ଲେଖା: ଶିଶିର ସାହୁ ମନୋଜ

ଗୋଟାଏ ଶବ୍ଦ ଅଛି ‘ଜାୟାଜୀଵ’ ଏହାର ପର୍ଯ୍ୟାୟଵାଚକ ‘ଜାୟାନୁଜୀଵୀ’ ଓ ‘ଜାୟାଜୀଵୀ’ ଅଟେ । ବହୁଵ୍ରୀହି ସମାସ ଦ୍ଵାରା ‘ଜାୟା’ ଓ ‘ଆଜୀଵ’ ଶବ୍ଦକୁ ଯୋଡ଼ି ଶବ୍ଦଟି ସୃଷ୍ଟି ହୋଇଛି । ଜାୟା ଶବ୍ଦର ଅର୍ଥ ସ୍ତ୍ରୀ ଵା ପତ୍ନୀ ଅଟେ । 

ଏହି ଶବ୍ଦର ନିମ୍ନଲିଖିତ ଅର୍ଥରେ ଵ୍ଯଵହାର ରହିଛି,
୧. ଯେଉଁ ଲୋକ ସ୍ତ୍ରୀ ଦ୍ବାରା ଜୀବିକାନିର୍ଵାହ କରେ (A house-husband)
୨. ଭଡ଼ୁଆ (भडवा; a cock-old)
୩. ନଟ ଵା ନାୟକ (An Actor)

ଦୀନକୃଷ୍ଣ ତାଙ୍କ ରସକଲ୍ଲୋଳରେ ଏହି ଅର୍ଥରେ ଜାୟାଜୀଵର ଵ୍ଯଵହାର କରି ଲେଖିଛନ୍ତି:
“କି ତୋ ସାହସ ଜାୟାଜୀଵ ପ୍ରାୟେ,
କିବା ଏହାଠାରେ ଏଡ଼େ ନିର୍ଦ୍ଦୟେ ।।”

୪. ଵକପକ୍ଷୀ (The heron)
ଵକ ଵା ଵଗକୁ ‘ଜାୟାଜୀଵ’ ଏହାର ଏକ ଵିଶିଷ୍ଟ କାର୍ଯ୍ୟ ଯୋଗୁଁ କୁହାଯାଏ । ଦେଖାଯାଇଛି ଯେ ଵଗୁଲୀ ଡିମ୍ବ ପ୍ରସଵ କଲାପରେ ବଗ ଉକ୍ତ ଡିମ୍ବକୁ ଉଷୁମାଏ । ଵଗୁଲୀ ପଦାକୁ ଚରିଵାକୁ ଯାଏ ଓ ଵଗକୁ ଆଣି ଅଧାର ଯୋଗାଏ। ଏଥିପାଇଁ ଵଗର ଏଭଳି ନାମ ରହିଛି ।

© ଶିଶିର ସାହୁ ମନୋଜ

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

5 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

6 days ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 week ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 week ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago