ଲେଖା: ବିଶ୍ୱରଞ୍ଜନ ମହାପାତ୍ର
~ ବଡ଼ଓଷା ଓ ଗଜମଣ୍ତା ଭୋଗ ~
କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ଓ ଚତୁର୍ଦଶୀରେ ବଡ଼ଓଷା ଅତି ନିଷ୍ଠାର ସହ ପାଳନ କରାଯାଏ । ଏହି ଓଷା ପାଳନ ଅବସରରେ ମହାଦେବଙ୍କ ଠାରେ ସ୍ୱତନ୍ତ୍ର ଭୋଗ ଲାଗିହୁଏ । ଏହାକୁ ‘ଗଜପିଠା’ କୁହାଯାଏ । ଗଜପିଠା ଦେଖିବାକୁ ପୂରା ଧଳା ଧବଳ । ଅରୁଆ ଚାଉଳ ଚୂନାରେ ଅଥାରବସା ଗଜପିଠା ପ୍ରସ୍ତୁତ ହୁଏ । ମହାଦେବଙ୍କୁ ଅର୍ପଣ ପରେ ବ୍ରତଧାରୀ, ଭକ୍ତ ଓ ଶଦ୍ଧାଳୁମାନେ ସେବନ କରନ୍ତି । ବଡ଼ଓଷାର ମହିମା ପୁରାଣରେ ବର୍ଣ୍ଣିତ । ଏକଦା ଶିବଙ୍କ ଦର୍ଶନ ପାଇଁ ନାରଦ ମୁନି କୈଳାସରେ ପହଞ୍ଚିଥିଲେ । ମହାଦେବଙ୍କ ଦର୍ଶନ ହେଲା । ଭକ୍ତମାନଙ୍କ ଦୁଃଖ ଦୁର୍ଦଶା ସଂପର୍କରେ ନାରଦ ମହାଦେବଙ୍କୁ ଅବଗତ କରାଇଲେ ।
ଭକ୍ତଙ୍କ ଦୁଃଖ ଦୂର ହେବାର ଉପାୟ ପାଇଁ ପ୍ରାର୍ଥନା କଲେ । କାର୍ତ୍ତିକ ଶୁଳ୍କ ଚତୁର୍ଦଶୀରେ ଶିବ ଦର୍ଶନ କରି ବ୍ରତ ଧାରଣ କରିବାକୁ ମହାଦେବ କହିଲେ । ସେହି ଦିନଠାରୁ ମର୍ତ୍ତବାସୀ ନିଷ୍ଠାର ସହ ବଡ଼ଓଷା ପାଳନ କରିଆସୁଛନ୍ତି । ବଡ଼ଓଷାର ମୁଖ୍ୟପୀଠ ପ୍ରଭୁ ଶ୍ରୀ ଶ୍ରୀ ଧବଳଶ୍ୱେର । ବ୍ରହ୍ମାଙ୍କ ଦ୍ୱାରା ଶାପ ଗ୍ରସ୍ତ ହେବା ପରେ ଦେବରାଜ ଇନ୍ଦ୍ର ଧବଳଶ୍ୱେର ପୀଠକୁ ଆସି ଶାପମୁକ୍ତ ହୋଇଥିବା ପୁରାଣରେ ବର୍ଣ୍ଣିତ ।
~ କାହିଁକି ପାଳିତ ହୁଏ ବଡ଼ଓଷା ~
କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀରେ ପାଳିତ ହୋଇଥାଏ ବଡ଼ଓଷା। ଏହି ଓଷା ଭୀଷ୍ମପଞ୍ଚକ ମଧ୍ୟରେ ବଡ଼ ଏକାଦଶୀ ବା ଦେବ ଉତ୍‌ଥାନ ଏକାଦଶୀ ପରେ ପାଳିତ ହୋଇଥାଏ। ଏହି ଏକଦଶୀରେ ଚର୍ତୁମାସ୍ୟାରୁ ନିଦ୍ରା ଯାଇଥିବା ଦେବତାମାନେ ନିଦ୍ରାତ୍ୟାଗ କରିଥାନ୍ତି। ପଦ୍ମପୁରାଣରେ ଉଲ୍ଲେଖ ଅଛି ବ୍ରହ୍ମାଙ୍କ ଶାପରୁ ମୁକ୍ତ ହେବା ପାଇଁ ଇନ୍ଦ୍ରଦେବ ପ୍ରଭୁ ଧବଳେଶ୍ୱର ମହାଦେବଙ୍କ ନିକଟରେ ବଡ଼ଓଷା ବ୍ରତ ରଖି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବୁଡ଼ ପକାଇଥିଲେ। ଫଳରେ ତାଙ୍କର ବ୍ରହ୍ମ ଅଭିଶାପ କ୍ଷୟ ହୋଇଥିଲା। ବଡ଼ଓଷାରେ ମନସ୍କାମନା ପୂରଣ ପାଇଁ ଶ୍ରଦ୍ଧାଳୁ ଅରୁଆ ଚାଉଳ ଚୂନାରେ ଏକ ପ୍ରକାର ସ୍ବତନ୍ତ୍ର ପିଠା ଧବଳେଶ୍ୱରଙ୍କ ପାଖରେ ଲାଗି କରିଥାନ୍ତି। ଏହାକୁ ଗଜପିଠା କୁହାଯାଏ। ଏହି ପିଠାରେ ଖଳି, ନଡ଼ିଆ, ଗୁଡ଼, ଗୁଜୁରାତି ଆଦି ବ୍ୟବହୃତ ହୋଇଥାଏ। ଗଜ ଭୋଗ ସେବନ ପରେ ଶ୍ରଦ୍ଧାଳୁ ବ୍ରତ ଭଙ୍ଗ କରିନ୍ତି।
ଏହି ଓଷାରେ ବ୍ରତଧାରୀମାନେ ଏକପ୍ରକାର ଭୋଗ ପ୍ରସ୍ତୁତ କରନ୍ତି, ଯାହାକୁ ମକର ଚାଉଳ କୁହାଯାଏ। ଏହା ଅରୁଆ ଚାଉଳ, ଖୀର, କଦଳୀ, ନଡିଆରେ ପ୍ରସ୍ତୁତ ହୋଇ ପୂଜା କରାଯାଏ । ପୁନଶ୍ଚ ଏହି ଓଷାରେ ଏକପ୍ରକାର ସ୍ୱତନ୍ତ୍ର ଭୋଗ ଅଛି ଯାହାକୁ ବଡ଼ଓଷା ଭୋଗ କହନ୍ତି ।
ଧୁଆଲିପା ହୋଇ ନୂତନ ଧାନର ଅରୁଆ ଚାଉଳ, ଗୁଡ଼, ନଡ଼ିଆ, ଘିଅ ସହିତ ଏକ ପ୍ରକାର ଓଷା ଗୁଣ୍ଡ ଦେଇ ନୂତନ ଭାବେ ଚୁଲି ବା ଅହିଆରେ ପ୍ରସ୍ତୁତ ହୁଏ । ଶାଳ କାଠରେ ଭୋଗ ରାନ୍ଧିବା ପାଇଁ ଏକ ବାଡି ତିଆରି ହୁଏ, ଯାହାକୁ ଘୋଟା କହନ୍ତି। କେହି କେହି ଏହି ଭୋଗକୁ ଚିନିରେ ତ କେହି ଏହାକୁ ଗୁଡ଼ରେ ତିଆରି କରନ୍ତି । ଓଡ଼ିଆରେ ବଡ଼ଓଷା ଭୋଗକୁ ତରଣ କହନ୍ତି ।
#ଗଜ_ଭୋଗ_ଓ_ତରଣ
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago