ଲେଖା: ସୁଚେତା ପ୍ରଧାନ

ଓଡିଆ କ୍ଷୁଦ୍ରଗଳ୍ପ ଜଗତର କାଳଜୟୀ ଗାଳ୍ପିକ ଅଖିଳମୋହନ ପଟ୍ଟନାୟକ !

ସ୍ବାଧୀନତା ପରବର୍ତ୍ତୀ ଓଡିଆ  ସାହିତ୍ୟର କ୍ଷୁଦ୍ରଗଳ୍ପ ଜଗତରେ ଗାଳ୍ପିକ ଅଖିଳମୋହନ ପଟ୍ଟନାୟକ ଜଣେ ଜଣାଶୁଣା ଯଶସ୍ବୀ ସ୍ରଷ୍ଟା। ତାଙ୍କର ସୃଷ୍ଟି ସମ୍ଭାର ମଣିଷର ହୃଦୟ ଓ ମସ୍ତିଷ୍କର ଅନ୍ତଃ ରହସ୍ୟକୁ ଖୋଜିବାରେ ସିଦ୍ଧହସ୍ତ। ତାଙ୍କର ସମସାମୟିକ ସାହିତ୍ୟିକ ମାନେ ଗ୍ରାମ୍ୟ ଜୀବନକୁ ଲେଖିବାର ପୃଷ୍ଠଭୂମି ଭାବେ ଚୟନ କଲାବେଳେ ତାଙ୍କର ସାହିତ୍ୟ ସହରୀ ଜୀବନ ଉପରେ ପର୍ଯ୍ୟବେସିତ ଥିଲା। ଖାଲି ଜଣେ ଦରିଦ୍ର ଧନହୀନ ବ୍ୟକ୍ତି କଣ ଦୁଃଖୀ?? ଜଣେ ଅଭିଜାତ ସମ୍ପନ୍ନ ଧନୀବ୍ୟକ୍ତି କଣ ଦୁଃଖୀ ହୋଇ ପାରେନା। ଧନାଢ୍ୟ ପରିବେଶ ମଧ୍ୟରେ ଲୁଚିଥିବା ଅବ୍ୟକ୍ତ ଯନ୍ତ୍ରଣା ଓ ଅଶୁଖା କ୍ଷତକୁ ଖୋଜି ଅବ୍ୟକ୍ତ ଯନ୍ତ୍ରଣାର ଲୋତକସିକ୍ତ ଅନୁଭବକୁ ଗାଳ୍ପିକ ଅଖିଳମୋହନ ପଟ୍ଟନାୟକ ତାଙ୍କ ଗପ ଗୁଡିକରେ ପରିସ୍ଫୁଟ କରିଛନ୍ତି ଯାହା କାଳକାଳକୁ ପାଠକ ହୃଦୟକୁ ବିଚଳିତ କରୁଥିବ ନୟନଗଙ୍ଗାର ପବିତ୍ର ପ୍ରେମାଶ୍ରୁରେ।
          
ଓଡିଆ କ୍ଷୁଦ୍ରଗଳ୍ପ ଜଗତର ଏଇ ଅନନ୍ୟ କାଳଜୟୀ ଗାଳ୍ପିକ ୧୯୨୭ ମସିହା ଡିସେମ୍ବର ୧୮ ତାରିଖରେ ଖୋର୍ଦ୍ଧାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ବାଙ୍କବିହାରୀ ପଟ୍ଟନାୟକ ଖୋର୍ଦ୍ଧା ହାଇସ୍କୁଲର ପ୍ରଧାନ ଶିକ୍ଷକ ଥିଲେ। ଗାଳ୍ପିକ ନିଜେ ପେଶାରେ ଥିଲେ ଜଣେ ଆଇନଜୀବି। ସେ ବାମପନ୍ଥୀ ଚିନ୍ତାଧାରାର ମଣିଷ ଥିବାରୁ ଛାତ୍ର ଜୀବନରେ ବହୁବାର କଲେଜରୁ ବହିଷ୍କୃତ ହୋଇଛନ୍ତି ଓ କାରା ବରଣ ମଧ୍ୟ କରିଛନ୍ତି।
       
ତାଙ୍କର ପ୍ରଥମ ଗପ ‘ସପନ’ ୧୯୪୮ ମସିହାରେ ଶଙ୍ଖ ପତ୍ରିକାରେ ପ୍ରକାଶିତ ହୋଇଥିଲା। ୧୯୮୧ ମସିହା ଅଖିଳମୋହନ ତାଙ୍କର ‘ଓ ଅନ୍ଧଗଳି’ ଗଳ୍ପ ସଂକଳନ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ହୋଇଥିଲେ। ତାଙ୍କର ଅନ୍ୟାନ୍ୟ ସୃଷ୍ଟି ଗୁଡିକ – ‘ନଦୀର ନାମ ଗଣତନ୍ତ୍ର’, ‘ଝଡର ଇଗଲ ଓ ଧରଣୀର କୃଷ୍ଣସାର’, ଆଦି ଗଳ୍ପ ସଂକଳନ, ‘ଅନ୍ୟଦେଶ’ (ଭ୍ରମଣ କାହାଣୀ), ‘ଅନାଗତ ଫାଲଗୁନ’ (ଚିଠି ସଂକଳନ), ବାଘରାଣୀ ଖଇରୀ (ଜୀବନୀ ସଂକଳନ) ଇତ୍ୟାଦି ଲେଖକଙ୍କର ଅଭୂତ ପୂର୍ବ ସୃଜନଶୀଳତାର ପରିଚୟ ଦିଏ। ପରିମାଣ ଦୃଷ୍ଟିରୁ ସ୍ବଳ୍ପ ହେଲେ ମଧ୍ୟ  ତାଙ୍କ ଗଳ୍ପଗୁଡିକର ମୌଳିକତା ଓ ଗୁଣାତ୍ମକତା ତାଙ୍କୁ ଜଣେ କାଳଜୟୀ ଲେଖକର ଅମରତ୍ବ ପ୍ରଦାନ କରିଛି।
      
‘ଓ ଅନ୍ଧଗଳି’ ଗଳ୍ପ ସଂକଳନର ପ୍ରଥମ ଗପ ହେଲା ‘ଡିମିରି ଫୁଲ’। ଏହି ଗଳ୍ପଟି ନିଶ୍ଚୟ ଏକ ସର୍ବକାଳୀନ ଗଳ୍ପ। ସବୁକାଳରେ ଏହି ଗପଟି ପାଠକଲେ ପାଠକର ଅନ୍ତଃସ୍ଥଳ ବେଦନାରେ ମନ୍ଥି ହୋଯାଏ। ଡିମିରି ଫୁଲ କେହି ଦେଖି ପାରେନା। ଡିମିରି ଫୁଲକୁ ପ୍ରତୀକ ଭାବରେ ପ୍ରୟୋଗ କରି ଗାଳ୍ପିକ ଧନାଢ୍ୟ ଅଭିଜାତ ମଣିଷର ତୀବ୍ର ଅସହାୟତାକୁ ଜୀବନ୍ତ ଭାବେ ପରିସ୍ଫୁଟ କରିଛନ୍ତି। ସେଥିପାଇଁ ଗପଟି ଅନନ୍ୟ ।

#ପୂଜ୍ୟପୂଜା

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago