ ହୋଇଥିଲେ । ଵିଦର୍ଭରାଜଙ୍କର ତିନି କନ୍ୟାଙ୍କ ସହ ଏହାଙ୍କର ଵିଵାହ ସମ୍ପନ୍ନ ହୋଇଥିଲା । ସମ୍ରାଟ ଭରତ ଜମ୍ଵୁଦ୍ଵୀପରେ  ଅନେକାନେକ ଅଶ୍ଵମେଧ ଓ ରାଜସୂୟ ଯଜ୍ଞ ଆୟୋଜନ କରେଇଥିଲେ । କୁହାଯାଏ, ପ୍ରଜାନୁରଞ୍ଜକ ସମ୍ରାଟ ହୋଇଥିବା ହେତୁରୁ ଏହାଙ୍କ ନାମାନୁସାରେ ଏହି ଦେଶର ନାମ ଭରତଖଣ୍ଡ, ଭରତଭୂମିଭାରତଵର୍ଷ ରଖାଯାଇଥିଲା ।

☆ଭାରଂ+ତନ୍+ଙଃ☆
କଳ୍ପଦ୍ରୁମ ଶବ୍ଦକୋଷ କୁହେ, भारं+तन् + डः=ଭାରତ
ସେଠାରେ ବ୍ୟାଖ୍ୟା କରି କୁହାଯାଇଛି, “वेदादिशास्त्रेभ्योऽपि सारांशं तनोति” ଅର୍ଥାତ୍ ବେଦାଦିଶାସ୍ତ୍ର ଗୁଡ଼ିକର ଯାହା ସାରାଂଶ ତାହା ଭାରତ ! ଆଗେ ମହାଭାରତ ଗ୍ରନ୍ଥକୁ ଭାରତଗ୍ରନ୍ଥ କୁହାଯାଉଥିବା ହେତୁରୁ କେହି କେହି ଏହି ଵ୍ୟାଖ୍ୟାକୁ ମହାଭାରତ ଅର୍ଥରେ ଵ୍ୟଵହାର କରିଥାନ୍ତି । 

ହିନ୍ଦୀ ଶବ୍ଦ ସାଗରରେ ଉପରୋକ୍ତ ନୈରୁକ୍ତି ବ୍ୟାଖ୍ୟାକୁ ସହଜରେ ଭାର+ତ=ଭାରତ କୁହାଯାଇଛି। ଏହି ନୈରୁକ୍ତି ବ୍ୟାଖ୍ୟାରୁ ମିଳୁଥିବା ଭାର ଶବ୍ଦର ନୈରୁକ୍ତି 
ଭୃ ଧାତୁ + ଭାବ.ଅ 
ଭୃ ଧାତୁର ଦୁଇଟି ଅର୍ଥ ହେଲା
ଧାରଣ କରିବା
■ ପାଳନ ପୋଷଣ କରିବା

ତେଣୁ ଏଠାରେ ମୂଳ “ଭୃ ଧାତୁ” ଭାର ଶବ୍ଦରୁ ମିଳିଯାଉଛି ଯାହା ହିନ୍ଦୀ ଶବ୍ଦ ସାଗରର ଅନ୍ୟ ଏକ ନୈରୁକ୍ତି ଵ୍ୟାଖ୍ୟା ଆଡକୁ ଇଙ୍ଗିତ କରୁଛି
↗भॄ +अतच्+ङीप् =भारत 
ତେବେ ଭାର ଶବ୍ଦ ର ଅନେକ ଅର୍ଥ ରହିଛି, ଯଥା:
ଗୁରୁତ୍ୱ
➡ଗାମ୍ଭୀର୍ଯ୍ୟ
➡ସମୂହ
➡ଦାୟିତ୍ୱ
➡ପରିମାଣ

ଏଣୁ ଏସବୁ ଅର୍ଥକୁ ନେଇ ଭାରତ ଶବ୍ଦର ଆଉ ଏକ ଭାଵଗତ ଵ୍ୟାଖ୍ୟା ହେବ ଯେଉଁଠି ସମସ୍ତଙ୍କୁ, ସମସ୍ତଙ୍କ କଥା ଏବଂ ଭାବନାକୁ ଗୁରୁତ୍ୱ ଦିଆଯାଏ (ଯାଉଥିଲା), ଯେଉଁ ଦେଶର ଜନତା ସବୁ ବିଷୟରେ ଗମ୍ଭୀର ରହି କାର୍ଯ୍ୟ କରିବାକୁ ସୁଖ ପାଅନ୍ତି (ପାଉଥିଲେ), ଯେଉଁ ଦେଶ ସହସ୍ରାଧିକ ଜାତି ଓ ସମୂହର ଭାର ବହନ କରିଛି ଏବଂ ମାତାର ଦାୟିତ୍ୱ ବହନ ପୂର୍ବକ ସେମାନଙ୍କୁ ଅନ୍ନ, ଭୂମି ତଥା ପବନ ଦେଇ ଲାଳନପାଳନ ପୋଷଣ କରିଛି  ସେ ଦେଶ ହିଁ ଭାରତଵର୍ଷ ଅଟେ . . !

© ଶବ୍ଦ ଭେଦ

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

17 hours ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

1 month ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago