ଲେଖା: ସୁଚେତା ପ୍ରଧାନ
କଥାରେ ଅଛି ଦୀର୍ଘ ଜୀବନ ସ୍ମରଣୀୟ ହୁଏନା ସ୍ମରଣୀୟ ଜୀବନ ହିଁ ଦୀର୍ଘ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଓଡିଶାର ଜଣେ ପ୍ରତିଭାଦୀପ୍ତ ବ୍ୟକ୍ତି ଥିଲେ ଭଗବତୀ ଚରଣ ପାଣିଗ୍ରାହୀ, ଯିଏ କି ଓଡିଆ ସାହିତ୍ୟର ସୁପରିଚିତ ସବୁଜ ଯୁଗର କବି ‘ମାଟିର ମଣିଷ’ର ଲେଖକ କାଳିନ୍ଦି ଚରଣ ପାଣିଗ୍ରାହୀଙ୍କ ଅନୁଜ।
ପୁରୀ ଜିଲ୍ଲା ବିଶ୍ବନାଥପୂର ଶାସନରେ ଫେବୃଆରୀ ୧, ୧୯୦୮ ମସିହାରେ ତାଙ୍କର ଜନ୍ମ। ପିତା ଥିଲେ ସ୍ବପ୍ନେଶ୍ବର ପାଣିଗ୍ରାହୀ। ତାଙ୍କର ଜୀବନକାଳ ସ୍ବଳ୍ପ ଥିଲା। ୧୯୪୩ ମସିହା ଅକ୍ଟୋବର ୨୩ ତାରିଖରେ ସେ ସଂସାର ତ୍ୟାଗ କରିଥିଲେ। ମାତ୍ର ଏହି ୩୫ ବର୍ଷ ଜୀବନ କାଳ ମଧ୍ୟରେ ଭଗବତୀ ଚରଣ ପାଣିଗ୍ରାହୀ ଜଣେ ସ୍ବାଧୀନତା ସଂଗ୍ରାମୀ, ସାମ୍ୟବାଦୀ ନେତା, ସମ୍ପାଦକ ଓ ଲେଖକ ଭାବରେ ପ୍ରତିଟି କ୍ଷେତ୍ରରେ ନିଜର ଦୃପ୍ତ ପଦଚିହ୍ନ ଆଙ୍କି ଦେଇ ଯାଇଛନ୍ତି, ଯାହା ଓଡିଶାର ମୂଲ୍ୟବାନ ସମ୍ପଦ।
ଓଡିଆ ସାହିତ୍ୟରେ ସାମ୍ୟବାଦୀ ଚେତନାର ଆଦ୍ୟ ବାର୍ତ୍ତାବହ ଭଗବତୀ ଚରଣ ପାଣିଗ୍ରାହୀ। ୧୯୩୬ରେ ଓଡିଶାରେ ଗଠିତ କମ୍ୟୁନିଷ୍ଟ ସେଲର ପ୍ରଥମ ସଂପାଦକ ଥିଲେ ଭଗବତୀ ଚରଣ ପାଣିଗ୍ରାହୀ। ଏକ ଶ୍ରେଣୀହୀନ ସମାଜ ଗଠନ ତାଙ୍କ ଜୀବନର ଲକ୍ଷ୍ୟ ଥିଲା।
ସାହିତ୍ୟକୁ ସାମାଜିକ ପରିବର୍ତ୍ତନର ଅସ୍ତ୍ର କରି ସେ ‘ନବଯୁଗ ସାହିତ୍ୟ ସଂସଦ’ ନାମକ ଏକ ଅନୁଷ୍ଠାନ ଗଠନ କରି ଏହାର ମୁଖପତ୍ର ରୂପେ ‘ଆଧୁନିକ’ ନାମରେ ଏକ ପତ୍ରିକା ପ୍ରକାଶ କରିଥିଲେ। ଏହି ପତ୍ରିକା ମାଧ୍ୟମରେ ସେ ସାମ୍ୟବାଦୀ ଚେତନାର ଏକ ନବୀନ ଲେଖକ ଗୋଷ୍ଠି ସୃଷ୍ଟି କରିଥିଲେ। ସାହିତ୍ୟ କ୍ଷେତ୍ରରେ ଭଗବତୀ ଚରଣ ପାଣିଗ୍ରାହୀ ଯେଉଁ ପରିବର୍ତ୍ତନର ସୂତ୍ରପାତ କଲେ ତାହା ପ୍ରଗତିବାଦୀ ଯୁଗ ନାମରେ ପରିଚିତ ହେଲା। ସେ କହୁଥିଲେ ଆରାମ ଚେୟାରରେ ବସି ଆରାମରେ ପଢିଲା ଭଳି ଲେଖାର ସ୍ଥାନ ‘ଆଧୁନିକ’ ପତ୍ରିକାରେ ନାହିଁ।
ବ୍ୟାସକବିଙ୍କ ଠାରୁ ଆରମ୍ଭ କରି ଆଧୁନିକ ଯୁଗଯାଏ ଓଡିଆ ସାହିତ୍ୟରେ ଅଗଣିତ ଗଳ୍ପ ଲେଖା ହୋଇଛି। ମାତ୍ର ଯେଉଁ କେତୋଟି କାଳଜୟୀ ଗଳ୍ପ ପାଠକର ଅବଚେତନ ମନରେ ଗଭୀର ରେଖାପାତ କରି କାଳର ପ୍ରତିମା ପରି ଚିରଭାସ୍ବର ରହିଛି ତାମଧ୍ୟରେ ଭଗବତୀଙ୍କ ଗଳ୍ପ ନିଶ୍ଚୟ ରହିଛି ଓ ରହିଥିବ ମଧ୍ୟ। ବିଶେଷତଃ ତାଙ୍କର ଯୁଗାନ୍ତକାରୀ ସାମ୍ୟବାଦୀ ଚେତନାର ଗଳ୍ପ ‘ଶୀକାର’ ଏକ ଅନବଦ୍ୟ ସୃଷ୍ଟି। ସ୍ବଳ୍ପ ଜୀବନକାଳ ମଧ୍ୟରେ ଚିତ୍ତବିସ୍ଫୋରକ ଭାଷାରେ ସମୃଦ୍ଧ ମାତ୍ର ବାରଟି ଗଳ୍ପ ସେ ଲେଖିଥିଲେ। ସେଗୁଡିକ ହେଲା ଜଙ୍ଗଲୀ, ଶିକାର, ସ୍ବୀକାରୋକ୍ତି, ବଞ୍ଚିତ, ମିଶ୍ରଙ୍କ କୋପ, ଝଡ, ଜୀବନର ସମାଧି, ହାତୁଡି ଓ ଦାଆ ଇତ୍ୟାଦି।
ଭଗବତୀଙ୍କ ଶିକାର ଗଳ୍ପଟି ପରବର୍ତ୍ତୀ ସମୟରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ମୃଣାଳସେନ୍’ଙ୍କ ଦ୍ବାରା ମୃଗୟା ନାମରେ ନାମିତ ଚଳଚ୍ଚିତ୍ରରେ ପ୍ରତିବେଦିତ ହୋଇ ଅଗଣିତ ଦର୍ଶକଙ୍କୁ ମୋହମୁଗ୍ଧ କରିଛି।
ଉତ୍କଳମଣିଙ୍କ ଭାଷାରେ:
“ଲିଭୁ ସେ କ୍ଷଣକେ ତଥାପି ଏ ଲୋକେ ରହେ ତା ଆଦର ଯଶ,
କି ଲାଭ ତହିଁରେ ରହେ ଯେ ମହୀରେ କୁହୁଳି ସହସ୍ର ବର୍ଷ ।”
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago