ଲେଖା: ଦେଵ ତ୍ରିପାଠୀ

ଛିଣ୍ଡା ଛିଣ୍ଡା ମେଘର ପଲଟଣରେ ଭୋଦୁଅ ଆକାଶ ଭରି ରହିଛି I ଏଇ ଝରିବ ଝରିବ ହୋଇ ଭାସିଯାଏ ବଉଦର ବୋଇତ — ଆଉ କେଉଁ ମୁଲକରେ ତା’ର ବରଷଣ ମୂଲଚାଲ କରିବ I ତେବେ ଆମ ମୁଲକରେ ସିଏ ଫୁଟାଇଛି କାଶତଣ୍ଡୀ, ଗାଡ଼ିଆରେ ନୀଳକଇଁ, ଅରଣ୍ୟରେ ଶ୍ୟାମଳ ଢେଉ, ପବନରେ ଦେଇଛି ଭରି ଶେଫାଳିର ସ୍ନିଗ୍ଧ ସୁରଭି I ମାତୃତ୍ୱ ରସରେ ଏବେ ସାରା ବସୁଧା ଭରପୁର, ମହୁମାଛିଙ୍କ ଭୋକର ଦିନ ସରି ଆସିଛି I ପ୍ରଜାପତିରୁ ପକ୍ଷୀଯାଏଁ ଶାବକମନସ୍କ ସଭିଏଁ I ଏଇ ବେଳାରେ ମା’ଟିଏ ତା’ର ସନ୍ତାନ ପାଇଁ ଶୁଭ ମନାସେ ବୁଧେଇ ଓଷା ପାଳି I ପବିତ୍ର ଗୋମୟରେ ଲିପା ହୋଇ, ପଂଚବର୍ଣ୍ଣ ମୁରୁଜ (ଧଳା, ଗୈରିକ, ହଳଦିଆ, ସବୁଜ ଓ ଲାଲ)ରେ ଗାଁ ଦାଣ୍ଡରେ କୋଠି କଟାହୁଏ, ପଞ୍ଚରଙ୍ଗ ପୁଷ୍ପ, ପାଞ୍ଚପ୍ରକାର ଫଳର ନୈବେଦ୍ୟ ବାଢି ପାଂଚ ପାଳି ଧରି ସଧବାମାନେ ବୁଧିବାମନ ପୂଜନ୍ତି I ପଞ୍ଚଘିଅ ଦୀପରେ ବନ୍ଦାପନା, ବରକୋଳି ପତ୍ରରେ ପାଞ୍ଚଦୁବ ଓ ପାଞ୍ଚ ଅକ୍ଷତ ଦେଇ ବ୍ରତ ଧାରଣ କରିବା ଏଇ ବୁଧେଇ ଓଷାର ଅନ୍ୟତମ ବୈଶିଷ୍ଟ୍ୟ I

ବୁଧେଇ ହେଉଛନ୍ତି ବିମଳାଙ୍କ ଶକ୍ତି-ସମ୍ଭୁତା ଏକ ଉପଦେବୀ I ଶ୍ରୀମନ୍ଦିର ବାହାରେ ବିମଳାଙ୍କ ପୂଜାର୍ଚ୍ଚନା ନ ଥାଏ I ସେ ତନ୍ତ୍ରର ଦେବୀ, ମହାଷ୍ଟମୀ ତିଥିରେ ଅର୍ଦ୍ଧରାତ୍ରରେ ତାଙ୍କ ନିକଟରେ ଛାଗବଳି ପଡ଼େ ଏବଂ ଶ୍ରୀଜଗନ୍ନାଥଙ୍କ ପ୍ରସାଦ ମା’ ବିମଳାଙ୍କୁ ଅର୍ପଣ ହେଲାପରେ ପାଲଟେ ମହାପ୍ରସାଦ I ବୌଦ୍ଧତନ୍ତ୍ରରେ ବର୍ଣ୍ଣିତ ଅଛି,
“ବିମଳା ଭୈରବୀ ଯତ୍ର ଜଗନ୍ନାଥସ୍ତୁ ଭୈରବଃ” I

ସମ୍ଭବତଃ ବିମଳାଙ୍କୁ ବୁଧେଇ ଓ ଶ୍ରାଜଗନ୍ନାଥଙ୍କୁ ବୁଧିବାମନ ରୂପେ ଆରାଧନା କରିବା ପ୍ରଥା ବହୁ ପୂର୍ବରୁ ପ୍ରଚଳିତ I ଶ୍ରୀଜଗନ୍ନାଥ ହିଁ ବୁଧିବାମନ ଏବଂ ‘ବୁଧେଇ ଓଷା’‘ବୁଧିବାମନ ଓଷା’ ନାମରେ ଦୁଇ ପ୍ରକାରର ଓଷା ପ୍ରଚଳିତ I

ଚିତ୍ର: ସାମାଜିକ ଗଣମାଧ୍ୟମ

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

6 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 week ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago