ଲେଖା: ଅକ୍ଷୟ ଓଝା
ପରମ ଶାସ୍ତ୍ର ଭାଗବତ।
ଅଭ୍ୟାସ କରୁଥିବ ନିତ୍ୟ।।
ଆଗ କାଳରେ ପ୍ରତ୍ୟେକ ଗାଆଁରେ ଭାଗବତ ଟୁଙ୍ଗି ଥିଲା । ସଞ୍ଜ ନଇଁ ଆସିଲେ ଗାଆଁର ଝିଅ ବୋହୂମାନେ ଦୀପଟିଏ ଜାଳି ଦେଉଥିଲେ ଭାଗବତ ଘରେ । ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତିଟିଏ କିମ୍ବା ତ୍ରୀମୂର୍ତ୍ତି ପ୍ରଭୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ମୂର୍ତ୍ତି ପାଖରେ ଓଡ଼ିଆ ରାମାୟଣ ଓଡିଆ ଭାଗବତ ଆଦି ନାନା ପୁରାଣ ଆଲୋଚନା ହେଉଥିଲା ଏହି ଟୁଙ୍ଗୀରେ । ବିଗ୍ରହ ମୂର୍ତ୍ତି ସହିତ ଏହି ଗ୍ରନ୍ଥ ମାନଙ୍କର ବି ପୂଜା ହେଉଥିଲା ।
ଜାତି, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ଏଇ ଭାଗବତ ଟୁଙ୍ଗି ଥିଲା ଉପାସନାର ଘର । ସୂର୍ଯ୍ୟ ନଇଁଲେ ଗ୍ରାମ୍ୟବଧୂ ଏଠି ଦୀପ ଜାଳୁଥିଲେ । ପିଲାଏ ଘଣ୍ଟ ମୃଦଙ୍ଗ ଝାଞ୍ଜ, କରତାଳ ବଜେଇ କୀର୍ତ୍ତନ କରୁଥିଲେ । ଏହା ପରେ ପୁରାଣ ପଣ୍ଡା ଆସି ଭାଗବତ ଟୁଙ୍ଗି (ଗାଦି) ରେ ପହଞ୍ଚୁଥିଲେ । ପୁରା ଗାଆଁ ଗୋଟାକ ଏକତ୍ରିତ ହୋଇ ଯାଉଥିଲେ ।
ଭାଗବତ ଟୁଙ୍ଗିରେ ପଣ୍ଡିତେ ଶ୍ଳୋକ ବିଶ୍ଳେଷଣ କରିବା ସହିତ ଭିନ୍ନ ଭିନ୍ନ ସାମାଜିକ ସଂସ୍କାର, ପାରିବାରିକ ଶିକ୍ଷା ପ୍ରଦାନ କରୁଥିଲେ । ପରିବାର ମୁଖିଆର ଧର୍ମ, ଶାଶୁଧର୍ମ ଓ ବୋହୂଧର୍ମ ପିଲାମାନଙ୍କୁ ସଂସ୍କାର, ଦିନଚର୍ଯା, ଶୁଭମଙ୍ଗଳ କାର୍ଯ୍ୟର ଶୁଭବେଳ ଇତ୍ୟାଦି ସାମାଜିକ ଚର୍ଚ୍ଚା ହେଉଥିଲା । ଏହି ଠାରୁ ଲୋକମାନେ ଶିକ୍ଷା ଗ୍ରହଣ କରୁଥିଲେ ଓ ସମାଜରେ ଶୃଙ୍ଖଳା ଥିଲା । ପିତାମାତା ଗୁରୁ ଗୁରୁଜନଙ୍କ ପ୍ରତି ପ୍ରଗାଢ ସମ୍ମାନ ଥିଲା ।
ପଣ୍ଡିତେ ସଙ୍ଗୀତ ମାଧ୍ୟମରେ ବେଳେବେଳେ କଥା ମାଧ୍ୟମରେ ଶ୍ରୋତାଙ୍କୁ ମନ ମୁଗ୍ଧ କରୁଥିଲେ । ଯେ କେହି ହେଉ ତେଣିକି ସେ ବୁଝି ପାରୁ ନ ପାରୁ ସଞ୍ଜକୁ ରୁଣ୍ଡ ହେଉଥିଲେ । ଏକ ଧାର୍ମିକ ସନ୍ତୁଷ୍ଟି ଥିଲା ।
ସାଧୁସନ୍ଥ, ନାଗସାଧୁ, ଜଗନ୍ନାଥଙ୍କ ପୂଜାପଣ୍ଡା, ଜାନୁଘଣ୍ଟିଆ, ମଙ୍ଗଳ ଘଣ୍ଟିଆ, ଚକୁଳିଆ ପଣ୍ଡା କେହି ବି ଆସିଲେ ତାଙ୍କର ରହିବା ଖାଇବା ବ୍ୟବସ୍ଥା ଗ୍ରାମବାସୀମାନେ ଏଇଠି କରୁଥିଲେ । ଅତିଥି ସତ୍କାରକୁ ଦେବତା ସତ୍କାର ବୋଲି ଗ୍ରାମବାସୀ ଜ୍ଞାନ କରୁଥିଲେ ।
ବିବାହବ୍ରତ ଆଦି ସାମାଜିକ କାର୍ଯ୍ୟରେ ଭାଗ ନେବା ପାଇଁ ଆସୁଥିବା କୁଣିଆ ବନ୍ଧୁ ପାଇଁ ଯଦି କୌଣସି ଗ୍ରାମବାସୀର ଘରେ ଜାଗା ନିଅଣ୍ଟ ପଡୁଥିଲା ସେମାନେ ଏଇଠି ବିଶ୍ରାମ କରୁଥିଲେ ।
ଆଜି ଏହି ପରମ୍ପରାର ଅବସାନ ଘଟିଛି । ପାଶ୍ଚାତ୍ୟ ଚକ୍ରାନ୍ତ୍ରରେ ହିନ୍ଦୁଧର୍ମର ଅବସାନ ଘଟୁଛି। ଜନ୍ମୋତ୍ସବରେ ପୂଜାବିଧି ଯାଗାରେ ଏବେ କେକ୍ କାଟି ମହାମବତୀ ଜଳେଇ ପାଳନ କଲେଣି । ସନାତନ ହିନ୍ଦୁଧର୍ମର ବିଶ୍ୱାସ ପାଶ୍ଚାତ୍ୟ ଚକ୍ରାନ୍ତରେ ଅନ୍ଧବିଶ୍ବାସରେ ପରିଣତ ହେଇଗଲାଣି । ଧର୍ମଧାରଣା ରୋଗାକ୍ରାନ୍ତ ହେଲାଣି ।
ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…
ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…
ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…
କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…
ମାଣବସା ଗୁରୁବାର ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…